STORYMIRROR

Biswajit Sahoo

Inspirational

4  

Biswajit Sahoo

Inspirational

ଭଦ୍ର ମୁଖା

ଭଦ୍ର ମୁଖା

1 min
183

ଭଦ୍ର ମୁଖା ତଳେ ଲୁଚି ରହିଛନ୍ତି,

ଅପରାଧୀ ଶହଶହ,

ସୁଯୋଗ ମିଳିଲେ ଲୁଟି ନେବେ ସବୁ,

ଛାଡିବେନି ସୂତା ଖିଅ।


ଚିହ୍ନିବାରେ ଥରେ ଡେରି ହୋଇଗଲେ,

ସର୍ବନାଶ ସୁନିଶ୍ଚିତ,

ଅଣ୍ଟି ଛୁରୀ ଯଦି ତଣ୍ଟି କାଟି ଦିଏ,

କାହାକୁ କହିବ ? ମିତ..


ବେଳ ଥାଉ ଥାଉ ସଚେତନ ହୁଅ,

ପାଇବ ବିପଦୁ ମୁକ୍ତି,

ନେଡି ଗୁଡ଼ ଥରେ କହୁଣୀକୁ ଗଲେ,

ଝୁରୁଥିବ ଦିନରାତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational