STORYMIRROR

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ବଦଳି ଗଲାଣି ଗାଆଁ

ବଦଳି ଗଲାଣି ଗାଆଁ

1 min
194


ବଦଳି ଗଲାଣି ରୂପ-ଭେକ-ଭାବ ବଦଳି ଗଲାଣି ଗାଆଁ,

ଗାଆଁରେ ଅତୃପ୍ତ ଆତ୍ମାମାନେ ପଶି ମଜାରେ ମାରନ୍ତି ଡିଆଁ |


ଗାଆଁର ପିଲାଏ ହାଲୋ ହାଏ କରି ଡାଡ଼ି-ମାମି ଡାକିଲେଣି,

ଇଂରାଜୀ ମାଧ୍ୟମ ବିଦ୍ୟାଳୟ କେତେ ଛତୁପରି ଫୁଟିଲେଣି |


ପାଇପରୁ ପାଣି ମିଳୁଛି ଗାଆଁରେ ପୋଖରୀ ହେଲାଣି ପୋତି,

ଗାଆଁର ମଶାଣି ଗୋଚର ଭୁଇଁରେ କୋଠା ଠିଆହୁଏ ନିତି |


ଗାଡ଼ି ମାଳମାଳ ଉଡ଼େ ଧୂଆଁ ଛାଡ଼ି ଦାଣ୍ଡଧୂଳି ଆଉ ନାହିଁ,

ରାଜନୀତି ବେଶି ଗାଆଁରେ ଚାଲିଛି ନେତାଙ୍କର ଚରାଭୂଇଁ |


ଦେଶୀ ଓ ବିଦେଶୀ ଗଞ୍ଜେଇ ଚରସ ଗାଆଁରେ ମିଳୁଛି ସବୁ,

ହଳରେ ବଳଦ ଯୋଚା ଯାଉନାହିଁ ଟ୍ରାକ୍ଟର କରିଛି କାବୁ |


ଶଙ୍ଖ-ହୁଳହୁଳି ମନ୍ଦିରର ଘଣ୍ଟା ଆଉ ବେଶି ଶୁଭୁନାହିଁ,

ମୋବାଇଲି ଏବେ ଘରେଘରେ ଚାଲେ ହିନ୍ଦୀଗୀତ ଗାଇଗାଇ | 


ଆମ୍ବତୋଟା ବିଲ ବାଡ଼ିରେ ତ ଗୋଟେ ଗଛ ଦିଶେନାହିଁ ଆଉ,

ବଜାରରୁ କିଣି ପରିବା ଖାଆନ୍ତି ତଟକା ଥାଉ ଥାଉ |



Rate this content
Log in

Similar oriya poem from Inspirational