ପ୍ରେମ # ୧
ପ୍ରେମ # ୧
ଝିଙ୍କାରୀର ଝିଂ ଝିଂ ଶବ୍ଦ ବଢ଼ି ବଢ଼ି ଚାଲିଛି
କେହିଜଣେ ନିଶାର୍ଦ୍ଧର ପ୍ରତୀକ୍ଷାରେ ବସିଛି
ଆଖିରେ ଆଖିଏ ଚ଼ଞ୍ଚଳତା ଆଉ ଉନ୍ମାଦନାର ଝଲକ,
ଏକାନ୍ତେ ସେ ଭେଟିବାକୁ କଥା ତା'କୁ ଦେଇଛି
କେହିଜଣେ ନିଶାର୍ଦ୍ଧର ପ୍ରତୀକ୍ଷାରେ ବସିଛି I
ସାରା ରାତି଼ ଚାଲିଗଲା ପାହାନ୍ତିଆ ହେଲାଣି
ଗୀତ ଗାଇ ଝିଙ୍କାରୀଟା ବୋଧେ ଶୋଇ ଗଲାଣି
ଅସ୍ଥିର ଆଖିଦୁଇ ତଥାପି ଚ଼ଞ୍ଚଳ ଆଉ ଉନ୍ମାଦଭରା,
ଆଶା ତା'ର ପ୍ରିୟତମ ଅଧାବାଟ ହେଇଛି
ସେଥିପାଇଁ ଏବେବି ସେ ପ୍ରତୀକ୍ଷାରେ ବସିଛି I