ଅପରୂପ ସମ୍ଭାର
ଅପରୂପ ସମ୍ଭାର
ନୀଳ ନିର୍ମଳ
ଆକାଶ ଧବଳ
ସନ୍ଧ୍ୟା ଶାରଦୀୟ
ଲକ୍ଷ ତାରା ମେଳେ
ଜହ୍ନ ଲୁଚି ଖେଳେ
ଆହାଃ କି ସୁନ୍ଦର-ମୟ ।
ଶୋଭା ଅପରୂପ
ଗଭା ନାନା ରଙ୍ଗ
ମାଳତୀ ଅଗସ୍ତି
ଗଙ୍ଗଶିଉଳୀ ସଜ
ମୁଣ୍ଡରେ ମୁକୁଟ ଲାଗେ ସତେ
ଅପରିଜତାଟି ଜୟ ।
ବେକରେ ସୁନ୍ଦର
ସୁନା ଜହ୍ନି ଫୁଲ
ପିନ୍ଧି ଗଳା ହାର
ଶାଗୁଆ ପାଟରେ
ଧାନ କ୍ଷେତ ବିଲ
ଲାଗେ ଅପରୂପ ସମ୍ଭାର।
ଧରାରେ ଆଗତ
ତୁମେ ସ୍କନ୍ଦମାତ
ସନ୍ତାନର ହିତ
ସମୃଦ୍ଧି ରଚିତ
ଜଗତ କୁ ତୁମ
ଶକ୍ତି ପ୍ରମାଣିତ ।
