STORYMIRROR

Arjuni charan Behera

Inspirational

3  

Arjuni charan Behera

Inspirational

ମାଘ ମାହାତ୍ମ୍ୟ

ମାଘ ମାହାତ୍ମ୍ୟ

1 min
122


 ମାଘମାସେ ଉଦେ ମଘା ନକ୍ଷତ୍ର l

ମାଘ ମାସ ଅଟେ ଅତି ପବିତ୍ର ll


ମାଧବ ହୋଇଲେ ରାଧାମାଧବ l

କୈବର୍ତ୍ତ ତାଙ୍କର କରୁଣା ନାଵ ll


ସବିତା ଉତ୍ତରେ କଲେ ଗମନ l

ମରତ ଛାଡ଼ିଲେ ଗଙ୍ଗା ନନ୍ଦନ ll


ପୂଜା ପାଇଲେଣି ରଟନ୍ତୀକାଳି l

ଅଜ୍ଞାନ ନ ଦିଅ ମାଆଙ୍କୁ ବଳି ll


ମାଆ ସରସ୍ୱତୀ ବୀଣାବାଦିନୀ l

ମର୍ତ୍ତ୍ୟରେ ଶୁଭଇ ବେଦର ଧ୍ୱନୀ ll


ମାଘ ବୁଡ଼ ଚନ୍ଦ୍ରଭାଗା ତୀରଥେ l

ସାଧୁ ମେଳା ଖଣ୍ଡଗିରି ପର୍ବତେ ll


ପଦୁଅଁ ବେଶରେ ଶ୍ରୀ ଜଗନ୍ନାଥ l

ପ୍ରାଣୀଙ୍କର ପ୍ରଭୁ ହରିଲେ ଆର୍ତ୍ତ ll


ସ୍ଵନକ୍ଷତ୍ରେ ଦେବୀ ମାଆ ବିରଜା l

ବୈତରଣୀ

ତୀର୍ଥେ ତାଙ୍କରି ପୂଜା ll


ଅନ୍ଧ ଭୀମ କନ୍ଧ ଖଞ୍ଜଣୀ ବାଇ l

କହେ ପ୍ରାଣୀ ଆର୍ତ୍ତ ସହି ନୁହଁଇ ll


ଯୋରନ୍ଦା ଗାଦିରେ ମହିମାସ୍ୱାମୀ l

ଧୁନୀ ଜଳେ ବିଶ୍ୱ ମଙ୍ଗଳ କାମୀ ll


ମାଘ ପୂର୍ଣ୍ଣିମାରେ ଗଜେ ଉଦ୍ଧାରି l

ବେଶହେଲେ ନୀଳାଚଳ ବିହାରୀ ll


ମାଘ ଶେଷେ ବାଗେ ଜଳିଲା ଅଗି l

ନମେ ଶମ୍ଭୁ ପଦେ ପରମ ଯୋଗୀ ll


ସଜ ହୋଇଲେଣି କଳା କହ୍ନାଇ l

ସଅଳେ ଫଗୁଣ ଆସିବ ଧାଇଁ ll


ଭକତେ ନାଚିବେ ତାଥେଇଥେଇ l

ବାଘ ଜାଡ଼େ ମାଘ ଯିବ ପଳାଇ ll


 କାମଦେବ ଦୂତ ସାଧୁଛି ସ୍ୱର l

 ଧନ୍ୟ ସୃଷ୍ଟି କର୍ତ୍ତା ସୃଷ୍ଟି ତୁମର ll



Rate this content
Log in

Similar oriya poem from Inspirational