STORYMIRROR

Renuka Samal

Tragedy

4  

Renuka Samal

Tragedy

ପାଦ ଚିହ୍ନ

ପାଦ ଚିହ୍ନ

1 min
402

ସମୁଦ୍ର ବେଳାରେ ନାଚି ନାଚି ଯେତେ

ତୋଳିଥିଲି ପାଦ ଚିହ୍ନ,

ଏକେଇ ଲହରୀ ନେଇ ଗଲା ଧୋଇ

ପାଏ ନାହିଁ ଚିହ୍ନ ବର୍ଣ୍ଣ।

ଜାଣିଛି ଏ ଚିହ୍ନ ଭାଙ୍ଗିଦେବ ମନ

କ୍ଷଣ କେତୋଟାରେ ମୋର,

ତଥାପି ଥାପୁଛି ଆଶା ଆକାଂକ୍ଷାରେ

ଲିଭିଲେ ବି ବାର ବାର।

କିଏ ବା କହିବ କେଉଁ ପାଦ ଚିହ୍ନ

ଲହରୀ କୁ ସହି ନେଇ,

ବଖାଣି ବସିବ ଜୀବନର ଗାଥା

ସବୁ ସହି ଯିବା ପାଇଁ।

ବାରମ୍ବାର ମୁଁ ଥାପି ଚାଲିଥିବି

ଏ ନାଟକର ଅନ୍ତ ଯାଏ,

କିଏ ନା କିଏ ତ ମନେ ପକାଇବ

ଏ ପାଦ ଚିହ୍ନ କୁ ହାଏ!

ଅନୁସରି ସରି ଆୟୁ ଯାଏ ସରି

ଆଉବା କେତେଟା କାଳ,

ଅନୁସରଣରେ ଜ୍ଞାନ ବୃଦ୍ଧି ଘଟେ

ମନରେ ଆସଇ ବଳ ।

ଶ୍ରୀବସ୍ଛ ବ୍ରାହ୍ମଣ ପାଦ ଥାପି ଥିଲା

ପ୍ରଭୁଙ୍କର ବକ୍ଷ ଦେଶ,

ସେ ପାଦକୁ ପ୍ରଭୁ ଆଦରେ ରଖିଲେ

ଭକ୍ତ ଯେଣୁ ତାଙ୍କ ଆଶ ।

ଯୁବା ବୟସରେ ପାଦ ମୁଁ ଥାପିଛି

ଗୋଡ଼ ପଡେ ଏଣେ ତେଣେ,

ଦିଅ ମୋତେ ଶକ୍ତି କରେ ମୁଁ ଭକତି

ନ ମାର ସଂସାର ବଣେ ।

ନୂଆ ନୂଆ ଏବେ କଲେଜ ମାଡ଼ୁଛି

ମନ ମୋର ପ୍ରଜାପତି

ରଙ୍ଗ ବେରଙ୍ଗର ଫୁଲରୁ ଫୁଲରୁ

ମହୁ ଶୋଷେ ନିତି ନିତି।

ଭିନ୍ନ ଭିନ୍ନ ସ୍ଥାନେ ପାଦ ଚିହ୍ନ ମୁଁ ଛାଡିଲି

ମୂଲ୍ୟାଙ୍କନ ତାର ଭିନ୍ନ,

ମନ ସ୍ଥିର କରି ବିଚାରିବ ମନେ

ଚିର ନୁହେଁ ସବୁ ପାଦ ଚିହ୍ନ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy