STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ମଧୁଝରା

ମଧୁଝରା

1 min
428


ନବୀନ ଯୁବତୀ ହୋଇଥିବ

ଜହ୍ନ ଫିକା ଫିକା ଉଇଁଥିବ

ବେଳାଭୂମି ପରେ ଝାଉଁ ବିଥିକାରେ

ଝୁମି ଝୁମି ନିଶା ଘାରିଥିବ


ସମୟର ଚକ ଥିର ହୋଇ

ପ୍ରେମ ଅଂଜଳିରେ ଯିବ ଲିୁଚି

ତାରାଫୁଲ ସବୁ ଆକାଶରୁ ଝଡି

କେଳି କୁଞ୍ଜରେ ପଡିବ ବିଞ୍ଚି


ଜହ୍ନ ଲାଜେ ଲାଜେ ମରିଯିବ

ବଉଦର କୋଳେ ଲୁଚିଯିବ

ବେଳାଭୂମି ପରେ ଧୀର ସମୀରରେ

ଚିର ପ୍ରୀତି ମଧୁ ଝରୁଥିବ


ସିନ୍ଧୁ ଲହରୀ ଥିର ହୋଇ

ଦେହ କାନନେ ଯିବକି ଖେଳି

ଜୁଆର ଉଠିବ ମନ ଯମୁନାରେ

ଚେତନା ଖେଳିବ ପ୍ରେମ ଦୋଳି


ଜହ୍ନ ଛପି ଛପି ଚାହୁଁଥିବ

ଲାଜେ ଲାଜେ ପୁଣି ହସୁଥିବ

ବେଳାଭୂମି ପରେ ଧୀର ସମୀରରେ

ଚିର ପ୍ରୀତି ମଧୁ ଝରୁଥିବ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance