ମିଛରେ କହନ୍ତି
ମିଛରେ କହନ୍ତି
ମିଛରେ କୁହନ୍ତି ବିପଦ ଆସିଲେ
ସାହା ହେବୁ ସବୁ ପ୍ରକାରେ
ଅକାଳେ କେଉଁଠି ଉଭେଇ ଯାଆନ୍ତି
ସାଥି କଥା ଆଉ କିଏ ପଚାରେ?
ମିଛରେ କୁହନ୍ତି ଆଗ ଭଳି ଆଉ
ମିଛ କଥା ଜମା କହିବି ନାହିଁ
ମିଛ ଛଡ଼ା ଆଉ କିଛି କହନ୍ତିନି
ଭାଷଣ ମାରନ୍ତି କେଜାଣି କାହିଁ?
ମିଛରେ କୁହନ୍ତି ସଭିଏଁ ସମାନ
ସଭିଏଁ ଆମର ଭଉଣୀ ଭାଇ
ଉଚିତ ସମୟେ ପଶୁ ହୋଇ ପୁଣି
ଇଜ୍ଜତ ଲୁଟନ୍ତି ଏକଲା ଦେଖି ।
ମିଛରେ କୁହନ୍ତି ମାତା ପିତା ଠାରୁ ଏ ମହୀ ମଣ୍ଡଳେ
ବଡ଼ ଦେବତା କେ ନାହିଁ
ବୁଢ଼ା ବୁଢ଼ୀ ହେଲେ ଶରମ ନକରି
ବୃଦ୍ଧାଶ୍ରମେ ଯାଇ ଛାଡ଼ି ଆସନ୍ତି ।
