Satyabati Swain

Fantasy

3  

Satyabati Swain

Fantasy

ଉତ୍ସ

ଉତ୍ସ

4 mins
553



ନାରୀ ପ୍ରକୃତି । ନାରୀ ଜନନୀ,ଭଗିନୀ ଓ ଜାୟା । ପ୍ରକୃତି ଓ ପୁରୁଷ ମିଳନରେ ସୃଷ୍ଟି ସମ୍ଭବ ହୁଏ । ପୁରୁଷ ପାଇଁ ପ୍ରକୃତି ଏକାନ୍ତ ଅପରିହାର୍ଯ୍ୟ । ନାରୀ ବିନା ପୁରୁଷ ଅର୍ଥ ହିଁନ । ବିଶୃଙ୍ଖଳିତ,ବେଫିକର ବୁଲା ଚଢେଇ ମନ ପୁରୁଷର । ନିଜ ଇଚ୍ଛାର ମାଲିକ । ଛୋଟ ବାଳକ ଟି ବୟ ପ୍ରାପ୍ତ ହୋଇ ପୁରୁଷରେ ପରିଣତ ହୁଏ । ଭଅଁର ଜୀବନ । ଯୁବକ ପ୍ରାଣ ଗୋଟିଏ ବ୍ରେକଲେସ ଗାଡି ପରି । କୁଆଡେ ନାଇଁ କୁଆଡେ ମାଡି ଚାଲେ । ସମୁଦ୍ର ଜୁଆର ପରି ମନ । ଉଡିବା,ବୁଲିବା,ମଜା ,ମସ୍ତି କରିବା ଭାବରେ ଜଡ଼ସଡ଼ ।

ଧରାକୁ ସାରା ଜ୍ଞାନ କରେ । ଦୁଃସାହସ କାର୍ଯ୍ୟ କରିବା ଏଇ ବୟସ ଟିର ସାଧାରଣ ଲକ୍ଷଣ ।


    ଏଇ ଉତ୍ଶୃଙ୍ଖଳ ଜୀବନକୁ ପଟ୍ରି ପରେ ଆଣିବାକୁ ହେଲେ ନାରୀର ମହନୀୟ ତିନି ରୂପ ମଧ୍ୟରୁ ଜାୟା ଟି ଉପଯୁକ୍ତ । ପୁରୁଷ ବେଫିକର ଜୀବନରେ ଲଗାମ ଦିଏ ସ୍ତ୍ରୀ । ଦାୟିତ୍ୱ ,କର୍ତ୍ତବ୍ୟର ମନ୍ତ୍ର ଫୁଙ୍କେ ସ୍ତ୍ରୀ । ଅସଜଡ଼ା ଜୀବନକୁ ସଜାଡେ ବି ସ୍ତ୍ରୀ । ସ୍ତ୍ରୀ ଘରର ଶ୍ରୀ,ସମୃଦ୍ଧି ଓ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ ।


    ଜୀବନ ନଈକୁ ପାରିହେବା ପାଇଁ ସାଥୀଟିଏ ଦରକାର । ଯେ ଜୀବନ ସଉଦା ସହ ସଂସାର ସଉଦା କରିବାରେ,ପାଦରେ ପାଦ ମିଶାଇ ଚାଲେ ,ଦୁଃଖ ହେଉ କି ସୁଖ ସବୁବେଳେ ପାଖେ ପାଖେ ଥାଏ,ତାହାରି ନାଁ ତ ସ୍ତ୍ରୀ । ସ୍ତ୍ରୀ ଯଦି ପୁରୁଷ ମନ ବୁଝି ପାରି ତାର ପ୍ରେତ୍ୟକ କାର୍ଯ୍ୟରେ ସହଯୋଗ କରେ ମାଟିରେ ସେ ଘର ସ୍ୱର୍ଗ ପାଲଟି ଯାଏ ।


    ସ୍ତ୍ରୀ ଟିଏ ସମର୍ପଣ ଭାଵ ନେଇ ନିଜର ଦେହ,ମନ

 ,ଇଚ୍ଛା,ଅନିଚ୍ଛା,ପସନ୍ଦ ନା ପସନ୍ଦ ଏପରିକି ନିଜ ଜୀବନ କୁ ଅକାତରେ ବାଢିଡିଏ ଜଣେ ପୁରୁଷ ପାଖେ । ପେଟର ଭୋକ ପରି ଦେହର ଭୋକ ମେଣ୍ଟାଏ ପୁରୁଷ ସାମାଜିକ ବନ୍ଧନରେ ବାନ୍ଧି ହୋଇ ବିବାହ କରି । ପର ଘରର ଝିଅ ବେଦି ହୋମକୁ ସାକ୍ଷୀ ରଖି,ସାତ ଫେର ନେଇ ପୁରୁଷ ପ୍ରଦତ୍ତ ସିନ୍ଦୁର ମଙ୍ଗଳ ସୂତ୍ର ନାଇ ସେ ଝିଅରୁ ହୋଇଯାଏ ସ୍ତ୍ରୀ । ସ୍ତ୍ରୀ ଶୁଶୀଳ,ସଂସ୍କାରି,ମମତା ମୟୀ ହେଲେ ପୁରୁଷ ଜୀବନ ସାର୍ଥକ ହୁଏ । ଘର ହସେ,ବାସେ । ବଂଶ ଆଗକୁ ବଢେ,ସ୍ୱାମୀ ସ୍ତ୍ରୀ ସହବାସରୁ ।


     କନକ ଆଞ୍ଜୁଳି ତିନି ଥର ପଛକୁ ପକାଇ

 ,କୁଆଁରୀ ଜୀବନ ବ୍ରତ ଉଜେଇଁ ଝିଅଟିଏ ପର ଅଗଣାରେ ପାଦ ଥାପେ । ସ୍ୱାମୀର ସମସ୍ତ କୁ ସୁ କୁ କାନିରେ ବାନ୍ଧି ସଂସାର ପାତେ । ସ୍ୱାମୀ ଜୀବନକୁ ପରିପୂର୍ଣ୍ଣ କରେ । ଏଣୁ ସ୍ତ୍ରୀର ଅନ୍ୟ ନାମ ସହ ଗାମିନୀ

,ସହଧାର୍ମିଣୀ ଓ ଅର୍ଦ୍ଧାଙ୍ଗିନୀ । ତାକୁ ପାଇଁ ପୁରୁଷ ପୂର୍ଣ୍ଣହୁଏ । ଦୁହେଁ ଗୋଟିଏ ବାଇକିର ଦୁଇ ଚକ ପରି ହୋଇ ଚାଲନ୍ତି ଆଜୀବନ ।


     ସ୍ତ୍ରୀ ଭୋଗ୍ୟା ନୁହେଁ,କେବଳ ସେକ୍ସ ପାଇଁ ସ୍ତ୍ରୀଟିଏ ପୁରୁଷ ଜୀବନ ପରିଧିକୁ ଆସି ନଥାଏ । ବରଂ ସେ ଆସିଥାଏ ସଂସାର ନୌକା ସାଙ୍ଗ ହୋଇ ଚଳେଇବା ପାଇଁ । ମୈଥୁନ ନିଶ୍ଚିନ୍ତ ଆବଶ୍ୟକ ବୟସର ଚାହିଁବା ସେ । ସ୍ତ୍ରୀ ଖାଦ୍ୟ ଦେଲା ବେଳେ ସଭିଙ୍କ ମା ହୋଇଥାଏ ।

 ସୁଖ ଦୁଃଖ ବାଣ୍ଟିଲା ବେଳେ ଭଉଣୀ ହୋଇଥାଏ । ସହବାସ ସମୟରେ ଜାୟା ହୋଇଥାଏ । ବଂଶ ଆଗକୁ ବଢ଼େଇ ନିଅନ୍ତି ଉଭୟେ ସ୍ୱାମୀ ଓ ସ୍ତ୍ରୀ ।


    ସ୍ତ୍ରୀ ଶକ୍ତି,ମମତାମୟୀ,ଶିବ,ସୁନ୍ଦରର ପ୍ରତୀକ । ତ୍ୟାଗ ,ସେବା,ସହନଶୀଳତା,ସହଯୋଗିତା ଓ ସହଭାଗିତାର ସେ ଚଳନ୍ତି ପ୍ରତିମା । ପ୍ରକୃତ ସ୍ତ୍ରୀଟିଏ ପୁରୁଷ ଭାଗ୍ୟରେ ମିଳିବା କୋଟି ପୁଣ୍ୟ ଫଳ ବୋଲି ବୁଝାଯାଏ । ସ୍ତ୍ରୀ ମା,ପିଲାର ପ୍ରଥମ ଗୁରୁ ।


    ସ୍ତ୍ରୀ ପୁରୁଷର ଶକ୍ତି,ଶୌର୍ଯ୍ୟର ପ୍ରେରଣା । ତା ଠାରୁ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି । ସେ ମମତାମୟୀ,କରୁଣା ମୟୀ,ସୃଷ୍ଟି,ଶକ୍ତିର ଆଧାର । ପୁରୁଷର ପ୍ରଜାପତିଆ ମନକୁ ନିୟନ୍ତ୍ରଣ କରେ ନାରୀ ତା ସ୍ନେହ ,ପ୍ରେମ ଦେଇ । ସେ ପ୍ରେମ ମୟୀ ବି । ଅକାଢଠାରୁ ବଡ଼ । ବସୁଧା ପରି କଷ୍ଟ ସହିଷ୍ଣୁ । ସେ ଦେବୀ । ତା ପାଇଁ ପୁରୁଷ ହସେ । ପରିବାରରେ ହସର ମାହୋଲ ସୃଷ୍ଟି ହୁଏ କେବଳ ମାତ୍ର ସ୍ତ୍ରୀ ପାଇଁ । ସ୍ତ୍ରୀର ସମସ୍ତ ହାନିଲାଭ ଭାର ବହନ କରେ ।


    ମାତ୍ର ପରିତାପର ବିଷୟ ଏବେ ସ୍ତ୍ରୀକୁ ସ୍ତ୍ରୀ କମ୍ ଭୋଗ୍ୟା ଅଧିକ ବିବେଚନା କରା ଯାଉଛି । ତାର ଦେହକୁ ନେଇ ଖୁବ ବ୍ୟବସାୟ ହେଉଛି । ତା ପ୍ରତି ଅତ୍ୟାଚାର ବଢି ଚାଲିଛି । କେବେ ଯୌତୁକ ପାଇଁ,କେବେ ଝିଅ ଜନ୍ମ ପାଇଁ ଦାୟୀ,କେବେ ସ୍ୱାମୀର କୁତ୍ସିତ ବାସନା ପାଇଁ ଅବେଳେ ଝରୁଛି ସ୍ତ୍ରୀ ଟିଏ । ପୁରୁଷ ପର କ୍ରିୟା ପ୍ରୀତିରେ ମନୋନିବେଶ କରି ସ୍ତ୍ରୀ ସହ ପ୍ରତାରଣା କରୁଛି ।

କେଉଁଠି ମାଡ଼ ଖାଇ ମଲାଣି ତ କେଉଁଠି ନିଆଁରେ ଜଳିଲାଣି ସେ । କେବେ ପଚା ଦେହ ତାର ଜଙ୍ଗଲ,ନଈ କି ,ବନ୍ଧ ଅଖା ଭିତରୁ ବା କେଉଁ ଗାତରୁ ଉଦ୍ଧାର ହେଲାଣି ତା ଶବ । ସମାଜର ଯେତେକ ବିଧି ବିଧାନ,ଲକ୍ଷ୍ମଣ ଗାର କେବଳ ସ୍ତ୍ରୀ ପାଇଁ ଉଦ୍ଦିଷ୍ଟ । ମାନିଲେ ଭଲ,ନ ମାନିଲେ ଉଦଣ୍ଡି,ମୁଖୁରା,ଦୁଷ୍ଟା ସ୍ତ୍ରୀ ।


    ସବୁଠୁ ନୃଶଂସ କାର୍ଯ୍ୟ ତାକୁ ଦୁଷ୍କର୍ମ କରି ମାରି ଦିଆ ଯାଉଛି । ବେଶ୍ୟା କରି ଗଣ ଭୋଗ୍ୟା ପାଇଁ ବାଧ୍ୟ କରା ଯାଉଛି । ଯାହା ପାଇଁ ସୃଷ୍ଟି,ସେ ଆଜି ଅତି ଅବହେଳିତ,ଲାଂଛିତ ।

    ଅବଶ୍ୟ ଶିକ୍ଷାର ପ୍ରଚାର ପ୍ରସାର ଫଳରେ କେତେଜଣ ନାରୀ ସ୍ତ୍ରୀ ହେଲେ ବି ତଥା କଥିତ ପ୍ରଥା,ପରମ୍ପରାର ଶଗଡ଼ ଗୁଳାରେ ଚାଳିବାକୁ ବାଧ୍ୟ ହେଉ ନାହାନ୍ତି । ସେମାନେ ନିଜ ଇଚ୍ଛାର ଜୀବନ ଜୀଉଁଛନ୍ତି । ସ୍ୱାଭିମାନି,ସ୍ୱାବଲମ୍ବୀ ହୋଇ ପୁରୁଷର ଆର୍ଥିକ ସମସ୍ୟାର ବି ସମାଧାନ କରୁଛନ୍ତି ।


    ଆଉ ଜାଣନ୍ତି ମୁଁ ମୋହନ ଏ ଦୁନିଆଁର ସବୁଠାରୁ ସୁଖୀ ପୁରୁଷ । କାରଣ ମୋ ସ୍ତ୍ରୀ ମାନସୀ ଜଣେ ଉତ୍ତମ ସ୍ତ୍ରୀ । ସେ ମୋ ସୁଖ,ଦୁଃଖ,ଭଲ,ମନ୍ଦ,କୁ, ସୁ ସବୁକୁ ଗ୍ରହଣ କରି ମୋତେ ସୁନ୍ଦର ଜୀବନଟିଏ ବଞ୍ଚିବାର ସୁଯୋଗ ଦେଇଛି । ସେ ମୋ ସ୍ତ୍ରୀ ନୁହେଁ ମୋ ପ୍ରକୃତ ବନ୍ଧୁ । ତା ପ୍ରେମ,ସ୍ନେହ ଗଙ୍ଗାରେ ଭାସୁଛି ମୋ ଜୀବନ ତରୀ । ସେ ମୋ ଜୀବନ,ସଂସାର ମୋ ଆଜୀବନ ପାର୍ଟନର । ଉତ୍ସ ସମସ୍ତ ଖୁସିର,ଆନନ୍ଦର ।


  

     


Rate this content
Log in

Similar oriya story from Fantasy