ସରକସ
ସରକସ
ଭକତି ଭରେ ବାଘ ଉପରେ
ପୁଷି ଗଡ଼ାଏ ମାଳି
ହନୁଟି ଧାଇଁ ପାଖୁକୁ ଯାଇ
ବଢ଼ାଏ ଭୋଗ ଥାଳି
ପୂଜକ ହୋଇ କୁକୁରଟେଇ
ବଜାଉଥାଏ ଘଣ୍ଟି
ଦେବତା ଅନା ବିଲୁଆନନା
ପାଉଛି ଭୋଗ ଭଣ୍ଡି
ହାତୀବି ଦେଖି ଶୁଣ୍ଢଟି ଟେକି
ଫୁଂକଇ ଦେଖ ତୁରୀ
ଠାକୁର ପୂଜା ପଶୁଙ୍କ ମଜା
ମନ୍ଦିର ବେଢା ପୂରି
ଶାରିଟେ ଥାଇ ଭଜନ ଗାଇ
ପଢ଼ଇ ଭାଗବତ
ଛେଳି ବାହାରି ହାରମାନି ଧରି
ସାରେଗାମା ର ଗତ
ମୟୂରୀ ଦଳେ ମଣ୍ଡପ ତଳେ
ନାଚିଲେ ପୁଚ୍ଛ ଟେକି
ସିଂହ କେଶରୀ ଦେଖେ ବାହାରି
ବସିଲା ପଥ ଛେକି
ଦେଖ ବିଲେଇ ଛାନିଆ ହୋଇ
ଟଳିପଡିଲା ତଳେ
ସିଂହକୁ ଦେଖି ବିଲୁଆ ସେକି
ଲାଞ୍ଜକୁ ଚାପି ଚଳେ
କୁକୁର ଖଣ୍ଡେ ପଛକୁ ଦଣ୍ଡେ
ଗଲା ସେ ଭୁକି ଫେରି
ମୟୁର,ଶାରି ଗଲେବି ଭାରି
ବାଘ ଯାଉଛି ଛେରି
ହାତୀ ଟା ସେକି ପାହୁଲ ଟେକି
ପଳାଏ ତାର ବାଟେ
ସିଂହ କେଶରୀ ଲାଞ୍ଜ କଚାଡି
ଓଠରେ ଜିଭ ଚାଟେ
ଜୋକର ହସି ଆସଇ ପଶି
ହାତରେ ଲାଠି ଧରି
ସିଂହକୁ ଦେଖି କିହେଲା ସେକି
ଦେଲାଟି ଏକ କରି
