STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ସିଂହ ବାହିନୀ

ସିଂହ ବାହିନୀ

1 min
159

ସିଂହ ବାହିନୀ ରୂପ ମା ଦିଶୁଛି ସୁନ୍ଦର

ଦଶଭୁଜା ରୂପ ତୋର କରେ ମନୋହର

ନାଲି ଶଙ୍ଖା ନାଲି ଶାଢ଼ୀ ଶୋଭା ପାଏ ଶ୍ରୀ ଅଙ୍ଗେ

ମନ୍ଦ ମନ୍ଦ ହସ ଶୋଭା ପାଏ ଶ୍ରୀ ମୁଖେ


ଶକ୍ତି ସ୍ଵରୁପିଣୀ ନାମ ତୋହର 

ଭରିଦେ ସକତି ମା ସବୁରି ଭିତର

ଆସୁରିକ ଭାବକୁ ମହିରୁ ବିନାଶି

ନିଜର କରିବୁ ମା ଜଗତକୁ ଆସି


ମା ନାମ ତୋର କେଡେ ମଧୁର

ସବୁ ସଙ୍କଟରୁ ତୁହି କରିବୁ ଯେ ପାର


ସିଂହ ବାହିନୀ ମା..


ଦୁର୍ବଳକୁ ମା ତୁହି ବଳ ଦେଉ

ତୋ ବିନା ମା କେହି ନାହିଁ ଆଉ

ଜଗତେ ଭାରି ଦେ ତୋର ଶକତି

ଦୂର ହେଉ ମା ଲୋ ସବୁ ବିପତ୍ତି


ଅଶିଣ ମାସରେ ଧରା ଦିଶୁଛି ସୁନ୍ଦର

କାଶ ତଣ୍ଡି ଫୁଲ ମା କରୁଛି ବିଭୋର


ସିଂହ ବାହିନୀ ରୂପ ମା ଦିଶୁଛି ସୁନ୍ଦର 

ଦଶ ଭୁଜା ରୂପ ତୋର ମନୋହର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational