Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhash chandra Toltia

Inspirational

4.3  

Prabhash chandra Toltia

Inspirational

ଭଲପାଇବାଟା ଶିଖ

ଭଲପାଇବାଟା ଶିଖ

1 min
727



ଜୀବନ ଏଇଠି କାଚକେନ୍ଦୁ ପାଣି

ନୁହେଁ ଚିର ଦିନ ପାଇଁ

ଘୃଣା କରନି କାହାକୁ କେବେବି

ଭଲ ପାଇଚାଲ ଭାଇ।


ଗର୍ବ ,ଅହଙ୍କାର ସବୁ ଭୁଲି ଯାଇ

ବାଣ୍ଟି ଚାଲ ଭଲପାଇବା

ଶତ୍ରୁ ବି କେବେ ମିତ୍ର ହୋଇଯିବ

ଜାଣି ଆମେ ନ ପାରିବା।


ଯେତେ ଘୃଣା କରୁ ଯିଏ ବି ତମକୁ

ତମେ ଭଲପାଇ ଚାଲ

ଆପେ ଆପେ ସେ ବାଟକୁ ଆସିବ

ଛନ୍ଦି ହୋଇ ମାୟା ଜାଲ।


ଭଲ ପାଇବାରେ ସବୁ ସୁଖ ଥାଏ 

ଘୃଣା କରିବାରେ ନୁହେଁ

ଯେତେ ଶତ୍ରୁ ଯିଏ ହଉ ନା କାହିଁକି

ଭଲପାଇବାକୁ ହୁଏ।


Rate this content
Log in

Similar oriya poem from Inspirational