Lata Behera

Abstract

3  

Lata Behera

Abstract

ସ୍ମୃତି

ସ୍ମୃତି

6 mins
195



ଅମାବାସ୍ୟାର କାଳ ରାତ୍ରି । ନିଶା ଗରଜୁ ଥାଏ । ଚାରିଆଡେ କୋକୁଆ ଭୟ । ପର୍ବତର ଶିଖର ଉପରେ ଦେଖା ଯାଉଥାଏ ଏକ ଉଦ୍ଭାସିତ ଦୀପ ଜ୍ୟୋତି । ଏଇଟା କ'ଣ ? କାହାର ଆଲୋକ ? ଏ ଆଲୋକ ଏଇଠାରେ ଜଳୁଛି କାହିଁକି ? ଜାଳୁଛି କିଏ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ ଶୁଭ୍ରାଂଶୁର ମନରେ । ଭାବି ଭାବି ପର୍ବତର ଶିଖର ଉପରକୁ ଚଢିଗଲା ଶୁଭ୍ରାଂଶୁ । ଜଳୁଥିବା ଦୀପକୁ ଦେଖି ଚମକି ପଡିଲା ।


    କାହାର ଏ ଛାଇ ? ଏ ଫଟୋ କାହାର ? ପର୍ବତର ଗିରି ଶିଖରକୁ ଆସି ଦୀପ ଜାଳୁଛି କିଏ ? କଣ ପାଇଁ ?

 ଅଚାନକ ଏକ ସୁର ଭାସି ଆସିଲା ସ୍ମୃତି । ସ୍ମୁତି ପାଇଁ ? 


ଶୁଭ୍ରାଂଶୁ ପଛକୁ ଚାହିଁ ଗୋଟିଏ ବୁଢୀକୁ ଦେଖି ଚମକି ପଡି କହିଲା - ସ୍ମୃତି ! ସ୍ମୃତି କିଏ ?


ବୁଢୀଟି କହିଲା - ସ୍ମୃତି ମୋ ଜୀବନ । ସ୍ମୁତି ବିନା ମୁଁ ବଞ୍ଚି ପାରିବିନି । ଏଇ ସ୍ମୃତି ତ ମୋ ମନ ହୃଦୟରେ ଚିର ସ୍ମରଣୀୟ । ମୋ ଆଖିର ଲୁହରେ ସିଏ । ମୋ ଛାତିର କୋହରେ ସିଏ । ଯୁଆଡେ ଚାହିଁଲେ ଖାଲି ଦେଖାଯାଏ ସ୍ମୃତି । ସ୍ମୁତି ବିନା ଜୀବନ ଅନ୍ଧାର । ଅତୀତର ସ୍ମୃତିକୁ ସାଉଣ୍ଟିବା ସହିତ ମୋ ପାଖରେ ଆଉ କିଛି ବି ନାହିଁ । ସବୁ ସରି ଯାଇଛି । ଖାଲି ଅଛି ସ୍ମୃତିର ଏଇ ଆଲୋକ ।


ଶୁଭ୍ରାଂଶୁ କହିଲା- ହେଲେ ମାଉସୀ ସ୍ମୃତି କାହିଁ ? କେଉଁଠି ଅଛି ? ସିଏ ଆପଣଙ୍କର ହେବ କଣ ? 


ବୁଢୀଟି କହିଲା- ଶୁଣିବୁ ବାପ । ସ୍ମୁତି ବିଷୟରେ ଶୁଣିବୁ । ଜାଣିବୁ ସ୍ମୃତି କିଏ ? କେଉଁଠି ରହୁଛି । ଠିକ୍ ଅଛି । କହୁଛି । ମନ ଦେଇ ଶୁଣୁ ବାପା ।


ପ୍ରାୟ ପଚିଶି ବର୍ଷ ତଳର କଥା ।

ପିଲାମାନଙ୍କର ବଣ ଭୋଜି ଆୟୋଜନ ଚାଲିଥାଏ । ପ୍ରସ୍ତୁତି ପ୍ରାୟ ପ୍ରକାର ହେଇ ସାରି ଥାଏ । ଖାଲି ଦରକାର ଥିଲା ନିଆଁ । ହେଲେ ସମସ୍ତେ ଭୁଲି ଯାଇଥିଲେ ଦିଆସିଲି ଆଣିବାକୁ । ବିନା ନିଆଁରେ ଭୋଜି ହେବ କେମିତି ? ସମସ୍ତେ ବହୁତ ଚିନ୍ତିତ ହେଇ ପଡିଲେ । ନିରବରେ ପର୍ବତର ବର ଗଛ ତଳେ ବସି ପଡିଲେ । ସେହି ସମୟରେ ସେହି ପର୍ବତରେ ଜଣେ ସ୍ତ୍ରୀ ଲୋକ ଆସି କାଠ ଗୋଟଉ ଥିଲା । ତାକୁ ନେଇ ବିକ୍ରି କରି ସେ ତା ପେଟ ପୋଷୁଥିଲା । ସେହି ସମୟରେ ପଡିବାର ଶଦ୍ଦ ଶୁଭାଗଲା । ପିଲାମାନେ ସେହି ଆଡକୁ ଦୌଡି ଗଲେ । ଦେଖିଲେ ସ୍ତ୍ରୀ ଲୋକଟି ପର୍ବତର ପାଦ ଦେଶରେ ବୋହି ଯାଉଥିବା ଖରସ୍ରୋତ ସ୍ରୋତସ୍ବନୀରେ ଭାସି ଯାଉଛି । ସେମାନେ ତାକୁ ବଞ୍ଚେଇବାକୁ ବହୁତ ଚେଷ୍ଟା କଲେ । କିନ୍ତୁ ନଦୀର ସ୍ରୋତ ଏତେ ପ୍ରଖର ଥିଲା ଯେ ଉଦ୍ଧାର କରିବା ସହଜସାଧ୍ୟ ନ ଥିଲା । ଆଖି ଆଗରେ ଗୋଟିଏ ସ୍ତ୍ରୀ ଲୋକ କଲବଲ ହେଇ ମରିବା ସେମାନଙ୍କ ଭିତରୁ ଗୋଟିଏ ପିଲା ସହି ପାରିଲାନି । ବର ଓହଳକୁ ଛିଣ୍ଢେଇ ଆଣି ଗଣ୍ଠି ପକେଇ ଗଛରେ ବାନ୍ଧି ପାଣି ଭିତରକୁ ପକେଇ ଦେଲା । କିନ୍ତୁ ତାହା ତା ପାଖରେ ପହଞ୍ଚି ନ ପାରି ସ୍ରୋତରେ ଭାସି ଯାଉଥିଲା । ପିଲାଟି ଆଉ ଡେରି ନ କରି ବର ଓହଳକୁ ହାତରେ ଧରି ଡେଇଁ ପଡିଲା ସେଇ ଖରସ୍ରୋତ ତଟିନୀ ଭିତରକୁ । ଉଦ୍ଧାର କରି ଦେଲା ସେଇ ସ୍ତ୍ରୀ ଲୋକଟିକୁ । କିଛି ସମୟ ଗଲା ପରେ ସ୍ତ୍ରୀ ଲୋକଟି ତାକୁ ପଚାରିଲା , ବିପା ଏତେ ଜଙ୍ଗଲକୁ ତୁମେ କାହିଁକି ଆସିଛ ? 

ପିଲାମାନେ କହିଲେ ବଣଭୋଜି ପାଇଁ । କିନ୍ତୁ ଆମ ପାଖରେ ନିଆଁ ନାହିଁ ?

ବିନା ନିଆଁରେ ଭୋଜି କରିବୁ କେମିତି ?


ସ୍ତ୍ରୀ ଲୋକ- କରି ପାରିବ । ତୁମେ ମୋ ଜୀବନ ବଞ୍ଚେଇଛ । ତୁମଙ୍କୁ ନିଆଁ ମୁଁ ଦେବି ।


ପିଲାମାନେ କହିଲେ -ହେଲେ ତୁମେ ନିଆଁ କେଉଠୁ ଆଣିବ ମାଉସୀ ? ଏଇଠି ତ ତୁମ ଘର ନୁହେଁ ।


ସ୍ତ୍ରୀ ଲୋକ- ଏଇଠିତ ତୁମ ଘର ବି ନୁହେଁ । ତଥାପି ତୁମେ ମୋତେ ବଞ୍ଚେଇ ଦେଲ । ଠିକ୍ ସେମିତି ମୁଁ ତୁମକୁ ନିଆଁ ଆଣି ଦେବି । ଏତିକି କହି ସ୍ତ୍ରୀ ଲୋକଟି ପର୍ବତର ଶିଖର ଉପରକୁ ଉଠିଗଲା । ଯେତେ ବାରଣ କଲେବି ସିଏ ମାନିଲାନି । କହିଲା ତୁମେ ମୋ ଜୀବନ ବଞ୍ଚେଇଛ ମାନେ ତୂମେ ବଣଭୋଜି ନିଶ୍ଚତ କରିବ । ତଳେ ସେମାନେ ଅପେକ୍ଷା କରିଲେ ।

କିଛି ସମୟ ପରେ ସ୍ତ୍ରୀ ଲୋକଟି ଆସିଲା । କୋଉଁଠି ନିଆଁ ଲଗେଇବ ପଚାରିଲା । ପିଲାମାନେ କରିଥିବା ଚୁଲୀ ଦେଖେଇ ଦେଲେ । ସ୍ତ୍ରୀ ଲୋକଟି ହାତରେ ଧରିଥିବା ପଥରକୁ ପଥର ଦେହରେ ବାଡେଇ ନିଆଁ ଲଗେଇ ଦେଲା । ସେ ଦିନ ଭୋଜିରେ ବହୁତ ମଜା ହେଲା । ପିଲାମାନେ ତାସ୍ ଖେଳିଲେ । ସ୍ତ୍ରୀ ଲୋକକୁ କହିଲେ - ମାଉସୀ କିଛି ଖରାପ ଭାବିବେନି ।ସହରିଆ ଖାଦ୍ୟ ଖାଇ ଖାଇ ପାଟି ଅରୁଚି ହେଇ ଗଲାଣି । ତୁମେ ଟିକେ ରାନ୍ଧି ଦେବ । ଆମେ ଖାଇବୁ ।


ସ୍ତ୍ରୀ ଲୋକଟି କହିଲା - ନାହିଁ ରେ ବାପା । ତୁମ ସହରିଆ ଖାଇବା ମୋତେ ଜଣା ନାହିଁ । ତମେ ତମର ରୋଷେଇ କର । ମୁଁ ଏଥର ଆସୁଛି । 


ପିଲାମାନେ ବାଧ୍ୟ କରି ଅଟକେଇ କହିଲେ - ନାହିଁ ମାଉସୀ । ଆମେ ଗାଆଁକୁ ଗଲେ ଆମ ଜେଜେମାଆ ହାତ ତିଆରି ଖାଇବା ଖାଇଛୁ । ବହୁତ ଭଲ ଲାଗେ । ଆଜି ତମେ ରାନ୍ଧିଲେ ଆମେ ବହୁତ ଖୁସିରେ ଖାଇବୁ । ଏଇଟା ଆମ ପାଇଁ ଗୋଟିଏ ସ୍ମୃତି ରହିଯିବ ମାଉସୀ ।

ସେଦିନ ସିଏ ରୋଷେଇ କଲା । ପିଲାମାନେ ଜାଳେଣି ଗୋଟେଇ ଆଣି ଦେଲେ । ପାଖରେ ବସି ରୋଷେଇ ଦେଖେଲେ । ସେମାନଙ୍କ ଭିତରେ ଏକ ପବିତ୍ର ସମ୍ପର୍କ ଗଢି ଉଠିଲା ।

ସେଇ ଜଙ୍ଗଲରେ ସେମାନେ କିଛି ଦିନ ରହିଲା ପରେ ନିଜ ନିଜ ଘରକୁ ଫେରି ଗଲେ । 


ଶୁଭ୍ରାଂଶୁ ପଚାରିଲା-ତା ପରେ କଣ ହେଲା ମାଉସୀ ।


ବୁଢୀ ଲୋକଟି -କଣ ଆଉ ହେବ ପୁଅ । ସେମାନେ ଏଇ ସ୍ତ୍ରୀ ଲୋକକୁ ବହୁତ ଡାକିଲେ । ଜଙ୍ଗଲ ଛାଡି ତାଙ୍କ ସହିତ ଯିବାକୁ କହିଲେ । କିନ୍ତୁ ସିଏ ରାଜି ହେଲାନି ।


ଶୁଭ୍ରାଂଶୁ- କିନ୍ତୁ କାହିଁକି ମାଉସୀ ?

କାହିଁକି ଯିବାକୁ ସିଏ ରାଜି ହେଲାନି । କାହିଁକି ?


ବୁଢୀ ସ୍ତ୍ରୀ ଲୋକଟି - କାହିଁକି ନା , ଏଇ ଜଙ୍ଗଲ ଥିଲା ତାର ସ୍ମୃତି । ତାର ଭବିଷ୍ୟତ । ତା ଜୀବନ ।


ଶୁଭ୍ରାଂଶୁ- ବୁଝି ପାରିଲିନି ମାଉସୀ ?


ବୁଢୀ ଲୋକଟି - ଏଥିରେ ଅବୁଝା କୋଉଟା ରହିଲା ବାପା ? ସିଏ କେମିତି ଜଙ୍ଗଲ ଛାଡି ଯାଇ ପାରିଥାନ୍ତା । ଏଇ ଜଙ୍ଗଲ ତାର ସବୁକିଛି । ମାନେ ଯେଉଁ ଦିନ ଭୋଜି ସରିଲା ସେମାନେ ସେଇ ପଥରକୁ ତାକୁ ମାଗିଲେ । କିନ୍ତୁ ସିଏ ମନା କଲା । କହିଲା ଏଇଟା  ଜଙ୍ଗଲର ସମ୍ପତ୍ତି । ତାର ସ୍ମୃତି। ସିଏ ଦେଇ ପାରିବନି । ଏଇଟା ହିଁ ତାର ବଞ୍ଚିବାର ଶେଷ ଆଶା ।


ଶୁଭ୍ରାଂଶୁ- ଘଟଣାଟି ଶୁଣିଲା ପରିକା ଲାଗୁଛି । ହେଲେ ଟିକିଏ ଖାପଛଡା ହେଉଛି । ଆଚ୍ଛା ମାଉସୀ । କହି ପାରିବେ ସେଇ ସ୍ତ୍ରୀ ଲୋକଟି ଏଇ ଜଙ୍ଗଲରେ କରୁଥିଲେ କ'ଣ ? କାହିଁକି ଜଙ୍ଗଲରେ ଥିଲେ ?


ବୁଢୀ ଲୋକଟି - ସିଏ କଣ ଆଉ କରି ଥାନ୍ତା ? କୁଆଡେ ଯାଇଥାନ୍ତା । ଏଇ ପର୍ବତରେ ରହି ତାର ସ୍ମୃତିକୁ ଅପେକ୍ଷା କରି ରହିଲା । 


ଶୁଭ୍ରାଂଶୁ - ମାନେ ! 


ବୁଢୀ ଲୋକଟି - ତାର ଦୁଇ ବର୍ଷ ଆଗରୁ ଏମିତି ଗୋଟିଏ ଦିନ ସେମାନେ ବି ଏଇ ଜଙ୍ଗଲକୁ ଭୋଜି କରିବାକୁ ଆସିଥିଲେ । ସେମାନଙ୍କ ପାଖରେ ଏଇ ନିଆଁର ଅଭାବ ଥିଲା । ନିଆଁ ଖୋଜି ଖୋଜି ସେମାନେ ପର୍ବତର ଶିଖରରେ ପହଞ୍ଚି ସେଇ ପଥର ନେଇ ଯାଇଥିଲେ । ଭୋଜି ସରିଲା ପରେ ଆଣି ପୁଣି ଏଇ ଜାଗାରେ ଛାଡି ଫେରିବା ସମୟରେ ହଠାତ୍ ଭୂମିକମ୍ପ ହେଲା । ଯିଏ ଯୁଆଡେ ଛିଟିକି ପଡିଲେ । ସିଏ ସେତେବେଳେ ଏଇଠି ଥିଲା । ଭୂମିକମ୍ପ ସରିଗଲା ପରେ ବହୁତ ଖୋଜା ଖୋଜି କଲା । କିନ୍ତୁ କାହାକୁ ପାଇଲାନି । ବହୁତ କାନ୍ଦିଲା । ନିରାଶା ହେଇ ସେଇ ଦିନଠୁ ଏଇଠି ଏମିତି ଅପେକ୍ଷା କରି ପଡି ରହିଛି ।


ଶୁଭ୍ରାଂଶୁ- କାହିଁକି ମାଉସୀ ? ନିଜ ଘରକୁ ଫେରି ଗଲେନି । 


ବୁଢୀ ସ୍ତ୍ରୀ ଲୋକ- କେମିତି ଫେରି ଥାନ୍ତା ବାପା । ରାସ୍ତା କ'ଣ ତାକୁ ଜଣା ଥିଲା । ବରଂ ତାର ବିଶ୍ୱାସ ଥିଲା , ଦିନେ ସିଏ ଏଇଠିକୁ ଆସିବେ । ଆଉ ତାକୁ ସାଥିରେ ନେଇକି ଯିବେ । ସେଇଥିପାଇଁ ସେଇ ଦିନଠୁ ସେ ଏମିତି ଏଇ ଶିଖର ଉପରେ ରାତିରେ ଆଲୋକ ଜାଳେ । କାଳେ ସିଏ ଜାଣେ ପାରିବେ ସିଏ ବଞ୍ଚିଛି । ତାଙ୍କ ଆସିବାକୁ ଏବେବି ସେ ଅପେକ୍ଷା କରିଛି । ହେଲେ ଆଉ ଆଶା ନାହିଁ ପୁଅ । ଏଇ ଶେଷ ପରିଣତି ବୟସରେ ଏଇଠି ହିଁ ତା ଜୀବନ ଚାଲିଯିବ । ଏଇ ନିଆଁର ଆଲୋକ ଯେଉଁ ଦିନ ଆଉ ଜଳିବନି , ସେଇ ଦିନ ହିଁ ତା ସ୍ମୃତିର କାହାଣୀ ଏଇଠି ସରିଯିବ । 


ଶୁଭ୍ରାଂଶୁ- ଆଚ୍ଛା ମାଉସୀ, ସେଇ ସ୍ତ୍ରୀ ଲୋକଟି । 


ବୁଢୀ ଲୋକଟି- ମୁଁ । ହଁ । ମୁଁ ।


ଶୁଭ୍ରାଂଶୁ- ମାଉସୀ ତୁମର କଣ ଗୋଟେ ପୁଅ ଥିଲା । 

ବୁଢୀ ଲୋକଟି- ହଁ  ଥିଲା । କିନ୍ତୁ ଦୁଃଖ ଲାଗୁଛି ମୋ ପୁଅ କଥା ଭାବି । ମାଆ ଥାଇକି ବି ମାଆ ଛେଉଣ୍ଡ ହେଇଗଲା । ଆମେ ଯେବେ ଭୋଜି କରି ଆସିଥିଲୁ , ଛୋଟ ଛୁଆକୁ ଆଣିବାକୁ ମୋ ଶାଶୁ ମନା କଲେ । ତାକୁ ଛାଡିକି ଆସିଥିଲି । ହେଲେ ଭାବି ପାରି ନ ଥିଲି ମୋ ପୁଅ ମୋ ପାଇଁ ଗୋଟିଏ ସ୍ମୃତି ହେଇ ରହିଯିବ । ହେଲେ ତୁ ଏଇ କଥା କେମିତି ଜାଣିଲୁ ପୁଅ । 

ଶୁଭ୍ରାଂଶୁ- ତମେ ଯେଉଁ ଦିନ ଆସିଲ ସେଇ ଦିନ ତୁମ ପୁଅକୁ ଗୋଟିଏ ବାଜା ଦିଆ କଣ୍ଢେଇ ଦେଇଥିଲ ନା ।


ବୁଢୀ ଲୋକଟି- ହଁ , ଆଉ ମୋ ବେକର ଲକେଟ୍ ଦିଆ ଚେନ୍ । 


ଶୁଭ୍ରାଂଶୁ- ନିଜ ବେକରୁ ଚେନ୍ ଖୋଲି ହାତରେ ଧରେଇ ଦେଇଛି । ଦେଖନ୍ତୁ । ଏଇଟାତ ମାଆ । ଏଇ ଚେନ୍ ତୁମ ପୁଅର ଶେଷ ସ୍ମୃତି । 


ବୁଢୀ ଲୋକଟି- ହଁ ହଁ । ଏଇଟା ମୋର ମୋ ପୁଅ ପାଇଁ ଶେଷ ସ୍ମୃତି । ତୁ କେଉଁଠୁ ପାଇଲୁ ପୁଅ । ତୋତ ଦେଲା କିଏ ? 


ଶୁଭ୍ରାଂଶୁ- ମୋ ବାପା । (ଆଲୋକ ପାଖକୁ ଯାଇ ଫଟୋଟି ଧରି ) ଏଇ ଫଟୋଟି କାହାର ? ଏଠାରେ କାହିଁକି ରଖିଛନ୍ତି ? 


ବୁଢୀ ଲୋକଟି- ମୋ ସ୍ବାମୀଙ୍କର । ଆଉ ଗୋଟିଏ ବି ଅଛି ତା ପାଖରେ । ମୁଁ , ମୋ ସ୍ବାମୀ ଆଉ ମୋ ପୁଅ ।

ଶୁଭ୍ରାଂଶୁ ଦେଖି ମାଆ ମାଆ କହି ଜାବୁଡି ଧରି କାନ୍ଦିଛି । ସତରେ ମାଆ , ତୁମର ଏଇ ସ୍ମୃତି ଆଜି ଆମ ପାଇଁ ଚିରସ୍ମରଣୀୟ ମାଆ । ସତରେ ଏଇ ଆଲୋକର ସ୍ମୃତି ଦିନେ ମୋ ପାଖକୁ ମୋ ପୁଅକୁ ଟାଣି ଆଣିବ ମୁଁ ସ୍ଵପ୍ନରେ କେବେବି ଭୃବି ନ ଥିଲି । ସତରେ ଇଏ ଆମ ପାଇଁ ସତରେ ଏକ ଅବିସ୍ମରଣୀୟ ସ୍ମୃତି ।



Rate this content
Log in

Similar oriya story from Abstract