Audio

Forum

Read

Contests

Language


Write

Sign in
Wohoo!,
Dear user,
ହୋଲି
ହୋଲି
★★★★★

© Pranati Mahapatra

Inspirational

1 Minutes   6.6K    4


Content Ranking

 ବଡ଼ ଜହ୍ଲାଦ ହିରଣ୍ୟକଶିପୁ

      ପ୍ରହ୍ଲାଦ ମାରିବା ଆଶେ,

କେତେ ମୃତ୍ୟୁ ଯନ୍ତା ଭିଆଇଲା

   କିନ୍ତୁ ,ପ୍ରହ୍ଲାଦ ହରିଭରସେ।

ପାହାଡ ଶିଖରୁ ଗଡାଇଲା ତାକୁ

 କୋଳେଇ ଧରିଲେ ହରି,

ପାଗଳାହସ୍ତୀ ଯେ ଆଡ଼ ହୋଇଗଲା

   ବିଷ୍ଣୁଙ୍କର ନାମ ସ୍ମରି।

ସର୍ବ ଶେଷେ ଆନ ଉପାୟ ନ ପାଇ

  ହୋଲିକା ସାହାଯ୍ୟ ନେଲା,

ଅନଳରେ ଦଗ୍ଧ କରିବାପାଇଁକି

   ଅମୋଘଅସ୍ତ୍ର ସାଜିଲା।

ବିଷ୍ଣୁ ଶରଣରେ ରହିଥିବା ଯାଏ

      ନ ଆସେ କିଛି ବିପଦ,

ଭସ୍ମୀଭୂତ ହେଲା ବିଭିନ୍ନ ରଙ୍ଗରେ

   ରହିଲା ହୋଲି ପ୍ରବାଦ।

ଭୁଲି ହିଂସା ଦ୍ଵେଷ, ଧର୍ମ ଓ ଅଧର୍ମ

   ମାଖି ଦେହରେ ଅବିର,

ଆପଣାର ମଣି ଭାଇଚାରା ବୁଣି

   ଆମେ ସନ୍ତାନ ଗୋଟିଏ ମାଆର।

  ପ୍ରଣତି ମହାପାତ୍ର

ଫକୀରମୋହନନଗର

    ବାଲେଶ୍ୱର

ପାର୍ଥନା ଭାଇଚାରା ସନ୍ତାନ ମା’

Rate the content


Originality
Flow
Language
Cover design

Comments

Post


Some text some message..