STORYMIRROR

Lata Behera

Abstract

4  

Lata Behera

Abstract

*ଗଳ୍ପ ଆସର*🌹 *ଏମିତି ଭୁଲ୍*🌹*******************

*ଗଳ୍ପ ଆସର*🌹 *ଏମିତି ଭୁଲ୍*🌹*******************

5 mins
314


*ଗଳ୍ପ ଆସର*

🌹 *ଏମିତି ଭୁଲ୍*🌹

*******************

     ଲତା ବେହେରା ।

   ^^^^^^^^^^^^^^^^

ମଶାଣୀ ଭୂଇଁରେ ନିସ୍ତବ୍ଧ ହୋଇ ଛିଡା ହୋଇ ଚାହିଁ ରହି ଥିଲା ସ୍ବପ୍ନା । ଆଖିରୁ ଝରି ପଡୁଥିଲା ଅସରନ୍ତି ଲୁହର ବନ୍ୟା । ଆଖି ଆଗରେ ହୁତୁ ହୁତୁ ହୋଇ ଜଳୁଥିଲା ସିତେଶର ଜୁଈ । ସ୍ବପ୍ନାର ଆଖି ଆଗରେ ଭାସି ଆସୁଥିଲା ଅତୀତର ସେଇ ଅଭୁଲା କାହାଣୀର ବୁକୁଫଟା ଦୃଶ୍ୟ । ଏମିତି ଭୁଲ୍ ସିଏ କେମିତି କଲା ? ନିଜ ହାତରେ ନିଜର ସୁଖର ସଂସାରକୁ ସିଏ ଏମିତି ଉଜାଡି ଦେଲା କେମିତି ? କାହିଁକି କାହିଁକି ସିଏ ଏମିତି ଭୁଲ୍ କଲା ? ଅଧୈର୍ଯ୍ୟ ହୋଇ ଭୋ ଭୋ କାନ୍ଦି ଚିତ୍କାର କରି ଉଠିଲା ସ୍ବପ୍ନା । ଅତୀତର ସେଇ ଦୃଶ୍ୟ ତା ଆଗରେ ନାଚି ନାଚି ଯେମିତି କରୁଥାନ୍ତି ତାକୁ ଅଟ୍ଟହାସ୍ୟ । ଗୋଟି ଗୋଟି ସବୁ କଥା ତା ଆଖି ଆଗରେ ଭାସି ଆସିଲା ।


    ସ୍ବପ୍ନାର ମାଆ ଛୋଟ ବେଳୁ ମରି ଯାଇଥିଲେ । ବାପା ତାଙ୍କ ତିନି ଭଉଣୀଙ୍କୁ ବହୁତ ଗେହ୍ଲାରେ ପାଳି ଥିଲେ । ତିନି ଭଉଣୀ ଯାକ ମଧ୍ୟ ଗ୍ରାଜୁଏଟ୍ କରି ସାରି ଥିଲେ । ଦୁଇ ଭଉଣୀ ବିବାହ ସରି ଥିଲେ । ସ୍ବପ୍ନାର ବାପା ଜଣେ ଜମିଦାର ଥିଲେ । ତେଣୁ ସିଏ ତାଙ୍କ ଝିଅ ପାଇଁ ଭଲ ଭଲ ପ୍ରସ୍ତାବ ରଖି ବିବାହ କରାଇ ଥିଲେ । ସ୍ବପ୍ନାର ମଧ୍ୟ ବିବାହ ସିଏ ଧୁମ୍ ଧାମରେ ପାଳନ କଲେ । ସ୍ବପ୍ନାର ଗୋଟିଏ ଝିଅ ହୋଇଥିଲା । ହସ ଖୁସିରେ ସ୍ବପ୍ନା ତା ଶାଶୁଘରେ ବହୁତ ଭଲରେ ରହି ଥିଲା । ଏଇ ସମୟରେ ସ୍ବପ୍ନା ବାପାଙ୍କ ଦେହ ବହୁତ ଅସୁସ୍ଥ ହୋଇଗଲା । ସିଏ ଚାହିଁଲେ ଯେ ସବୁ ସମ୍ପତ୍ତି ତିନି ଝିଅଙ୍କୁ ସମାନ ଭାଗରେ ବାଣ୍ଟି ଦେବେ । ସେଥିପାଇଁ ଓକିଲଙ୍କୁ ଡାକି ସିଏ ତିନିଟି ଉଇଲ ତିଆରି କରି ଦେଲେ । ଏଥିରେ ବଡ ଝିଅ ସୁଧା ପ୍ରତିବାଦ କଲା । କାହିଁକି ନା ସିଏ ଘର ଜ୍ବାଇଁ ହୋଇ ଘରେ ରହିଥିଲା । ତେଣୁ ସବୁ ସମ୍ପତ୍ତି ସିଏ ତା ନାଆଁରେ କରି ଦେବାକୁ କହିଲା । ଏଥିରେ ତା ବାପା ରାଜି ନ ହେବାରୁ ବଡ ଝିଅ ଲୋକ ଲଗେଇ ମାଡ ମାରି ଶଯ୍ୟାଶାୟୀ କରି ଦେଲା । ବାପାଙ୍କୁ ଦେଖିବା ପାଇଁ ଦୁଇ ଝିଅ ଆସିଲେ । କିଛି ଦିନ ପରେ ବାପା ମରିଗଲା ପରେ ବଡ ଭଉଣୀ ନିଜ ଚାଲ ଚଳେଇଲା । ସ୍ବପ୍ନାକୁ କେମିତି ଆଣି ତା ପାଖରେ ରଖି ସବୁ ସମ୍ପତ୍ତି ହାତେଇବ ସେଇ ଚିନ୍ତାରେ ସିଏ ରହିଲା । ଉଇଲରେ ସ୍ବପ୍ନାର ଦସ୍ତଖତ ଦରକାର ଥିଲା । ହଠାତ ତ ସିଏ ନେଇ ପାରିବନି । ତାକୁ ତା ପାଖରେ ରଖିବାକୁ ପଡିବ । ସେଥିପାଇଁ ସିଏ ଯୋଜନା ବଦ୍ଧ ଏକ ଷଡଯନ୍ତ୍ର କଲା ।


   ଗୋଟେ ଗୁଣ୍ଡାକୁ ଟଙ୍କା ଦେଇ ସିତେଶ ଥଣ୍ଡାରେ ମଦ ପୂରେଇ ପିଇବାକୁ ଦେଲା । ସିତେଶ ପିଇ ସାରି ଗାଡି ନେଇ ଆସିବା ବାଟରେ ପଛପଟୁ ତାକୁ ଆଟାକ୍ କଲେ । ଗାଡିଟି ଯାଇ ଗଛରେ ବାଡେଇ ହେଲା । ସିତେଶ ଚେତାଶୂନ୍ୟ ଅବସ୍ଥାରେ ଡାକ୍ରଖାନାରେ ଭର୍ତ୍ତି କରାଗଲା । ସ୍ବପ୍ନା ଗଲା । ଅପରେସନରେ ସ୍ବପ୍ନାର ଦସ୍ତଖତ ଦେବାକୁ ପଡିଲା । ଟଙ୍କା ସବୁ ସୁଧା ଦେଲା । କହିଲା ମୋ ଭଉଣୀର ଜ୍ବାଇଁ । ସମ୍ପୂର୍ଣ୍ଣ ଭଲ ହେବା ପର୍ଯ୍ୟନ୍ତ ସବୁ ଟଙ୍କା ମୁଁ ଖର୍ଚ୍ଚ କରିବି । ସିତେଶର ବାପା ମାଆଙ୍କୁ ସୁଧା ସେଇଠୁ ଚାଲି ଯିବାକୁ କହିଲା ଏବଂ ସବୁ ଟଙ୍କା ରଖି ଥାଅ ମଉସା କହି ହାତରେ ଧରେଇ ଦେଲା । ସିତେଶ ଭଲ ହେବା ପରେ ସିଏ ତା ଶାଶୁଘରକୁ ଯିବାକୁ ଚାହିଁଲା । କିନ୍ତୁ ସୁଧା ଏମିତି ଭଲେଇ ହେବାର ନାଟକ କଲା ଯେ ସ୍ବପ୍ନା ସିତେଶକୁ ନେଇ ତା ବାପଘରକୁ ଗଲା । ସିତେଶ ଥିବା ଅବସ୍ଥାରେ ସ୍ବପ୍ନାର ଦସ୍ତଖତ ନେବା ସହଜ ହେଲାନି । ତେଣୁ ସୁଧା ସିତେଶକୁ କହିଲା ତୁମକୁ ନ ଦେଖି ମଉସା ମାଉସୀ ବ୍ୟସ୍ତ ହୋଉଥେବେ । ତୁମେ ଯାଇ ଦେଖି ଆସ । ସିତେଶର ଖୁସି କହିଲେ ନ ସରେ । କାହିଁକି ନା ଏଠାରେ ରହିବାକୁ ତାର ଆଦୌ ଇଚ୍ଛା ନ ଥିଲା । ସିଏ ସ୍ବପ୍ନାକୁ ଡାକିଲା । କିନ୍ତୁ ସୁଧା ମନା କଲା । କହିଲା ଏଇଟା ଅସୁନ୍ଦର ହେବ । ତୁମେ ଯାଅ ମୁଁ ତାକୁ ଛାଡି ଦେଇ ଆସିବି । ସିତେଶ ଗଲା ପରେ ସୁଧା ସ୍ବପ୍ନାର ଦସ୍ତଖତ ନେଇଗଲା । କିନ୍ତୁ ସେଥିରେ ଅଧା ଭାଗ ସ୍ବପ୍ନା ଝିଅର ବୋଲି ଉଇଲ ପେପରରେ ଲେଖା ଥିଲା । ସୁଧା ମୁଣ୍ଡରେ ବଜ୍ର ପଡିଲା । କେମିତି ସ୍ବପ୍ନାର ଝିଅକୁ ମାରିବ ସେଇ ଜାଲ ବୁଣିଲା । ସ୍ବପ୍ନାକୁ ସିଏ ନିଜ ଆୟତ୍ତରେ ରଖି ନଚେଇବାକୁ ଲାଗିଲା । ଛାଡପତ୍ରର କାଗଜ ସିତେଶ ପାଖକୁ ପଠେଇ ଦେଲା । କିନ୍ତୁ ସିତେଶ ସେଇ ଛାଡପତ୍ରକୁ ଚିରି ଦେଲେ । ସ୍ବପ୍ନାକୁ ନେବା ପାଇଁ ବାରମ୍ବାର ତାଙ୍କ ଘରକୁ ଆସିଲେ । କିନ୍ତୁ ସୁଧା ଛାଡିବା ତ ଦୂରର କଥା ଦେଖା ମଧ୍ୟ କରେଇ ଦେଲାନି । କୁନ

ି ଝିଅ ଶ୍ରୀୟା କାନ୍ଦି କାନ୍ଦି ତା ମାଆକୁ ବହୁତ ଡାକିଲା । ତଥାପି ସ୍ବପ୍ନା ଆସିଲା ନ ଦେଖା କଲା । ସେତେବେଳକୁ ସ୍ବପ୍ନା ମୁଣ୍ଡରେ ସୁଧା ଭର୍ତ୍ତି କରି ଥିଲା ଆମ ସମ୍ପତ୍ତି ପାଇ ସେମାନେ ତାଙ୍କ ଘରକୁ ନେବାକୁ ଚାହୁଁଛନ୍ତି । ସିତେଶ ଆଉ ଜଣକୁ ହିଁ ଭଲ ପାଉଛନ୍ତି । ମନେ ଅଛି ସ୍ବପ୍ନା ସେଦିନ ସିତେଶ ଯାହା ସହିତ ବୁଲୁଥିଲେ । ତୁ ନିଜ ଆଖିରେ ଦେଖିଲୁନା । ସିଏ ତୋତେ ମାରି ଦେବେ । ମୋ ଭଉଣୀର ମୃତ୍ୟୁ ମୁଁ ଦେଖି ପାରିବିନି । ଆମେ ଦୁଇ ଭଉଣୀ ଏମିତି ଏକାଠି ସବୁ ଦିନେ ଏଇଠି ରହିବା । ଇତି ମଧ୍ୟରେ ବାରବର୍ଷ ବିତି ଗଲା । ସ୍ବପ୍ନାର ଝିଅକୁ ଅଠର ବର୍ଷ ହୋଇଗଲେ ସୁଧା ଏ ସମ୍ପତ୍ତି ଆଉ ପାଇ ପାରିବନି । ଯେମିତି ହେଲେ ଶ୍ରୀୟାକୁ ମାରିବାକୁ ପଡିବ । ହେଲେ କେମିତି ? କେମିତି ସିଏ ଶ୍ରୀୟାକୁ ମାରିବ । ସ୍ବପ୍ନା କିନ୍ତୁ ସବୁବେଳେ ସିତେଶକୁ ମନେ ପକେଉଥାଏ । କେମିତି ସିଏ ସୀତେଶ ପାଖକୁ ଯିବ । ତା ଝିଅକୁ ଦେଖିବ । ମାଆ ମନ ସବୁବେଳେ ଡହଳ ବିକଳ ହେଉଥିଲା । 


     ଶ୍ରୀୟାର ଦେହ ଖରାପ ବୋଲି ସ୍ବପ୍ନା ପାଖରେ ଖବର ପହଞ୍ଚିଲା । ସିଏ ସୁଧାକୁ କହିଲା ତା ଝିଅକୁ ଦେଖିବାକୁ ସିଏ ଯିବ । ଏପଟେ ଶ୍ରୀୟା ବି ତା ବାପାଙ୍କୁ କହିଲା ତା ମାଆକୁ ଦେଖିବାକୁ ତା ମନ କହୁଛି । ଝିଅର ଏଇ ଅବସ୍ଥାରେ ଝିଅ ମନରେ କଷ୍ଟ ନ ଦେବା ପାଇଁ ସିତେଶ ସ୍ବପ୍ନାକୁ ନେବାକୁ ଆସିଲା । ସ୍ବପ୍ନା ଆଉ କାହା ମନା ନ ମାନି ଯିବାକୁ ପ୍ରସ୍ତୁତ ହୋଇଗଲା । ସ୍ବପ୍ନ ସିତେଶ ସାଥିରେ ଶ୍ରୀୟା ପାଖକୁ ଗଲା । ବାର ବର୍ଷ ପରେ ମାଆକୁ ପାଇ ଶ୍ରୀୟାର ଖୁସି କହିଲେ ନ ସରେ । ଏଇ ସମୟରେ ଶ୍ରୀୟା ପାଣି ମାଗିଛି । ସ୍ବପ୍ନା ଘରୁ ଆଣିଥିବା ପାଣି ଶ୍ରୀୟକୁ ପିଇବାକୁ ଦେଲା । ବାପା ମାଆ ଝିଅ ବହୁତ ଖୁସି ହେଉ ଥିଲେ । ହଠାତ୍ ଶ୍ରୀୟା ଧୀରେ ଧୀରେ ନିସ୍ତେଜ ହେଇ ଯାଉଥାଏ । ସ୍ବପ୍ନା ଝିଅକୁ କୋଳେଇ ଧରି ମାଆଲୋ ଧନ ଲୋ କହି କେତେ ଗେଲ କରୁଥାଏ । ଶ୍ରୀୟା ହାତ ଗୋଡ ପାଣି ହେଇ ଯାଉ ଥାଏ । ସ୍ବପ୍ନା କିଛି ବୁଝି ପାରିଲାନି । ସିତେଶ ଡକ୍ଟରଙ୍କୁ ଡାକିଲେ । କିନ୍ତୁ ସେତେବଳକୁ ସବୁ ରକ୍ତ ପାଣି ଫଟକି ଯାଇଥିଲା । ଏମିତି କେମିତି ହେଲା ଭାବିଲା ବେଳକୁ ସବୁ ସରି ଯାଇଥିଲା । ଶ୍ରୀୟା ସବୁଦିନ ପାଇଁ ଆଖି ବୁଜି ଦେଇଥିଲା । ସ୍ବପ୍ନା ପାଖରେ କିଛି ବି ଭାଷା ନ ଥାଏ । ଶେଷରେ ତାହାରି ହାତରେ ତାର ଜୀବନ ଜଲା । ସିତେଶର ଦୁଃଖରେ ପୂରା ଭାଙ୍ଗି ପଡିଲେ । ବାରମ୍ବାର ବେହୋସ ହୋଇ ଯାଉଥାନ୍ତି ସିତେଶ । ଛୋଟରୁ କେତେ ସେନେହ ମମତା ଦେଇ ସିଏ ତାକୁ ପାଳି ଥିଲେ । ସ୍ବପ୍ନା ନିଜକୁ ବହୁତ ଧିକାର କଲା । କାହିଁକି ସିଏ ତା ସ୍ବାମୀ ଝିଅକୁ ଛାଡି ତା ବାପଘରେ ରହିଲା । ଝିଅକୁ ଧରି ସିତେଶ ଜୋରରେ କାନ୍ଦିଲେ । ତାଙ୍କ ପାଟି ଶୁଖି ଶୁଖି ଯିବାର ଦେଖି ସ୍ବପ୍ନା ସେଇ ପାଣିକୁ ସିତେଶକୁ ପିଆଇଦେଲା । ସିତେଶ ମନା କରିବା ସତ୍ତ୍ବେ ସ୍ବପ୍ନା ପିଆଇ ଦେଲା । କିଛି ସମୟ ପରେ ସିତେଶଙ୍କ ଅବସ୍ଥା ମଧ୍ୟ ସେୟା । ଚାହୁଁ ଚାହୁଁ ସିତେଶ ସେଇଠି ସ୍ବପ୍ନାର କୋଳରେ ଗଳି ପଡିଲେ । ଭାଙ୍ଗି ଗଲା ସ୍ବପ୍ନାର ସୁନାର ସଂସାର । ସବୁ ସରିଗଲା । ସ୍ବପ୍ନା କିଛି ବୁଝି ପାରିଲାନି । ଡାକ୍ତର କହିଲେ ଏହା କେମିତି ହେଲା ? ସିଏ କ'ଣ ଖାଇଥିଲେ ? ସ୍ବପ୍ନା କହିଲା ମୁଁ ଜାଣିନି ଡକ୍ଟର । ମୁଁ ତାଙ୍କୁ ପାଣି ପିଇବାକୁ ଦେଲି । ତା ପରେ ଏଇ ଅବସ୍ଥା । ଡକ୍ଟର କହିଲେ ଝିଅକୁ ବି ଆପଣ ପାଣି ଦେଇଥିଲେ । ସ୍ବପ୍ନା କହିଲା ଆଜ୍ଞା । ଡକ୍ଟର କହିଲେ ଦେଖାଅ । କୋଉ ପାଣି ଆପଣ ପିଇବାକୁ ଦେଇଛନ୍ତି ? ସ୍ବପ୍ନା ବୋତଲ ଦେଖାଇଲା । ମାତ୍ର ଦି ଚାମୁଚ ପାଣି ଥିଲା । ଡକ୍ଟର ପରୀକ୍ଷା କରି ଆଶ୍ଚର୍ଯ୍ୟ ହୋଇ କହିଲେ ତୁମେ ନିଜ ହାତରେ ନିଜେ ନିଜ ସଂସାରକୁ ଉଜାଡି ଦେଲ କେମିତି ? ଏଇ ପାଣିରେ ଏମିତି କିଛି ମିଶା ହେଇଛି ଯାହା ରକ୍ତକୁ ପାଣି କରି ଦିଏ । ସ୍ବପ୍ନା କିଛି ବି ବୁଝି ପାରୁ ନଥାଏ । ସୁଧା ମନେ ମନେ ହସୁଥାଏ । ଯାହା ହେଉ ମୋ ରାସ୍ତା ପୂରା ସଫା ହୋଇଗଲା । 

ସ୍ବପ୍ନା ନିଜକୁ ଆଉ ରୋକି ପାରିଲାନି । ସିଏ କାହିଁକି ଏମିତି ଏତେବଡ ଭୁଲ୍ କଲା । ନିଜ ନାନୀକୁ ବିଶ୍ୱାସ କରି ନିଜ ହାତରେ ନିଜର ସୁଖର ସଂସାରକୁ ଉଜାଡି ଦେଲା । ଅଯଥାରେ ବାପ ଘରେ ବାର ବର୍ଷ ରହି ସିଏ କି ଲାଭ ପାଇଲା ? ଆଜି ଯାହା ସବୁ ହେଇଛି କେବଳ ତାର ଭୁଲ୍ ପାଇଁ  । ସତରେ ଏମିତି ଭୁଲ୍ ମୁଁ କେମିତି କଲି ?

""""""""""""""""""""""""""""""""""""""

     ଲତା ବେହେରା ।

   ଜକା, ଢେଙ୍କାନାଳ ।

🌹🌺❤🙏❤🌺🌹✍️


Rate this content
Log in

Similar oriya story from Abstract