Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAHAS KUMAR BEHERA

Classics

3  

RAHAS KUMAR BEHERA

Classics

ଚହଲା ପାଣି

ଚହଲା ପାଣି

1 min
5.9K


ସକାଳ ହେଲେ

ଘାସ ଗାଲିଚାରେ

କାକର ଝରେ

ଗୋରା ମୁହଁ ଦିଶେ ତୋଫା ,

ସଜ ଗୋଲାପ

କଅଁଳ କଢ଼ିରେ

ଭଅଁର ତୃପ୍ତ

ମନ ଲାଗେ ଭାରି ସଫା | ୧|

ଅଳସ ଦେହେ

ବୟସ ଲାଗିଲେ

ସ୍ୱପନେ ଉଡେ

ସାଥି ଖୋଜେ ନିରୋଳାରେ ,

କନକ ଗୋରୀ

ପାନ ପତରି ଗୋ

ସୁନ୍ଦରୀ ଭାରି

ପ୍ରୀତି ଝୁରେ ଅନ୍ତରରେ |୨ |

ଝରା ଶେଫାଳି

ଦେହରେ ବୋଳି ଯେ

ମହକେ ତୋଳି

ଚିତ୍ତ ମତ୍ତ ଏକା କରି ,

ମନ ଭ୍ରମରା

ସୁଖ ପସରାରେ

ହୁଏ ଅଧିରା

ସାଥୀବିନା ମରେ ଝୁରି |୩|

ପୋଖରୀ ତୁଠ

ସଖି ଗହଳିରେ

ଦିଶେ ଚହଟ

ହଳଦୀ ଗିନାରେ ଲୋଭ ,

ଚନ୍ଦ୍ରମା ତୁଲ

ନଜର ଲାଗିଲେ

ଅମୁଲ ମୁଲ

ପରଦେଶୀ ମଣେ ଶୁଭ |୪|

ଚହଲା ପାଣି

ଛନକା ଟାଣି ଯେ

ବିରହ ଆଣି

ମନ ହୁଏ ଛନଛନ ,

ଆଲୋ ମାନିନୀ

ନିତି ସ୍ଵପନେଯେ

ରୂପ ଚାନ୍ଦିନୀ

ଦିନରେ ଦେଖୁଚି ଜହ୍ନ |୫|

ବହୁଛି ବାଆ

ପଣତ ଖସିଲେ

ସରମି ଯାଆ

ଲାଜରେ ଟାଣଇ ଗାର ,

ନହନହକା

କଅଁଳ ଅଣ୍ଟାରେ

ପଶିଚି ରକା

କିଏସେ ମାରିଛି ତୀର |୬|

ସୋରିଷ ଫୁଲ

କରୁଛି ଗେଲ ଯେ

ମାରିଛ ଖିଲ

ସୁରୁଜ ଦିଶିଲେ ଲାଲି ,

ଷୋଳ ବୟସୀ

କଖାରୁ କଷି ଯେ

ବସିଛି ରୁଷି

ଯିବ ଶାଶୂଘର ଚାଲି |୭|

ପ୍ରେମ ପତର

ମଲ୍ଲି ଅତରରେ

ମହକେ ଘର

ଦାଣ୍ଡରେ ଚଉରା ପିଣ୍ଡି ,

ବାଜିଲା ବାଜା

କନିଆଁ ସଜା ଯେ

ଆସିବେ ରାଜା

କିଏସେ ବସିଛି ଉଣ୍ଡି |୮|

ବଂଶୀ ସୁର

ଲାଗେ ମଧୁର ଯେ

ଲବଣି କ୍ଷୀର

ବସିଛି କହେଁଇ ଜଗି ,

ସଖା ସୁବଳ

କାଳିନ୍ଦୀ ଜଳସେ

ଦିଶେ ନିର୍ମଳ

ରାଧା ପାଇଁ ପ୍ରେମରୋଗୀ |୯|



ବାଲ୍ୟମ୍ବା , ଢେଙ୍କାନାଳ -୭୫୯୦୧୫

ଦୂରଭାଷ :୯୭୭୬୮୯୩୩୪୮


Rate this content
Log in

Similar oriya poem from Classics