STORYMIRROR

Nrusingha Narayan Tripathy

Inspirational Children

4  

Nrusingha Narayan Tripathy

Inspirational Children

ଜୀବେ ଦୟା

ଜୀବେ ଦୟା

1 min
368


ପଶୁ ପକ୍ଷୀ ଜୀବ ନେଇକି ଗଠିତ

ସୁନ୍ଦର ଧରିତ୍ରୀ ରାଣୀ

ଜୀବ ମଧ୍ୟେ ଶ୍ରେଷ୍ଠ ମଣିଷ ବିଦିତ

ମହୀରେ ଉନ୍ନତ ପ୍ରାଣୀ ll


ପଶୁ ପକ୍ଷୀ କୀଟ ବିହଙ୍ଗ ପତଙ୍ଗ

ଆକୃତି ଆକାର ଭିନ୍ନ

କେବଳ ମଣିଷ ଚିନ୍ତା କରିପାରେ

ଅନ୍ୟ ଜୀବଠୁ ମହାନ ll


ଜୀବତ୍ମା ମଧ୍ୟେରେ ମଣିଷ ର ଆତ୍ମା

ଗଣାହୁଏ ଶ୍ରେୟସ୍କର

ନିଜର ଜୀବନେ ଖୁସି ଟିକେ ପାଇଁ

ପ୍ରୟାସରେ ନିରନ୍ତର ll


ନିଜର ମଙ୍ଗଳ ପାଇଁ କି ମଣିଷ

ଘର ଦ୍ୱାର କରି ବସେ

ଜଙ୍ଗଲ କ୍ଷୟରେ ବାସତ ହରାନ୍ତି

ପଶୁ ପକ୍ଷୀ ଜୀବ ମାନେ ll


କୁନି କୁନି ଜୀବ ଗୁଣ୍ଡୁଚି ଶାରୀଆ

ମଜା ଲାଗଇ ଦେଖିଲେ

କଙ୍କି ପ୍ରଜାପତି ଭିନ୍ନ ଭିନ୍ନ ରଙ୍ଗେ

ମୋହେ ଆନନ୍ଦେ ଉଡ଼ିଲେ ll


ଖାଦ୍ୟ ବାସ ବିନା ଜୀବ ଛଟପଟ

ବିଲୁପ୍ତ ହୁଏଯେ ବଂଶ

ପ୍ରକୃତି ନିୟମ ଭାଙ୍ଗଇ ମଣିଷ

ଜୀବର ଜୀବନ ଶେଷ ll


ନୃଶଂସ ପ୍ରକୃତି ମଣିଷ ସାଜିକି

ନିର୍ଦ୍ଦୟ ଶିକାର କରେ

ଚର୍ମ ଦାନ୍ତ ହାଡ଼ ଲୋଭରେ ପଡିକି

ହାତୀ ବାଘ ସବୁ ମାରେ ll


ମାଂସ ର ଖାଇବା ଲୋଭରେ ଶିକାରୀ

ପଶୁ ପକ୍ଷୀ ବଦ୍ଧ କରେ

ନିଜର ସମ୍ଭ୍ରାତା ଦର୍ଶାଇ ନରଯେ

ରଖେ ଜୀବ ଙ୍କୁ ବନ୍ଦୀରେ ll


ସଂସାରେ ମଣିଷ ମୁଣ୍ଡରେ ରହିଛି

କାର୍ଯ୍ୟ କରିବାର ଶକ୍ତି

ଅଜ୍ଞାନୀ ହୋଇକି ଜୀବକୁ ମାରଇ

ଏଇତ ବିଚିତ୍ର ଗତି ll


ସଂସାରେ ନିରୀହ ଜୀବତ ଅଟଇ

କର ଦୟା ତାଙ୍କଠାରେ

ଜୀବେ ଦୟା କଲେ ପୁଣ୍ୟଯେ ମିଳିବ

ହୋଇ ଆତ୍ମସନ୍ତୋଷ ରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational