STORYMIRROR

Akshayakumar Dash

Romance Inspirational Others

3  

Akshayakumar Dash

Romance Inspirational Others

ସୁନ୍ଦର

ସୁନ୍ଦର

1 min
211

ଆଖି ଅଛି ସଖୀ

ଦେଖିବାକୁ ତୁମେ

ସୁନ୍ଦରୀ ଦେଲିଟି ଲେଖି,

ତୁମ ମନ ଆଙ୍କେ

ପ୍ରେମର ତୋରଣ

ଝରଣା ପଥର ଦେଖି।


ସାଥୀ ଟିଏ ସଖୀ

ବିଜନ ବେଳରେ

ଛାଇ ପରି ପାସ ଧାହିଁ,

ଦୂର ପାହାଡ ଟି

ଦୂରରୁ ସୁନ୍ଦର

ନିକଟରେ ଶୋଭା ନାହିଁ ।


ମନ ହଜେ ସଖୀ

ପାଦର ପାଉଁଜି

ମଧୂପ ଗୁଞ୍ଜନ ପରି,

ଫୁଲ ପରାଗରୁ

ମଧୁ ଲୋଟିବାକୁ

କ୍ଷଣିକ ପ୍ରେମିକ ପରି।


ଯମୁନାରେ ସଖୀ

ଜୁଆର ଅନେକ

ରାଧା ବିନା ଅଧା ଅଧା,

ଦେହ ଫରୁଆରେ

ପ୍ରେମ ଗାଢ଼ ଲାଲି

ଟିପା ଚହଟାଏ ମଥା।


କେତେ ଭାବେ ସଖୀ

ଅହ୍ୟ ସୁଲକ୍ଷଣୀ

ରମଣୀ,ସୁନ୍ଦରୀ,ପ୍ରିୟା,

ଭଗିନୀ, ଜନନୀ,

ପୌରୁଷ ହାରିଛି 

କାମିନୀ କାଞ୍ଚନ ମାୟା।


ଫୁଲ ଟିକୁ ସଖୀ

କରନ୍ତି ପସନ୍ଦ 

ତୋଳି ନେଇ କରି ମାଳା,

ଭଳ ପାଇବାତ

ଜଳ ଢାଳୁଥିବା

ଖୋଲି ହୃଦୟର ତାଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance