STORYMIRROR

Harekrushna Deb Sahoo

Inspirational Others Children

3  

Harekrushna Deb Sahoo

Inspirational Others Children

ବନ୍ଦେ ଗୁରୁଦେବ

ବନ୍ଦେ ଗୁରୁଦେବ

1 min
149


ଗୁରୁ ହିଁ ଈଶ୍ବର,

ବ୍ରହ୍ମା ବିଷ୍ଣୁ ମହେଶ୍ବର ।

ଗୁରୁ ହିଁ ପରଂବ୍ରହ୍ମ, 

ତାଙ୍କ ପାଦପଦ୍ମେ କୋଟି ପ୍ରଣାମ। 

ଶିକ୍ଷାର ପ୍ରଦୀପ ଜାଳି 

କଲେ ଦୂର ଗଭିର ଅନ୍ଧକାର 

ଆତ୍ମାଜ୍ୟୋତି ଜାଳି 

ସୂର୍ଯ୍ୟ ରୂପେ କଲେ ରୂପାୟନ। 

ହେ ଗୁରୁ, ହେ ବ୍ରହ୍ମ !

ଘେନ ହେ କୋଟି ପ୍ରଣାମ। 

ବାଲ୍ମୀକି, ବ୍ୟାସ, ପର୍ଶୁରାମ 

ସନ୍ଦିପନୀ, ବଶିଷ୍ଠ, ଦ୍ରୋଣ 

ବେଦ ବେଦାନ୍ତ, ଉପନିଷଦ 

ଶାସ୍ତ୍ର, ସଙ୍ଗୀତ, ଅସ୍ତ୍ରଶସ୍ତ୍ର ଶିକ୍ଷା ।

ସକଳ ଜ୍ଞାନ ଭଣ୍ଡାର 

ସାରସ୍ବତ ବିଦ୍ୟା ରତ୍ନ ଖଣି

ଜନ୍ମଗ୍ରହଣ ଏ ପୁଣ୍ୟ ଦିବସେ 

ତୁମ୍ଭେ ସର୍ବପଲ୍ଲୀ ରାଧାକୃଷ୍ଣନ 

ହେ ଶିକ୍ଷକ ଦେଶ ନାୟକ

ଚରଣେ ତୁମ କୋଟି ପଦ୍ମ ଅର୍ପି 

ଶିକ୍ଷା ଦେବାଳୟେ ତୁମେ ଦେବତା

ତୁମ୍ଭ ପାଇଁ ଛାତ୍ରଛାତ୍ରୀ ମଣି ।

ବନ୍ଦେ ଗୁରୁଦେବ ନମସ୍ତେ ପ୍ରଭୁ 

ଜୟ ଜୟ ଆହେ ଗୁରୁ ଶ୍ରୀଗୁରୁ

ପବିତ୍ର ଏ ଦିବସେ

ପୁଷ୍ପ ବୃଷ୍ଟି ହେଉଅଛି ନଭୁ ।

ବିନ୍ଦୁ ବିନ୍ଦୁ ହୋଇ ଝରେ ଅମୃତ,

ତୁମ୍ଭେ କୃପାସିନ୍ଧୁ ତୁମ୍ଭେ ଅମିୟ ବିନ୍ଦୁ। 

ଜୀବନ ଅନ୍ଧକାର ଦୂରେ

ଗମ୍ଭୀର ଗୁମ୍ଫାର ବାହାରେ 

ନ ଥାଏ ଯଦି ଅଜ୍ଞାନ ତିମିର

ଥାଏ କିବା ବିଦ୍ୟା ବୁଦ୍ଧି ବିବେକ

ସେ ବଳ ଯାହା ଜିତେଇବ ଯୁଦ୍ଧ 

ବିଜୟ ବଳେ ମଣିବି ହେ ଗୁରୁଦେବ 

ତୁମ୍ଭ ଆର୍ଶୀବାଦ ନିଶ୍ଚୟ ଥିବ। 

ବନ୍ଦିବି ଶ୍ରୀଚରଣ ପୟର

ବନ୍ଦେ ଗରୁଦେବ ଜୟ ଗୁରୁଦେବ,

ନମସ୍ତେ ନମସ୍ତେ ପ୍ରଭୁ ଗୁରୁଦେବ। 

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational