STORYMIRROR

Anupama Sahu

Abstract Others Children

3  

Anupama Sahu

Abstract Others Children

ମୋ ମାଆ

ମୋ ମାଆ

1 min
168

ମୋ ମାଆ ପଣତ 

ଶ୍ରୀମନ୍ଦିର ନେତ 

ମୋ ପାଇଁ ସବୁଠୁ ବଡ 

ଥିଲେ ତା ଛାଇରେ 

ଛୁଏଁନି କେବେରେ 

ଖରା,ବର୍ଷା ଅବା ଜାଡ। 

ସୁଖ ଦୁଃଖ ସବୁ 

ଲାଗଇ ସମାନ 

ଥିଲେ ସେ ମୋହରି ପାଖେ 

ବାହୁ ଝୁଲଣାରେ 

ଝୁଲି ଝୁଲି ନିତି 

ଜହ୍ନମାମୁଁ ମୁହିଁ ଦେଖେ। 

ସାଙ୍ଗ ସାଥି ମେଳେ 

ଖେଳିିିବାର ବେଳେ 

ଯେବେ ଯାଏ ତଳେ ପଡି 

କୋଳକୁ ତା ନେଇ 

ଅତି ସରାଗରେ 

ଧୂଳି ସବୁ ଦିଏ ଝାଡି। 

ନିତି ସନ୍ଧ୍ୟା ବେଳେ 

ବୃନ୍ଦାବତୀ ମୂଳେ 

ସଞ୍ଜ ଦୀପ ଜାଳି ଦିଏ 

ଦୁନିଆଁ ରେ ମୁଁ 

ବଡ ହେବା ଲାଗି 

ତା ପାଖେ ମନାସୁ ଥାଏ। 

ଗଙ୍ଗା ପରି ତାର 

ସେନେହର ଧାର 

ଦିବା ନିଶି ଝରୁ ଥାଏ 

ସ୍ୱର୍ଗ ସମ ତାର 

ଚରଣେ କମଳେ 

ଶୀର ମୋର ନଇଁ ଯାଏ। 

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract