Lata Behera

Abstract

3.6  

Lata Behera

Abstract

ତ୍ୟାଗ

ତ୍ୟାଗ

6 mins
296



ଗୋଟିଏ ଥୁଣ୍ଟା ବରଗଛ ମୂଳରେ ବସି ପରମାନନ୍ଦ ବାବୁ ଚିନ୍ତାମଗ୍ନ ରହିଥିଲେ । ହଠାତ୍ ଆକାଶରରେ ଉଡି ଯାଉଥିବା ପକ୍ଷୀଙ୍କର କୋଳାହଳ ଶଦ୍ଦରେ ସିଏ ଭାବନା ରାଇଜରୁ ଫେରି ଆସିଲେ । ଆଉ ନିଜକୁ ତଉଲୁ ଥିଲେ ସେଇ ଥୁଣ୍ଟା ଶୁଷ୍କ ବରଗଛ ସହିତ । ସତରେ ଆଜି ସିଏ କେତେ ଅସହାୟ । ସବୁକିଛି ସେ ହରେଇ ଦେଇଛନ୍ତି । ସିଏ ଆଜି ଜଣେ ନିଃଶ୍ବ ମଣିଷ । ତାଙ୍କର ଆବଶ୍ୟକ ଆଉ କାହା ପାଇଁ ନାହିଁ । ଏଇ ଯେମିତି ଡାଳପତ୍ର ଥିବା ସମୟରେ ପକ୍ଷୀମାନେ ଉଡିଆସି ବସା କରି ରହୁଥିଲେ । ଆଉ ଯେତେବେଳେ ବରଗଛଟି ଶୁଖି ଥୁଣ୍ଟା ହେଇଗଲା ପକ୍ଷୀମାନେ ଅନ୍ୟତ୍ର ତାକୁ ଡେଇଁ ଚାଲି ଯାଉଛନ୍ତି । ଆଖିରେ ପୁଣି ଭାସି ଆସିଲା ଅତୀତ ଜୀବନ କାହାଣୀ । 

      ଗୋଟିଏ ବଡ ପରିବାର ସିଏ ଜନ୍ମ ହୋଇଥିଲେ । ବାପା ତାକୁ ବହୁତ ଭଲ ପାଉଥିଲେ । କାହିଁକି କେ ଜାଣି ମାଆ ତାକୁ ଆଦୌ ଭଲ ପାଉ ନଥିଲା । ବହୁତ ପାତର ଅନ୍ତର ଦେଖୁଥିଲା ସିଏ ଥିଲା ତିନି ନମ୍ବର । ମାଆ ଅନ୍ୟ ପିଲାମାନଙ୍କୁ କୋଳେଇ କାଖେଇ ଗୀତ ଗାଇ ଗେଲ କରି ଖୋଇ ଦିଏ । କିନ୍ତୁ ୟାକୁ ସାବତ ପୁଅ ପରି ଦେଖେ । ବାଢି ଦେଇ କହେ ଖାଇଲେ ଖା ନ ଖାଇଲେ ନାହିଁ ଯା । ବାପା ବାହାରେ ଚାକିରି କରନ୍ତି । ଯେତେବେଳେ ଆସନ୍ତି ସମସ୍ତଙ୍କ ପାଇଁ ନୂଆ ପ୍ୟାଣ୍ଟ ସାର୍ଟ ଖେଳଣା ଆଣନ୍ତି । କିନ୍ତୁ ମାଆ ମୋଠୁ ନେଇ ମୋ ଭାଇମାନଙ୍କୁ ଦେଇ ଦିଏ । ବାପାଙ୍କୁ କୁହେ ତମେ ଇଆର ମୁହଁ ବଢେଇ ଦେଉଛ । ଇଏ କାହାକୁ ମାନୁନି । ସମସ୍ତେ ଆସି ମୋତେ ବାରକଥା କହୁଛନ୍ତି । ମୁଁ କେତେ ସହିବି । ବାପା କହିଲେ ମୁଁ ଏଥର ମୋ ସହିତ ନେଇ ମୋ ପାଖରେ ରଖି ପାଠ ପଢେଇବି । ହଷ୍ଟେଲରେ ରଖିଦେବି । ହଠାତ୍ ମାଆ କହିଲେ ସାନ ପୁଅକୁ ନିଅ । ଇଏ ମୋ ପାଖରେ ରହୁ । ସବୁବେଳେ ମୋ ନଜରରେ ରହିବ । ମୋତେ ନା ସିଏ ଖାଇବାକୁ ଦିଏ । ନା ଭଲ ଖଣ୍ଡେ ପିନ୍ଧିବାକୁ ଦିଏ । ମୁଁ କେମିତି ପରୀକ୍ଷାରେ ଫେଲ ହେବି ସେଥିପାଇଁ ସିଏ ଚିରି ଯାଇଥିବା ବହି ଦିଏ । ମୋ ଭାଇମାନଙ୍କର ପୁରୁଣା ଚିରା ଖାତା ଦିଏ । କାମରେ ମୋତେ ସବୁବେଳେ ଲଗାଏ । ମୁଲିଆ ମାନଙ୍କ ସହିତ ମୋତେ ବିଲରେ ନେଇ ଖଟାଏ । ମୁଁ ବିଲକୁ ଗଲେ ଜରିରେ ବହି ନେଇ ଯାଇଥାଏ । ସମୟ ପାଇଲେ ବିଲ ହୁଡାରେ କିମ୍ବା ଗଛ ମୂଳେ ବସି ପଢେ । ରାତିରେ ସିଏ ମୋତେ ଲଣ୍ଠନ ବା ଡିବିରି ଦିଏନି । କହେ ଏତେ କିରୋସିନି ମୁଁ ଆଉ ଯୋଗେଇ ପାରିବିନି । ତାଙ୍କ ପାଖରେ ବସି ଝାପ୍ସା ଆଲୁଅରେ ମୁଁ ପଢେ । ତଥାପି ମୁଁ ସ୍କୁଲରେ ଫାଷ୍ଟ ହୁଏ । ସେଇ ରାଗରେ ବିଭିନ୍ନ କାରଣ ଦର୍ଶାଇ ସିଏ ମୋତେ ବହୁତ ବାଡାଏ । ବେଳେ ବେଳେ ଖାଇବାକୁ ଦିଏନି । ମୋ ଭାଇମାନଙ୍କୁ ଧରି ମାଛ ଭାତ କରି ଖାଏ । ମୁଁ ଭୋକ ସହି ପାରେନି । କାନ୍ଦି ପକାଏ । ଇଚ୍ଛା ହେଉଥାଏ ଧାଇଁ ଯାଇ ସେମାନଙ୍କ ସାଥିରେ ଖାଇ ଦିଅନ୍ତି । କିନ୍ତୁ ମାଆର ବେଗୁନିଆ ବାଡିକୁ ମୋର ବହୁତ ଡର । ପୂରା ଗୋଡ ହାତ ଲୋଳା ଫଟେଇ ଦେବ । ଏଇ କଥା ମୁଁ କାହାକୁ ବା କହିବି । ଏମିତି ବହୁତ କଷ୍ଟରେ ରହିଲା ପରେ ମୁଁ ମେଟ୍ରିକ୍ ରେ ବହୁତ ନମ୍ବର ରଖି ପ୍ରଥମ ହେଲି । ଦିନେ ମୁଁ ବ୍ଲଡରେ ନଖ କାଟୁଥିଲି ହଠାତ୍ ମୋ ଭାଇ ଆସି ଛଡେଇ ନେବାରୁ ତା ହାତ ଜୋରରେ କଟି ଗଲା । ମାଆ ଧାଇଁ ଆସି କହିଲା ମୋ ପୁଅକୁ ମାରି ଦେଲା । ଶାଇ ଲୋକେ ଦୌଡି ଆସିଲେ । ମୋ କଥାସିଏ ଆଦୌ ଶୁଣିଲାନି । ବାପାଙ୍କୁ ଲୋକ ପଠେଇ ଡାକି ଆଣିଲା । ବାପା ଡାକ୍ତରଖାନା ନେଇଗଲେ । ସେଦିନ ମୋର ଆଉ ନିସ୍ତାର ନ ଥିଲା । ସତରେ ଏତେ ମାଡ ମୁଁ କେମିତି ସହିଲି ଜାଣି ପାରିଲିନି । ମୋ ସହିତ କେହିବି କଥା ହେଲେନି । ସାତଦିନ ଓପାସ ରଖେଇ ଦେଲେ  ତଥାପି ସେମାନଙ୍କୁ ମୁଁ ବହୁତ ଭଲ ପାଉଥିଲି । ସେମାନେଙ୍କ ସହିତ ଏକାଠି ରହିବାକୁ ଚାହୁଁ ଥିଲି । ବହୁତ ଭୁଲ ମାଗିଲି । କେହି ବି ମୋ କଥାକୁ ଶୁଣିଲେନି । ମୋତେ ଊଲଗା କରି ଦେଲେ । କହିଲେ କେତେବେଳେ ଇଏ ଆମକୁ ଜୀବନରେ ମାରି ଦେବ । ୟାକୁ ଆମେ ଆଉ ଘରେ ରଖିବୁନି । ମାଆର ଏଇ କଥା ମୋତେ ବହୁତ କଷ୍ଟ ଦେଲା । ମୁଁ ବୁଝି ପାରୁ ନଥିଲି ମୋର ଦୋଷ କଣ ? କାହିଁକି ମୋ ପ୍ରତି ଏମିତି ବ୍ୟବହାର ? ବାହାରେ ମୋତେ ଶୋଇବାକୁ କହି ଘର କବାଟ ଦେଇଦେଲେ । ମୁଁ ଭାବିଲି ଏବେ ରାଗିଛନ୍ତି ।ହେଲେ ନିଶ୍ଚତ ଖାଇବାକୁ ଦେବେ ଆଉ ଭିତରକୁ ଡାକିବେ । ଏମିତି ତିନି ଦିନ ଆହୁରି ବିତି ଗଲା । ମୁଁ ଆଉ ସହି ପାରିଲିନି । କବାଟ ବାଡେଇଲି । କେହି ଖୋଲିଲେନି । ଭୋକରେ ଡହଳ ବିକଳ ହେଇଗଲି । ଧୀରେ ଧୀରେ ପାଦ ବଢେଇଲି ଆଗକୁ । ଟ୍ରେନ୍ ରେ ଚଢିଲି ।ମୁଁ ଜାଣିନି କୁଆଡେ ଯିବି ?

       ସାଥିରେ ଖାଲି ମୋ ସାର୍ଟିଫିକେଟ ଥିଲା । ଟ୍ରେନ୍ ଟି କାନପୁରାରେ ଅଟକି ଗଲା । ସେଇଠି ଓହ୍ଲାଇ ପଡିଲି । ସେଇ ପ୍ଲାଟଫର୍ମ ତିନି ଦିନ ରହିଲା ପରେ ଗୋଟିଏ ହୋଟଲରେ ମୋତେ କାମ ମିଳିଗଲା । ସେ ଦିନ ଜଣେ ଲୋକ ସେଇ ହୋଟେଲରେ ଖାଇ ବସିଥିଲେ । ବାରମ୍ବାର ମୋତେ ନିରୀକ୍ଷଣ କଲେ । ତାଙ୍କୁ କଣ ଅନୁଭବ ହେଲା କେ ଜାଣି ମୋତେ କହିଲେ ମୋ ସାଥିରେ ଯିବୁ । ମୁଁ ହଁ କଲି । ବାଟରେ ଯାଉଥିବା ବେଳେ ନଜର ପଡିଲା ଗୋଟେ ସୈନ୍ୟ ବିଭାଗ ପାଇଁ ନିଯୁକ୍ତି ଦରକାର । ମୁଁ ତାଙ୍କୁ କହି ଇଣ୍ଟୁରୁଭ୍ ଦେଲି । ସିଲେକ୍ଟ୍ ହେଇଗଲି ଟ୍ରେନି ଆରମ୍ଭ ।ସିଏ ବହୁତ ଖୁସି ହେଲେ । କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗିଲା ତାଙ୍କୁ ଦେଖି । କାହିଁକି ନା ମୁଁ ଜାଣି ନଥିଲି ସିଏ ଜଣେ ମେଜର ବୋଲି । ତା ପରେ ମୋତେ ଚାକିରି ମିଳିଲା । ମୋତେ ଘରକୁ ନେବା ପାଇଁ ବାପା ଆସିଲେ । ପ୍ରଥମେ ମୁଁ ରାଜି ହେଲିନି । କିନ୍ତୁ ବାପାଙ୍କର ସେଇ ସ୍ନେହ ଭଲ ପାଇବା ମୋ ମନ ଝୁରୁଥିଲା । ମୁଁ ଘରକୁ ଆସଲି । ସମସ୍ତେ ମୋ ସହିତ କଥାବାର୍ତ୍ତା ହେଲେ । ମୋତେ ବହୁତ ଖୁସି ଲାଗିଲା । ଦୁଇ ଦିନ ପରେ ମାଆ କହିଲା ତୁତ ଚାକିରି କଲୁ । ଅନ୍ୟ ଭାଇମାନେ ପଢୁଛନ୍ତି । ବାପାଙ୍କ ପଇସା ସେଥିରେ ଖର୍ଚ୍ଚ ହେଉଛି । ତୁ ଟଙ୍କା ଦେ । ଭଲ ଘର କରି ଦେବା । ମୁଁ ସବୁ ଟଙ୍କା ଦେଲି ।ବହୁତ ସୁନ୍ଦର ଘର ହେଲା । ସମସ୍ତଙ୍କର ବିବାହ ସରିଲା । ବିଲ ବାଡି ମାଆ ମୋତେ କଛି ଦେଲାନି ।କହିଲା ତୁ ଚାକିରି କରିଛୁ । ତୋର ଅଭାବ କ'ଣ ? ତ ଚାହିଁଲେ ଏମିତି ବହୁତ ବିଲ ଘର କିଣି ପାରିବୁ । ମୁଁ ଚାହୁଁ ନ ଥିଲି ମୋ ପରି ବାର ସେଇ ସୂନେହ ମମତା ଭଲ ପାଇବା ହରେଇବା ପାଇଁ । ସେଥିପାଇଁ ମାଆ କଥାରେ ରାଜି ହେଇ ମୁଁ ସବୁ ତ୍ୟାଗ କରି ଚାଲି ଆସିଲି । ଘର ଭଡା ନେଇ ରହିଲି । ମାଆ ମୋ ଭାଇମାନଙ୍କୁ ଏତେ ଭଲ ପାଉଥିଲା ଯେ ସବୁ ସମ୍ପତ୍ତି ସେମାନଙ୍କ ନାଆଁରେ କରି ଦେଲା । ବାପା ଚାଲି ଗଲା ପରେ ଶୁଦ୍ଧିକ୍ରିୟାରେ ଯାହା ଖର୍ଚ୍ଚ ଲାଗିଲା ମାଆ କହିଲା ତୁ କର । ତୋ ବାପା ତୋତେ ବହୁତ ଭଲ ପାଆନ୍ତି । ବାକି ଯାହା ଟଙ୍କା ଥିଲା ସବୁ ଶୁଦ୍ଧଘରେ ଲାଗିଲା । ହେଲେ ଶୁଦ୍ଧଘରେ ଯେତେ ବେଭାର ଆସିଲା ମାଆ ସବୁ ତା ପୁଅମାନଙ୍କୁ ଦେଇଦେଲା । ମୋତେ ଚାଲି ଯିବା ପାଇଁ କହିଲା । ମୋତେ ବହୁତ ଆଘାତ ଲାଗିଲା । କିନ୍ତୁ ପରିବାରର ସ୍ନେହ ମମତା ହରେଇବାର ଭୟ ମୋତେ ଖାଇ ଯାଇଥିଲା । ଶେଷରେ ମୁଁ ତାଙ୍କୁ କହିଲି ମୋତେ ଟିକିଏ ଜାଗା ଦିଅ । ମୁଁ ତମ ପାଖରେ ଘର କରି ରହିବି । ମାଆ ମନା କରିଦେଲା । ତୁ ଏମାନଙ୍କ ପାଖରେ ରହି ପାରିବୁନି ।ଛୋଟ ବେଳେ ବ୍ଲେଡରେ କାଟି ଦେଉଥିଲୁ । ଏବେ ତ ବଡ ହେଇଯାଇଛୁନା । ହାଣି ଦେବୁନି କଣ ପାଇଁ । ତୋ ଉପରେ କି ବିଶ୍ବାସ ? କି ଭରସା । ତୁ ଆମ ପାଖରେ ରହିଲେ ଆମ ଜୀବନ ନିରାପଦ ନୁହେଁ । ତୁ ତୋ ରାସ୍ତା ଦେଖ । ଏଇଠୁ ଚାଲି ଯା । ଆଉ କେବେ ଆମକୁ ତୋ ମୁହଁ ଦେଖେଇବୁନି କହି ଗେଟ୍ ପକେଇଦେଲା । ପରମାନନ୍ଦ ଆଖିରେ ଲୁହ । ସତରେ ଇଏ କଣ ମୋ ମାଆ । କୈକେୟୀ ସତରେ ଇଆ ଅପେକ୍ଷା ବହୁତ ଭଲ । ଏତେ ତ୍ୟାଗ କଲା ପରେ ଇଏ କଣ ମୋ ପାଇଁ ଏଇ ପୁରସ୍କାର ପ୍ରଭୁ । ହଠାତ୍ ଗୋଟିଏ ଚଢେଇ ଆସି ସେଇ ଥଣ୍ଡା ଗଛ ଉପରେ ବସି ରାବିବାକୁ ଲାଗିଲା । ଆଉ ଗୋଟିଏ ପକ୍ଷୀ ଆସିଲା । ଏମିତି ଗୋଟିଏ ପରେ ଗୋଟିଏ ଅନେକ ପକ୍ଷୀ ଆସି ବସିଗଲେ । ଥୁଣ୍ଟା ଗଛଟି ବହୁତ ସୁନ୍ଦର ଦିଶିଲା । ପରମାନନ୍ଦ ଆଖିରୁ ଲୁହ ପୋଛି ଦେଲେ । ସିଏ ଖୁସି ହେଇଗଲେ । ହଠାତ ତାଙ୍କ ପାଟିରୁ ବାହାରି ଆସିଲା ମୁଁ ଥୁଣ୍ଟା ବରଗଛ ନୁହେଁ । ଏଇ ପକ୍ଷୀମାନେ ମୋର ହେବେ ଖୁସିର ଆସରା । ମୁଁ ଗଛ ରୋପଣ କରିବି । ସବୁ ପକ୍ଷୀଙ୍କର ସିଏ ହେବେ ବାସସ୍ଥଳୀ । ବୃଦ୍ଧାଶ୍ରମ ଖୋଲିବି । ସେଥିରୁ ପାଇବି ଅନେକ ବାପା ମାଆଙ୍କର ସ୍ନେହ ଭଲ ପାଇବା । ସାଙ୍ଗେ ସାଙ୍ଗେ ପରମାନନ୍ଦ ସେଇ କାମରେ ଲାଗି ଗଲେ । ଖୋଲି ଦେଲେ ଖୁସି ଅଭୟାରଣ୍ୟ ଓ ଅନାଥା ଜରାଶ୍ରମ । ଲାଗିଗଲେ ସେମାନଙ୍କର ସେବାରେ । ଫୁଲ ଗଛରେ ପାଣି ଦେଉଥିବା ସମୟରେ ନଜର ପଡିଲା ଶୀତରେ ଥରି ଥରି ଯାଉଥେବା ଜଣେ ବୁଢୀ ଲୋକ ଉପରେ । ପାଣି ବାଲଟିଟି ଥୋଇ ଧାଇଁ ଗଲେ ତା ଆଖକୁ । ଗାଡିଟି ଧକ୍କା ଦେବା ଆଗରୁ ମାଆ କହି ସିଏ ତାକୁ ଧରି ନେଇଥିଲେ । ଦେଖି ଚମକି ପଡିଲେ । ସିଏ ଆଉ କେହି ନ ଥିଲେ । ଥିଲେ ତାଙ୍କ ନିଜ ମାଆ । ମାଆକୁ ଆଣି ପାଦେ ପୂଜା କଲେ । ଏତେ ଦିନ ପରେ ମାଆକୁ ପାଇ ବହୁତ ଖୁସି ହେଲେ । ମାଆ କହିଲେ ପୁଅ ମୁଁ ତୋ ପ୍ରତି ବହୁତ ଅନ୍ୟା କରିଛି । ମୋତେ କ୍ଷମା କରି ଦେ । ସେମାନେ ମୋତେ ଘରୁ ବାହାର କରି ଦେଲେ । ତୁ ମୋତେ କାହିଁକି ବଞ୍ଚେଇଲୁ । ପରମାନନ୍ଦ କହିଲେ କାହିଁକି ନା ତୁ ମୋର ମାଆ । ତୁ ମୋର ଗୁରୁ । ତୋ ପାଇଁ ଆଜି ମୁଁ ଏଇ ସ୍ଥାନରେ ପହଞ୍ଚି ପାରିଛ ମାଆ ନାହିଁରେ ପୁଅ । ତ ମୋତେ କ୍ଷମା କରି ଦେ । ତୋର ତ୍ୟାଗ ସେଇ ତ୍ୟାଗ ପାଇଁ ତ ତମେ ଆଜି ମ ପାଖରେ ମାଆ । ସତରେ ମୁଁ ବୁଝୁଛୁ ତ୍ୟାଗରେ ଏତେ କାମ ହେଇ ପାରେ । ମୁଁ ତ କହିବି ଏଇ ସବୁ ତମ ପାଇଁ ସମ୍ଭବ ମାଆ । ମାଆ କୈକେୟୀ ଯଦି ପ୍ରଭୁ ରାମଚନ୍ଦ୍ରଙ୍କୁ ବନବାସ ପଠେଇ ନ ଥାନ୍ତେ ରାମାୟଣ କଣ ପୂର୍ଣ୍ଣତା ହୋଇ ପାରିଥାନ୍ତା ମାଆ । ଆଜି ମୁଁ ମାଆ କୈକେୟୀଙ୍କ ତ୍ୟାଗ ଭିତରେ ମୁଁ ତମର ତ୍ୟାଗ ଅନୁଭବ କରି ପାରିଲି ମାଆ । ଆଜି ସେଇ ତ୍ୟାଗ ପାଇଁ ତମେ ମୋତେ ମିଳିଲ । ପରମାନନ୍ଦ ପାଦରେ ପ୍ରଣାମ କଲା । ସୁରମା କୋଳେଇ ନେଲେ । 


Rate this content
Log in

Similar oriya story from Abstract