ରୁଦ୍ଧ ଦ୍ୱାର
ରୁଦ୍ଧ ଦ୍ୱାର
କୁହ କିପରି ରଖିବି ଆତ୍ମାକୁ ମୋର?
ଦୂରେଇ ତୁମଠାରୁ,
ପଥଭ୍ରାନ୍ତ,ଦିଗହୀନ, ଅନ୍ଧକାରେ....
ଘୁରିବୁଲେ ଅଜ୍ଞାତରେ, ସଂସାରେ ଥାଇ
ଦୂରେ ସଂସାର ଠାରୁ।
ସ୍ଥାଣୁ ପରି ମୋ ମନଟିକୁ ପୁଣି ଥରେ,
କରାଏ ଗତିଶୀଳ....
ନିଜକୁ ତର୍ଜମା କରେ ଦର୍ପଣ ଆଗରେ,
କେବେ ସୁନ୍ଦର ତ କେବେ କୁତ୍ସିତ ରୂପ,
ଦିଶେ ମୋତେ ଜଳଜଳ।
କେଜାଣି କେଉଁ ଅଜଣା ଭାବରେ ବନ୍ଧା
ଆତ୍ମା ଆମର,
କିଏ ସେ ବେହେଲା ବାଦକ ବଜାଏ,
ଜୀବନର ସଙ୍ଗୀତ ଆମର ଏକସୁରରେ,
ହେଉପଛେ ଭିନ୍ନ ଡୋର।
ସମ୍ମୁଖରେ ଦୃଶ୍ୟ ହୁଏ,ରୁଦ୍ଧ ଦ୍ୱାର....
ଖୋଜିବାକୁ ହେବ ସେ କୁହୁକ ଚାବି,
ଖୋଲିଲେ କାଳେ ପାଇଯିବି....
ଅନ୍ତଃସ୍ଥଳ ତୁମ ହୃଦୟର,
ଅନାବୃତ କର, ଥରେ ଦେଖିବାକୁ ଦିଅ
ତନ୍ମଧ୍ୟରେ ପ୍ରତିବିମ୍ବ ମୋର।