Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

4.6  

Bauribandhu Lenka

Inspirational

ହେ ସତ୍ୟ ଶିବ ସୁନ୍ଦର

ହେ ସତ୍ୟ ଶିବ ସୁନ୍ଦର

1 min
7.2K


(0)

ହେ ସତ୍ୟ ଶିବ ସୁନ୍ଦର ପ୍ରଭୁ

ହେ ଜଗତ ଈଶ୍ୱର |

ଅରପି ଦେଇଛି ଏ ମନ ହୃଦୟ

ଚରଣ ତଳେ ତୁମର ||

(1)

ତୁମ ପୂଜା ପାଇଁ ଯାହା ମୁଁ ଦେଖଇ

ସବୁତ ତୁମରି ଦାନ |

ତୁମରି ଦାନରେ ତୁମକୁ ପୂଜିଲେ

ହେବ ତୁମ ଅପମାନ |

ପୂଜା ଅର୍ଘ୍ୟ ରୂପେ ଘେନ ଆହେ ପ୍ରଭୁ

ହୃଦୟ ଭକତି ମୋର |

ହେ ସତ୍ୟ ଶିବ ସୁନ୍ଦର ପ୍ରଭୁ

ହେ ଜଗତ ଈଶ୍ୱର ||

(2)

ଧର୍ମ ଅଧରମ ପାପ ଅବା ପୁଣ୍ୟ

ମୋତ କିଛି ଜଣା ନାହିଁ |

ହୃଦୟେ ମୋ ରହିଯେପରି ବତାଅ

ସେପରି କରଇ ମୁହିଁ |

ଏ ଭବ ସାଗରୁ ପାରିକର ପ୍ରଭୁ

ଏତିକି ମିନତି ମୋର |

ହେ ସତ୍ୟ ଶିବ ସୁନ୍ଦର ପ୍ରଭୁ

ହେ ଜଗତ ଈଶ୍ୱର ||

*******


Rate this content
Log in

Similar oriya poem from Inspirational