STORYMIRROR

Archana Sahoo

Fantasy Inspirational Children

3  

Archana Sahoo

Fantasy Inspirational Children

ମା' ଏପରି ଏକ ଶବ୍ଦ

ମା' ଏପରି ଏକ ଶବ୍ଦ

1 min
228

ମା' ଏପରି ଏକ ଶବ୍ଦ

ସନ୍ତାନର ଭୋକକୁ

ବହୁତ ଆଗରୁ ମାପିିିି ପାରେ..


ସେ ବିପଦ ଆସିବା ପୂର୍ବରୁ

ସୁରକ୍ଷା କବଚ ସାଜି

ଆଗରୁ ରହିଯାଏ

ସନ୍ତାନର ଆଗରେ .....


ଲୁହ ଆଖିରୁ ବୋହିବା ଆଗରୁ

ତା' କାନି ପଣତ ଉଡି ଆସେ

ଆଖି ପତା ଉପରକୁ ....


ଦୁଃଖ ସବୁ ନିିିଜେ ନେଇ

ସୁଖ ପରଶି ଦେଉଥିବା

ଶବ୍ଦଟିଏ ସିଏ ....


ଏମିତି ବ୍ୟକ୍ତିତ୍ୱ, ଏମିତି ଶବ୍ଦର

ତୁଳନା ଆମ ପୃୃୃଥିବୀରେ ନାହିିଁ ...


ସନ୍ତାନର ଜନ୍ମ ହେବା ପରେ

ନିଜର କଷ୍ଟ ଯିଏ ଭୁଲି ଯାଏ

ସିଏ ହେଉଛି ମାଆ ......


ସବୁଠାରୁ ସୁନ୍ଦର ଶବ୍ଦଟିଏ ମା'

ମା' ମୁହଁ ସବୁୁୁଠୁ ପରିଚିତ

ଆଉ ହୃଦୟ ଛୁଆଁ .....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy