Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Sahoo

Inspirational

2  

Prakash Sahoo

Inspirational

ବହୁମୂଲ୍ୟ ପ୍ରେମ

ବହୁମୂଲ୍ୟ ପ୍ରେମ

1 min
6.5K


ପ୍ରେମ ନୁହେଁ ଏକ ସୂତାର ବନ୍ଧନ

  ଟାଣି ଦେଲେ ବୁଡିଯିବ

ପ୍ରେମ ନୁହେଁ ଏକ ଶୁଖିଲା ପତର

  ପବନରେ ଉଡିଯିବ

ପ୍ରେମ ନୁହେଁ ବୈଶାଖର ଝାଳ

 ପୋଛି ଦେଲେ ଶୁଖିଯିବ

ପ୍ରେମ ନୁହେଁ ଖାଲି ଏକ ଜିନିଷ

  ଦାମ ଦେଇ କିଣିହେବ

 ପ୍ରେମ ନୁହେଁ ଏକ ବିଜନ ରାତ୍ରୀ

  ସକାଳକୁ ସରିଯିବ

ପ୍ରେମ ନୁହେଁ ଛୋଟିଆ କଥାଟେ

  ଅଳ୍ପ ଅଳ୍ପ କହିହେବ

ପ୍ରେମ ନୁହେଁ ଏକ କାଚର କଣ୍ଢେଇ

  ପଡିଗଲେ ଭାଙ୍ଗି ଯିବ

ପ୍ରେମ ନୁହେଁ ଏକ ଫୁଲର ପାଖୁଡା

   ବତାସରେ ଝଡ଼ିଯିବ

ପ୍ରେମ ନୁହେଁ ଏକ ଶେଫାଳିର ଫୁଲ

 ଶିଶିରରେ ଝରିଯିବ

ପ୍ରେମ ନୁହେଁ ଏକ ଦର ଭଙ୍ଗା ନାଆ

 ସାଗରରେ ବୁଡିଯିବ

ଅଢେଇ ଅକ୍ଷର ଯାହା ଆମେ କହୁ

  ତାର ନାମ ପରା ପ୍ରେମ

ଏହି ଦୁନିଆରେ ଯାହା ଆମେ ଦେଖୁ

  ସବୁମୂଳେ ଏହି ପ୍ରେମ

ପ୍ରେମରୁ ଆରମ୍ଭ ସୃଷ୍ଟି ପରା ଏଠି

  ପ୍ରେମରେ ବିଲୀନ ହେବ

ମଣିଷ ମରିବ ସବୁ ତ ସରିବ

  ପ୍ରେମ ଖାଲି ରହିଯିବ

ଆରମ୍ଭ ନାହିଁତ ଶେଷ ନାହିଁ ଯାର

  ତାର ନାମ ପରା ପ୍ରେମ

ଯଦି କେବେ କେହି ବିଶ୍ୱ ଜୟ କରେ

 ତାର ମୂଳେ ଥିବ ପ୍ରେମ

ଈଶ୍ୱରଙ୍କ ଦାନ ଅଟେ ପରା ପ୍ରେମ

  ହୃଦୟରେ ଯାର ସ୍ଥାନ

ପରକୁ ଆପଣା କରେ ପୁଣି ପ୍ରେମ

  ସତେ କି ସେ ନୀଳ ଜହ୍ନ

ପ୍ରେମ କଲେ ପ୍ରେମୀ ଅଟେ ଭାରି ଦାମୀ

  ପ୍ରେମ ବାଣ୍ଟି ବାଣ୍ଟି ଚାଲେ

ହୃଦୟ ବଦଳେ ହୃଦୟଟି ମିଳେ

  ହୃଦୟରେ ପ୍ରେମ ଥିଲେ

ଯାହା ପ୍ରେମେ ଯିଏ ଥରେ ପଡ଼ିଯାଏ

  ସହଜେ କି ଭୁଲିହେବ

ପ୍ରେମ ଏକ ଦଶା,ଖୋଜେନି ପଇସା

  ପ୍ରେମ ମୂଲ୍ୟ କିଏ ଦେବ

ପ୍ରେମର ସେ ଭାଷା ଲାଗେ ଭାରି ମିଠା

  ସେଠି ମିଳେ ସୁଖ ଶାନ୍ତି

ଚାଲିଯିବ ଦିନ ରହିଯିବ ଚିହ୍ନ

  ପ୍ରେମ ଛାଡ଼ି ଯିବ ସ୍ମୃତି


Rate this content
Log in

Similar oriya poem from Inspirational