STORYMIRROR

Biswajit Sahoo

Inspirational Others

3  

Biswajit Sahoo

Inspirational Others

ପ୍ରତିବାଦ

ପ୍ରତିବାଦ

1 min
209


ଅନ୍ୟାୟ ଅନୀତି ଅତ୍ୟାଚାର ଏବଂ,

ଭ୍ରଷ୍ଟାଚାର ବିପକ୍ଷରେ,

ସଭିଏଁ ଏକାଠି ଉଠାଇବା ସ୍ବର

'ପ୍ରତିବାଦ' ହେଉ ଥରେ।


ସତ୍ୟର ଲଢେଇ ଜିତିବାକୁ ହେଲେ,

ମନେ ଡର କାହିଁ ପାଇଁ,

ଏପରି ଯୁଦ୍ଧର ଆରମ୍ଭ ହୋଇଲେ,

ସଂଗ୍ରାମର ଶେଷ ନାହିଁ।


ବିଜୟ ରାସ୍ତାରେ ବାଧକ ସାଜିବ,

କେତେ ଘାତ ପ୍ରତିଘାତ,

ସବୁ ବନ୍ଧନକୁ ଦେବାରେ ଆଡେଇ,

ଶତ୍ରୁ ହେବ ପରାଜିତ।


ସତ୍ୟ,ଆଦର୍ଶର ବାର୍ତ୍ତା ସଞ୍ଚାରିବା,

ଦୁର୍ନୀତି ଦୂରେଇ ଦେବା,

ଜନତାହିଁ ହେଲେ ସଦା ଜନାର୍ଦ୍ଧନ,

ପ୍ରମାଣିତ କରିଦେବା।




Rate this content
Log in

Similar oriya poem from Inspirational