ପ୍ରେମ ପୁଲକ
ପ୍ରେମ ପୁଲକ


ପ୍ରେମ ଶବ୍ଦ ଏକ ଈଶ୍ୱର ପ୍ରଦତ୍ତ
ପ୍ରେମର ଅର୍ଥ ପବିତ୍ର,
ପ୍ରେମରେ ନ ଥାଏ ରଙ୍ଗ ଭଳି ଭଳି
ନ ଥାଏ ବି ଜାତି ଗୋତ୍ର l
ପ୍ରେମ ଗୋଟେ ଫୁଲ ଭାରି ସୁନ୍ଦର ସେ
ଆକର୍ଷଣ ଲାଗେ ଭାରି,
ଛୁଇଁଦେଲେ ଥରେ ସରମିଯାଏ ସେ
କେତେ ଅଭିମାନ କରି l
ସେହି ପ୍ରେମ ବନ୍ଧୁ ମିଠା ଅନୁଭୂତି
କେବେ ଭୁଲି ହୁଏ ନାହିଁ,
ପ୍ରଥମେ ପ୍ରେମର ଅନ୍ତରର ଜ୍ୱାଳା
ଲିଭାଇଲେ ଲିଭେନାହିଁ l
ଯୌବନରେ ଥାପି ପ୍ରଥମ ପାହାଚେ
ତୁମ ସହ ଦେଖା ହେଲା,
ଜୀବନେ ଆସଇ ଦୁର୍ବଳ ମୁହୂର୍ତ୍ତ
ପ୍ରେମ କ'ଣ ଜାଣି ହେଲା l
ଭୁଲିଲି ସବୁ ମୁଁ ତୁମରି ପ୍ରେମରେ
ପ୍ରେମ ଭରା କଥା ଶୁଣି,
ଭାବିଲି ତୁମେ ମୋ ସ୍ୱର୍ଗ ଅପସରୀ
ତୁମର ଦେଖି ଚାଁହାଣି l
ତୁମ ସହ ଦିନଟେ ଦେଖା ନ ହେଲେ
ଲାଗେ ଏକ ଯୁଗ ପରି,
ଦୁଃଖ ଆସେ ମୋର କଳ୍ପନା ରାଇଜେ
ମନ ମୋ ହତାଶେ ଭରି l
ଭୁଲିବନି ତୁମେ ସବୁଦିନ ପାଇଁ
ଯୌବନ ସ୍ପର୍ଶ ଆଲୋକ,
ପାରୁନି ଭୁଲି ମୁଁ ଶତ ଚେଷ୍ଟା କରି
ତୁମେ ମୋ ପ୍ରେମ ପୁଲକ l