ପ୍ରିୟ ଗୁରୁଜୀ
ପ୍ରିୟ ଗୁରୁଜୀ
ଗୁରୁମା.... ଗୁରୁମା.... ଗୁରୁଜୀ
ଗୁରୁଜୀ ନାହାନ୍ତି ଳି ଘରେ,
ସେ ଶୋଇଛନ୍ତି ଉଠାଉଛି
ତୁମେ ବ୍ୟସ୍ତ ହୁଅ ନାହିରେ l|
ଗୁରୁଜୀ ,...... ଗୁରୁଜୀ ... ଆସନ୍ତୁ
ବସନ୍ତୁ ଏହି ଚଊକିରେ,
ଇଂରାଜୀ ପାଠଟା ପଢନ୍ତୁ
ଅତି କୌତୁକିଆ ଭାବରେ l
ଗୁରୁଜୀ..... ଗୁରୁଜୀ..... ଶୁଣନ୍ତୁ
ଚେୟାର କହିଲେ ଯେ କଣ
ଚେୟାରର ଅର୍ଥ ହେଉଛି
ଚଉକି ତୁମ୍ଭେମାନ ଜାଣ l
ଗୁରୁଜୀ ଟିକିଏ ଶୁଣନ୍ତି
ଚେୟାରର ସ୍ୱାଲିଙ୍ଗ କିପରି,
ଚେୟାର ସ୍ୱାଲିଙ୍ଗ କହିଲେ
ଚେୟାର ଅଟେ ଏହିପରି l
ଏଥର ଜାଣିଲୁ ଗୁରୁଜୀ
ସଭିଏଁ ଚେୟାରର ଅର୍ଥ,
ଏପରି କେତେ ପ୍ରସ୍ମ ପଚାରି
ପିଲାମାନେ ହେଲେ ସମର୍ଥ ।
