ବୁଦ୍ ବୁଦ୍ ପରାଏ ଜୀବନ
ବୁଦ୍ ବୁଦ୍ ପରାଏ ଜୀବନ
ଜୀବନ ଏମିତି କାହାଣୀ ଟିଏ
ଅଣଦେଖା ଅବା କରିବ କିଏ
କିଏ ଜାଣେ କେତେବେଳେ
ବୁଦ୍ ଵୁଦ୍ ପରା ଏ ଶ୍ୱାସ ର ମାଳା
ଭୂମିପାତ ହେଲେ ମିଳିବ ଜ୍ଵାଳା !!
କି ସୁନ୍ଦର ଏହି ପ୍ରକୃତି ନିତି
କର୍ମ ନୈପୁଣ୍ୟତାର ମଧୁର ଗୀତି
ଦାୟିତ୍ଵ ଟି ଅଟେ ମଣିଷ ପଣିଆ
ଆଉ ଯେତେ କଥା ଜାଣେ ତ ଦୁନିଆ !!
ସମ୍ପର୍କ ସେତୁ ପ୍ରାଣ ପଣେ ବାନ୍ଧି ରଖ
କିଏ କେତେବେଳେ ଦଗା ଦେଇ ଯିବ
ସ୍ନେହ ସମ୍ମାନ ଏ ଉଦ୍ଜୋଗ ଦେଖ
ପୂର୍ବ ପିଢ଼ି ଦିଆ ଜ୍ଞାନ ସଭିଏଁ ଶିଖ !!
ବେଳ କୁ ନିଡର ହୋଇଥା ସଖୀ
ଜୀବନ ର ଜଳଛବି ଦିଅ ହେ ଆଙ୍କି
ଭଲ ମନ୍ଦ ଯେତେ ମହତ ବାଣୀ
ସଜାଡି ଲେଖିବୁ ନିଜ କାହାଣୀ !!