STORYMIRROR

Prabhash chandra Toltia

Inspirational

4  

Prabhash chandra Toltia

Inspirational

ଭଲପାଇବାଟା ଶିଖ

ଭଲପାଇବାଟା ଶିଖ

1 min
737


ଜୀବନ ଏଇଠି କାଚକେନ୍ଦୁ ପାଣି

ନୁହେଁ ଚିର ଦିନ ପାଇଁ

ଘୃଣା କରନି କାହାକୁ କେବେବି

ଭଲ ପାଇଚାଲ ଭାଇ।


ଗର୍ବ ,ଅହଙ୍କାର ସବୁ ଭୁଲି ଯାଇ

ବାଣ୍ଟି ଚାଲ ଭଲପାଇବା

ଶତ୍ରୁ ବି କେବେ ମିତ୍ର ହୋଇଯିବ

ଜାଣି ଆମେ ନ ପାରିବା।


ଯେତେ ଘୃଣା କରୁ ଯିଏ ବି ତମକୁ

ତମେ ଭଲପାଇ ଚାଲ

ଆପେ ଆପେ ସେ ବାଟକୁ ଆସିବ

ଛନ୍ଦି ହୋଇ ମାୟା ଜାଲ।


ଭଲ ପାଇବାରେ ସବୁ ସୁଖ ଥାଏ 

ଘୃଣା କରିବାରେ ନୁହେଁ

ଯେତେ ଶତ୍ରୁ ଯିଏ ହଉ ନା କାହିଁକି

ଭଲପାଇବାକୁ ହୁଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational