କଙ୍କାଳ ଉପରେ ବସି ବିଶ୍ବ ହିରୋ
କଙ୍କାଳ ଉପରେ ବସି ବିଶ୍ବ ହିରୋ
ଘୁଷୁରୀର ବିଷ୍ଠାରେ ସଦା ନିବେଶ, ଚାଷୀ
ଶ୍ରମିକର ମନ କାହୁଁ ବୁଝିବ
ଅହଙ୍କାରୀ ଗର୍ବୀ, ମନ କଙ୍କାଳ ଉପରେ ଛିଡା
ହୋଇ ବିଶ୍ବ ହିରୋ ବୋଲାଇବ |୧|
ଗର୍ବରେ ବିଭୋର, ପୁରୁଣା ଇତିହାସ ପୋଡି
ନୂଆ ଇତିହାସ ବହି ପରା ଲେଖିବ
ନିଜକୁ ନିଜ ହାତେ ମାରି ତାଳି, ମନେ ମନେ
ବାହୁବଳୀ ବୋଲାଇବ |୨|
ହାଟରେ ବାଟରେ ଘାଟରେ ମଠରେ ସବୁଠି
ନିଜର ଫଟ ତ ଟାଂଗିବ
ଅନ୍ୟକୁ ଛୋଟ କହିବାକୁ, ଦୃଢ ଶପଥ ନେଇଛି
ନିଜ ହାତ ଗଢା ଛବି ଆଙ୍କିବ |୩|
ନିଜେ ତ ପୁଂଜିପତିର ଦଲାଲ୍, ତାଙ୍କ ହାତେ
ଦେଶ ମାଟି ଟେକି ଦେବ
ଶାନ୍ତି ପୂଜାରୀର ଫଟୋକୁ ଟାଂଗି, ହତ୍ଯାକାରୀର
ଗାଥା ମଞ୍ଚରେ ଗାଇବ |୪|
ଟଲଷ୍ଟୟଙ୍କର ଯୁଦ୍ଧ ଓ ଶାନ୍ତି ବହିଟି ଶାନ୍ତି ଆଉ
ନ୍ୟାୟ ସ୍ଥାପନାର ପଥ ଦେଖାଏ
ତାକୁ ନଦୀରେ ପିଙ୍ଗିବ, କାରଣ ତାହା ଏଭଳି
ଭୟଙ୍କର କଥା ଶିଖାଏ |୫|
ଜୀବନ ସଂଗ୍ରାମେ ହାରିବନି କେବେ ଯେହେତୁ
ଗୋଲବରକରଙ୍କର ବହି ପଢିଛି
ଦୁନିଆରେ ଶ୍ରେଷ୍ଠ ହୋଇବ ଯେଣୁ ଅନ୍ୟ ଧର୍ମ ଆଉ
କମ୍ୟୁନିଷ୍ଟମାନଙ୍କୁ ଶୋଧି ଜାଣିଛି |୬|
ମାଗଣାଖିଆ କରାଇବ ଶ୍ରମିକ ମୂଲିଆ ମାଟିର
ମଣିଷ ଆଉ ହୋଇ ପାରିବେନି ମେଳ
ପୁଞ୍ଜିପତିର ସ୍ୱାର୍ଥ ପାଇଁ ଞାନୀ ବିଭେଦୀ ବିଦ୍ବାନ ଗଢି
ତୋଳିବ, ନୂଆ ସମ୍ଭାବନା ହୋଇବ ଲୀନ |୭|
