Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Inspirational

5.0  

Prasanna Kumar Madala

Inspirational

ମାଣବସା ଗୁରୁବାର

ମାଣବସା ଗୁରୁବାର

1 min
692



ଦୁଆର ମୁହଁରେ    ଲେପି ଏ ଗୋମୟ

ଗେରୁଆ ମଣ୍ଡଳ କାଟି

ଅତି ଯତନରେ     ଝୋଟି ଚିତା ସବୁ

ଆଙ୍କିଛି ପିଠଉ ବାଟି ।

ବ୍ରାହ୍ମମୁହୂର୍ତ୍ତରୁ        ଘର ପରିଚ୍ଛନ୍ନ

କରି ହେଲି ସଦ୍ୟସ୍ନାତା

ନୈବେଦ୍ୟ ସଜାଡି   ପୂଜା ଅର୍ଘ୍ୟ ଦେଲି

ଘେନା କର ଲକ୍ଷ୍ମୀମାତା ।

ସରସ କରିଛ       ଜୀବନ ଆମର

କରୁଣା ଦେଇଛ ଢାଳି

ସମର୍ଥ କରିଛ      କର୍ମକ୍ଷେତ୍ରେ ଯୁଝି

ହେବାକୁ ସୌଭାଗ୍ଯଶାଳୀ ।

ହାତଗୋଡ଼ ଆମ     ଚାଲିଥାଉ ମାଆ

ଉଦ୍ଯୋଗେ ନଯାଉ ଥକି

କୁବୁଦ୍ଧି ନପଶୁ       ବସି ଖାଇବାକୁ

ଅପର ଜନଙ୍କୁ ଠକି ।

ହସି ଉଠୁ ଆମ      ସୁଖର ସଂସାର

ଶାନ୍ତି ପ୍ରୀତି ମୈତ୍ରୀ ବଳେ

ସାଗର ଦୁଲଣୀ     ଲକ୍ଷ୍ମୀ ଠାକୁରାଣୀ

ନତି କରେ ପାଦତଳେ ।

ବିଷ୍ଣୁ ମନୋହରୀ      ହୃଦୟବାସିନୀ

କର ଗୋ ଆଶିଷ ଦାନ

ଅନ୍ନର ସଂସ୍ଥାନ     ଯୋଗାଇ ସଭିଙ୍କୁ

ଦିଅ ବସ୍ତ୍ର ବାସସ୍ଥାନ ।

ମାର୍ଗଶିର ମାସ      ଗୁରୁବାର ଆଜି

ଓଡିଆଙ୍କୁ ବଡ଼ ପ୍ରିୟ 

ଆସ ଆସ ମାଆ     ବିରାଜି ସଦନେ

ସନ୍ତୋଷେ ଅଭୟ ଦିଅ ।


Rate this content
Log in