STORYMIRROR

Ghanashyam Biswal

Tragedy

3  

Ghanashyam Biswal

Tragedy

ମିଛରେ କହନ୍ତି

ମିଛରେ କହନ୍ତି

1 min
412

ମିଛରେ କୁହନ୍ତି ବିପଦ ଆସିଲେ

ସାହା ହେବୁ ସବୁ ପ୍ରକାରେ

ଅକାଳେ କେଉଁଠି ଉଭେଇ ଯାଆନ୍ତି

ସାଥି କଥା ଆଉ କିଏ ପଚାରେ?


ମିଛରେ କୁହନ୍ତି ଆଗ ଭଳି ଆଉ

ମିଛ କଥା ଜମା କହିବି ନାହିଁ

ମିଛ ଛଡ଼ା ଆଉ କିଛି କହନ୍ତିନି

ଭାଷଣ ମାରନ୍ତି କେଜାଣି କାହିଁ?


ମିଛରେ କୁହନ୍ତି ସଭିଏଁ ସମାନ

ସଭିଏଁ ଆମର ଭଉଣୀ ଭାଇ

ଉଚିତ ସମୟେ ପଶୁ ହୋଇ ପୁଣି

ଇଜ୍ଜତ ଲୁଟନ୍ତି ଏକଲା ଦେଖି ।


ମିଛରେ କୁହନ୍ତି ମାତା ପିତା ଠାରୁ ଏ ମହୀ ମଣ୍ଡଳେ

ବଡ଼ ଦେବତା କେ ନାହିଁ

ବୁଢ଼ା ବୁଢ଼ୀ ହେଲେ ଶରମ ନକରି

ବୃଦ୍ଧାଶ୍ରମେ ଯାଇ ଛାଡ଼ି ଆସନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy