STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ମାଆର ମମତା ଜୀବନର ଗୀତା

ମାଆର ମମତା ଜୀବନର ଗୀତା

1 min
252

ମାଆର ମମତା ଜୀବନର ଗୀତା

ପଢୁଥିଲେ ସରେନାହିଁ,

ତା କୋଳ ଝୁଲଣା ସ୍ୱର୍ଗ ଠୁ ଅଧିକା

ଶ୍ରଦ୍ଧାଝରା ସ୍ନେହ ତହିଁ ।


ଆବେଗ ଭରା ତା ହୃଦୟର ଭାଷା

ମାଆ ଡାକ ତା ମଧୁର,

ଆହା କହି ଦେଲେ ମନ ପୁରିଯାଏ

ଭରିଯାଏ ମଧୁଝର ।


ସେ ମୋର ମାଆ ପରା ମୁଁ ତାର ମାଆ

କି ମିଠା ତାର ପରସ,

ଦରଦୀ ମନର ଅକୁହା ଆବେଗ

ଲିଭିଯାଏ ଅବଶୋଷ ।


ଅସୁମାରୀ ସ୍ୱପ୍ନ ଆଖିରେ ଭରଇ

ମମତା ଦେଇ ପ୍ରାଣରେ,

ତାର ଆଶିଷରେ ବିଭୂଷିତ ହୁଅଇ

ନିର୍ମଳ ଚେତନା ହୃଦରେ ।


ବିଭୋରିତ ପ୍ରାଣ ଅନୁରାଗ ଝରା

ଅନୁଭବ ସ୍ଵାକ୍ଷରରେ,

ସଯତ୍ନେ ସାଇତା ସଞ୍ଜିବନୀ ଭରା

ଅମୃତର ସୁଧାଝରେ ।


ବସୁଧା ସେ ମୋର ଅତି ଆପଣାର

ଶ୍ରଦ୍ଧାଭରା ଶାଳଗ୍ରାମ,

ଵିନ୍ଦୁଏ କରୁଣା ସିନ୍ଧୁଏ ତିମିର

ଅକ୍ଳେଶରେ ଅନୁପମ....


ମାଆ ଯେ ଅନନ୍ୟା ଚିର ବନ୍ଦନୀୟା

ଅମୂଲ୍ୟ ସେ ପିଲାପାଇଁ,

ଗୀତା, ଭାଗବତ ବିଧାନ ବିଧାତା

ତା ଆଶିଷେ ରହିଥାଇ.....।


Rate this content
Log in

Similar oriya poem from Inspirational