Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Kumar Acharya

Inspirational

3  

Narendra Kumar Acharya

Inspirational

ଖୋଲ ଦ୍ବାର ଖୋଲ

ଖୋଲ ଦ୍ବାର ଖୋଲ

1 min
6.7K


ଖୋଲ ଦ୍ବାର ଖୋଲ

ବାହାରେ ପ୍ରତୀକ୍ଷାରତ

କଅଁଳ କିରଣ

ଆଉ ମୁକୁଳା ପବନ

ଅବରୁଦ୍ଧ ଅଭିମାନ ସବୁ

କର ମୁକ୍ତ କର

ଖୋଲ ଦ୍ବାର ଖୋଲ ।

ରନ୍ଧ୍ରହୀନ ଅନ୍ଧକାର

ନିଃସଂଗତାର ପ୍ରହାର

ଅଭିଳାଷର ଜୁଆର

ଅତୃପ୍ତିର କୋଳାହଳ

ଅହଂକାରର ପ୍ରାଚୀର

କର ଚୂର୍ଣ୍ଣ କର

ଖୋଲ ଦ୍ୱାର ଖୋଲ ।


ସଂକୁଚିତ ସରହଦ

ଆଖିରେ ଅଫିମ ନିଦ

ଅଳପ ସୁଖର ସ୍ୱାଦ

ବହଳ ଦୁଃଖର ଖାଦ

ବନ୍ଧନର ଅବସାଦ

କର ଦୂର କର

ଖୋଲ ଦ୍ବାର ଖୋଲ ।

ତାମସୀ ଉଆଁସ ରାତି

ସଂଶୟ ଆଚ୍ଛନ୍ନ ଭୀତି

ଅସ୍ୱୀକାର କର

ଆଲୋକର ନିମନ୍ତ୍ରଣ

କର ତାକୁ ଆଲିଙ୍ଗନ

ଆଶା ଓ ପ୍ରତ୍ୟାଶା ଯେତେ

କର ପୂର୍ଣ୍ଣ କର

ଖୋଲ ଦ୍ୱାର ଖୋଲ ।



®ନରେନ୍ଦ୍ର କୁମାର ଆଚାର୍ଯ୍ୟ

୨୧।୫।୨୦୧୮


Rate this content
Log in

Similar oriya poem from Inspirational