STORYMIRROR

Lina Mohanty

Classics

3  

Lina Mohanty

Classics

ତୋ ଅପେକ୍ଷାରେ

ତୋ ଅପେକ୍ଷାରେ

1 min
288

ତୁ ଜାଣିଛୁ

ତତେ ମୁଁ କେତେଦିନ କେତେରାତି

ହବ ଚାହିଁ ବସିଛି

ତୁ ଆସିବୁ ବୋଲି ଗୋଟେ ମୂହୁର୍ତ୍ତ ବି

ବରଷେ ଭଳି ଲାଗିଛି


ତୁ ଜାଣିଛୁ

କେତେ ଭୟ ମୋ ମନରେ ଆସିଛି

ପ୍ରତିଟି ମୂହୁର୍ତ୍ତରେ

ଅନ୍ତ ହବ କି ନାହିଁ ମୋ ଅପେକ୍ଷାର

ଏଇ ଆଶଙ୍କାରେ


ତୁ ଜାଣିଛୁ

କେତେ ସପନ ମୁଁ ସାଇତି ରଖିଛି

ମୋ ହୃଦୟରେ

ତୁ ଆସିଲେ ସବୁ କହିବି ତତେ

ତୁ ଖାଲି ଆ ଥରେ


ତୁ ଜାଣିଛୁ

ତୋ ଆସିବାଟା ମୋ ଜୀବନର

ଶ୍ରେଷ୍ଠ ମୂହୁର୍ତ୍ତ

ଦବୁ ତୁ ଗୋଟେ ନୂଆ ପରିଚୟ

ମୋତେ ମାତୃତ୍ତ୍ଵ


Rate this content
Log in

Similar oriya poem from Classics