Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational

3  

Writer Roja Panda

Inspirational

ତୁମ ପରି ଦିନେ ହେବି ମୁଁ

ତୁମ ପରି ଦିନେ ହେବି ମୁଁ

1 min
136



ମଦର୍ ଟେରେସା ,ମଦର୍ ଟେରେସା

ତୁମ ପରି ଦିନେ ହେବି ମୁଁ

କୋଟି ଜନ ମାନସ ଆଖିରେ

ଜହ୍ନ ହୋଇ ଦିନେ ଥିବି ମୁଁ  ।।

ଦିନ ଦୁଃଖିଙ୍କର ସେବା କରିବାକୁ

ହୋଇବି ମୁଁ ଆଗଭର

ସେଥିପାଇଁ ମୋର ମନରେ ଟିକେ ବି 

ନରଖିବି ଅହଂକାର ।।

ଅସହାୟଙ୍କର ସେବା ମୁଁ କରିବି

ମୋର ଏଇ ଟିକି ହାତରେ

ଦେଶବାସୀ ଦିନେ ଗରବ କରିବ

ଦେଖି ମୋ ନିଷ୍କପଟ ସେବାରେ ।।

ମଦର୍ ଟେରେସା, ମଦର୍ ଟେରେସା

ତୁମପରି ଦିନେ ହେବି ମୁଁ

କୋଟି ଜନ ମାନସ ଆଖିରେ

ଜହ୍ନ ହୋଇ ଦିନେ ଥିବି ମୁଁ ।।



Rate this content
Log in

Similar oriya poem from Inspirational