STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

ମଧ୍ୟବିତ୍ତ

ମଧ୍ୟବିତ୍ତ

1 min
150


ଆମ ସମାଜର ଚାରୁ ଚିତ୍ରପଟ

ଆର୍ଥିକ ଶ୍ରେଣୀ ବିଭାଗ ତ୍ରୟ 

ଗରିବ ଯେ' ଅଟଇ ଦୁବଘାସ

ଧନୀକ ତ ଦୃଢ଼ ବରଗଛ

ମଧ୍ୟବିତ୍ତ ପରା ବାଉଁଶ

ଘାସକୁ ସେ' ତ ମୋଟ

ମାତ୍ର ଗଛକୁ ଲାଗଇ ଛୋଟ!! 


ଯେବେ ଆସଇ ଅଣଚାଶ ବତାସ

ମୃଦୁ ମୃଦୁ ହସୁଥାଏ ଘାସ

ଅଟ୍ଟହାସ୍ୟ କରେ ବରଗଛ

ବଳି ପଡ଼ଇ ବିଚରା ବାଉଁଶ

ହୋଇଯାଏ ସମୂଳେ ଧ୍ବଂସ 

ସଦା ଅଭାବୀ ମଧ୍ୟବିତ୍ତ ବାପୁଡ଼ା

ଖାଏ ମହଙ୍ଗାଇ ଝଡ଼ର ଶକ୍ତ ଚାପୁଡ଼ା!!


ଆଖିରେ ଆଶାର ନଭଶ୍ଚୁମ୍ବୀ ଇମରାତ 

ଆର୍ଥିକ ଅନାଟନରେ ହୋଇ ଜର୍ଜରିତ 

ଧାଉଁଥାଏ ଇତସ୍ତତଃ ଅହର୍ନିଶି ଅନବରତ 

ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ

ବିଧି ବ୍ୟବସ୍ଥାରେ ସବୁବେଳେ ପ୍ରତାରିତ 

ମଧ୍ୟବିତ୍ତର ଭାଗ୍ୟ ଚିରକାଳ ବିଡ଼ମ୍ବିତ 

ଅଥଚ ପ୍ରଚଣ୍ଡ ସ୍ବାଭିମାନରେ ସମୃଦ୍ଧ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics