Lata Behera

Abstract

3  

Lata Behera

Abstract

ସନ୍ତାନର ପାଇଁ ମାଆର ଦାୟିତ୍ବ

ସନ୍ତାନର ପାଇଁ ମାଆର ଦାୟିତ୍ବ

3 mins
159



ନାରୀ ଏକାଧାରରେ କନ୍ୟା, ଭଗିନୀ, ଜାୟା ଓ ଜନନୀ । ନାରୀ ଜୀବନର ବହୁତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେଲା ମାଆ । ଗୋଟିଏ ସନ୍ତାନ ପାଇଁ ମାଆର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ମଧ୍ୟ ଦାୟିତ୍ବବୋଧ । ମାଆ ବିନା ସନ୍ତାନର ସ୍ଥିତି ଅସମ୍ଭବ । ସେଇଥିପାଇଁ ତ କୁହା ଯାଇଛି -

ଯାହାର ମାଆ ନାହିଁ 

ତାହାର ସାହା ନାହିଁ ।

ମାଆ ଯଦି ସନ୍ତାନର ମଙ୍ଗଳ ଚାହିଁବ , ନିଶ୍ଚିତ ଭାବରେ ପିଲାଟି ଉର୍ଦ୍ଧ୍ବଗାମୀ ହେଇ ପାରିବ । ଆଉ ଯଦି ମାଆ ଚାହିଁବ ତାହାରେ ଦୁନିଆ ରାସ୍ତାରେ ତାକୁ ବରବାଦ କରି ନିନ୍ଦାରେ କ୍ଷଣିକରେ ବୁଡାଇ ଦେଇ ପାରିବ । କିନ୍ତୁ ପ୍ରକୃତ ମାଆ ସବୁବେଳେ ତା ସନ୍ତାନର ମଙ୍ଗଳ ଚାହେଁ । ତା ପିଲା କେମିତି ଭଲରେ ରହିବ , ଦୁନିଆରେ ସୁନାମ ଅର୍ଜନ କରିବ , ସତ୍ୟ ଧର୍ମ ନ୍ୟାୟ ପଥରେ ଯିବ , ସେଥିପାଇଁ ମାଆର ଦାୟିତ୍ବ ବୋଧ ଅଧିକ ରହିଥାଏ । ସିଏ ତା ସନ୍ତାନକୁ କେମିତି ଠିକ୍ ମାର୍ଗରେ ପରିଚାଳିତ କରିବ , ସେଥିପାଇଁ ସେ ସର୍ବଦା ଚେଷ୍ଟା କରୁଥାଏ । ନାରୀଟିଏ ମାଆ ହେବା ବଡ କଥା ନୁହେଁ । ବଡ କଥା ହେଲା ସନ୍ତାନର ଉପଯୁକ୍ତ ଲାଳନ ପାଳନ ସହିତ ତାକୁ ଉତ୍ତମ ସଂସ୍କାର ପଥରେ ଚଳେଇବା । ସେଥିପାଇଁ ଛୋଟ ବେଳୁ ମାଆ ପିଲାର ସବୁ ଦାୟିତ୍ଵ ନେବା ଉଚିତ୍ । ଉତ୍ତମ ଆଚରଢ ଶିଖେଇବା ଉଚିତ୍ । ଗୁରୁଜନମାନଙ୍କ ପ୍ରତି ଉତ୍ତମ ବ୍ୟବହାର ଶିଖେଇବା ଉଚିତ୍ । ମନରେ ବଡମାନଙ୍କ ପ୍ରତି ସମ୍ମାନ, ଭକ୍ତି ରହିବା ସହିତ ମନରେ ଭୟ ରହିବା ଆବଶ୍ୟକ । ଯାହା ଫଳରେ ପିଲାଟି କେବେବି ଲଗାମ ଛଡା ହେବନି । କିନ୍ତୁ ତା ମାନେ ନୁହେଁ ଯେ , ସନ୍ତାନମାନଙ୍କୁ ଗାଳି, ମାଡ, ଭୟ ଦେଖାଇ ଶିସନ କରି ଏଇ ମାର୍ଗରେ ନେବା । ତାହା ହେଲେତ ପିଲା ଲୁଚି ଛପି ଅନେକ ଭୁଲ୍ ରାସ୍ତାରେ ପାଦ ଦେବ । ଭୁଲ କାମ ମଧ୍ୟ କରିବ । ତେଣୁ ସନ୍ତାନ ପ୍ରତି ସ୍ନେହ, ମମତା, ଭଲ ପାଇବା ଦେଇ , ତାଙ୍କ ଜୀବନର ଏକ ଅନ୍ତରଙ୍ଗ ବନ୍ଧୁ ବା ସାଙ୍ଗସାଥି ପାଲଟି ତାକୁ ଠିକ୍ ପଥରେ ନେବା ଉଚିତ୍ । ଛୋଟ ବେଳୁ ନିଜେ ସତ କଥା କହିବା ସହିତ ସନ୍ତାନକୁ ମଧ୍ୟ ସତ କହିବାର ମାରି ସର୍ବଦା ଦେଖାଇବେ । ଅସତ୍ୟ ପଥରୁ ସର୍ବଦା ଦୁରରେ ରଖିବେ । ସେମାନଙ୍କ ଆଗରେ କେବେବି ଝଗଡା କରିବେନି । ପରସ୍ପର ସହିତ ସ୍ନେହମମତା ଦେଇ କେମିତି ଚଳିବେ ସେଇ କଥା ଶିଖେଇବେ । ସେମାନଙ୍କ ମନରେ ଦୟା, କ୍ଷମା, ପରୋପକାର ଭାବ ଜାଗ୍ରତ ଚରିବେ । ଛୋଟ ବେଳୁ ଘରକୁ ଆସୁଥିବା ଅତିଥିଙ୍କର ସେବା ଯତ୍ନ ଶିଖେଇବେ । ସନ୍ତାନମାନଙ୍କ ହସ୍ତରେ ଦାନ ଧର୍ମ ସହିତ ଭୋକିଲା ଲୋକଙ୍କୁ ଖାଇବାକୁ ଦେବେ । କଳହରୁ ତଥା ଅସାମାଜିକ ପଥରୁ ସର୍ବଦା ନିବୃତ ରଖିବେ । ସନ୍ତାନମାନଙ୍କ ଉପରେ କୌଣସି କୁସଂସ୍କାର ତଥା ନକରାତ୍ମକ ପ୍ରଭାବ ନ ପଡୁ ସେଥି ପ୍ରତି ଯଥେଷ୍ଟ ମାଆମାନେ ଧ୍ୟାନ ଦେବା ଉଚିତ । ପିଲାମାନଙ୍କୁ ଆରମ୍ଭରୁ ଜିଦ୍ ଖୋର କରିବା ଉଚିତ୍ ନୁହେଁ । ସମସ୍ତଙ୍କ ସହିତ ତଥା ସବୁ ପରିସ୍ଥିତି ସହିତ କେମିତି ଖାପ ଖୁଆଇ ଚଳି ପାରିବେ ସେଥିପାଇଁ ତାଙ୍କୁ ଉପଯୁକ୍ତ ମାରାଗରେ ଗଢି ତୋଳିବାର ଭୂମିକା ମାଆମାନେ ନିର୍ଭୁଲ ଭାବରେ ତୁଲାଇବା ଉଚିତ୍ । ପିଲାମାନଙ୍କ ମୁହଁ ଆଦୌ ବଢେଇବା ଉଚିତ୍ ନୁହେଁ । କାହାକୁ କେମିତି ବ୍ୟବହାର କରିବା ଚଥା ମାଆ ମାନେ ତାଙ୍କ ସନ୍ତାନ ମୃନଙ୍କୁ ଶିଗେଇବା ଉଚିତ୍ । ଛୋଟ ଶିଶୁ ନିଷ୍ପାପ । ସିଏ କେବେବି ଖରାପ ନୁହେଁ । କୌଣସି ଶିଶୁ କେବେବି ଖରାପ ଅପରାଧୀ ହେଇ ଜନ୍ମ ହୁଏନା । ଏଇ ପରିବେଶ ପରିସ୍ଥିତି ତଥା ମାଆମାନଙ୍କ ଆତ୍ମ ଅହଂଭାବ, ମିଛ ଅହଂକାର, ବୃଥା ବଡପଣର ଗର୍ବତା ଭାବ ସନ୍ତାନଙ୍କୁ କୁପଥର ଯାତ୍ରୀ କରି ଥାଏ । ଆଉ ଯେତେବେଳେ ନେଡି ଗୁଡ କହୂଣୀକୋ ବୋହିଯାଏ , ସେତେବେଳେ ମାଆ ନିଜ କପାଳକୁ ନିନ୍ଦା କରେ । କିନ୍ତୁ କେବେବି ସେ ବୁଝି ପାରେନି ଯେ ଆଜି ଯଦି ତା ସନ୍ତାନର ନିମ୍ନ ଗତି ହେଊଛି , ବା ତା ପିଲା ବିଗିଡି ଯାଇଛି , ସେଥିପାଇଁ ସେ ନିଜେ ଦାୟୀ ।କାହିଁକି ନା ବାପା ଅପେକ୍ଷା ସନ୍ତାନମାନଙ୍କ ଉପରେ ମାଆର ପ୍ରଭାବ ଅଧିକ ଥାଏ ।


      ଜଣେ ଜଣେ ମାଆ ନିଜର ମିଛ ଟାଟସ୍ ତଥା ବଡପଣର ଦ୍ୱାହି ଦେଇ ପିଲାଙ୍କ ମନରେ ବଡଲୋକିର ଏମିତି ଛାପା ଲଗେଇ ଦିଅନ୍ତି ଯେ , ପିଲାଟି ଆପେ ଆପେ ବିଗିଡି ଯାଇଥାଏ । ଇନ୍ଦ୍ର ଚନ୍ଦ୍ର ବା ବଡ ସାନ କାହାକୋ ମାନେନି । ମାଆର ସେଇ ଗର୍ବ ଅହଂକାର ପାଇଁ ତାର ସନ୍ତାନ କେବେବି ଭଲସ୍ତରକୁ ଯାଇ ପାରେନା । ପୌରାଣିକ ତଥା ଆଧୁନିକ କାହାଣୀକୁ ଦେଖ । ମାଆ ସୁନୀତି ପାଇଁ ବାଳକ ଧ୍ରୁବ ପ୍ରଭୁ ବିଷ୍ଣୁଙ୍କୁ ଦର୍ଶନ କରି ସପ୍ତ ଋଷିଙ୍କ ମଧ୍ୟରେ ରହିଲେ । ମାତାଙ୍କ ପାଇଁ ପୁତ୍ର ପ୍ରହ୍ଲାଦ ବିଷ୍ଣୁଙ୍କ ଆଶୀର୍ବାଦ ଲାଭ କରି ପାରିଲେ । ମାତା କୈକେୟୀଙ୍କ ପାଇଁ ପ୍ରଭୁ ରାମଚନ୍ଦ୍ର ନିଜର ବଂଶର ଯଶ କୀର୍ତ୍ତି ମାନ ସମ୍ମାନ ରକ୍ଷା କରିବା ସହିତ ପିତା ଦଶରଥର ସମ୍ମାନ ରକ୍ଷା କରି ଥିଲେ । ଜୀଜାବାଈଙ୍କ ପାଇଁ ପୁତ୍ର ଶିବାଜୀ ଛତ୍ରପତି ହେଇ ସାରା ବିଶ୍ବରେ ସୁନାମ ଅର୍ଜନ କରିଥିଲେ । କୁନ୍ତୀଙ୍କ ପରାମର୍ଶ ପାଣ୍ଡବମାନେ ସର୍ବଦା ପରିଚାଳିତ ହେଇଥିବାରୁ ଶେଷରେ ଯୁଦ୍ଧର ଜିତିଗଲେ । କିନ୍ତୁ ମାତା ଗାନ୍ଧାରୀ ଅଭିମାନୀ ଦୁର୍ଯ୍ୟୋଧନକୁ ଛୋଟ ବେଳୁ ମୁହଁ ଦେଇ ବିପଦକୁ ଡାକି ଆଣିଲେ । ତେଣୁ କଥାରେ ଅଛି -

ବୋହୁ ଶିଖେଇବ ନୂଆରୁ 

ଛୁଆ ଶିଖେଇବ ଛୁଆରୁ ।

ଗୋଟିଏ ସନ୍ତାନ କେମିତି ହେବ ତାହା ତା ମାଆ ନିଶ୍ଚତ ଭାବରେ ଜାଣି ଥାଏ । ପିଲାମାନଙ୍କୁ ପାଠ ପଢେଇବୃରେ ମାଆଙ୍କ ଭୂମିକା ଅତି ଅପରିହାର୍ଯ୍ୟ । ସନ୍ତାନମାନଙ୍କର ଦୁଃଖ ସୁଖର ସାଥି ହେଇଥାଏ ମାଆ । ମାଆର ଆଶୀର୍ବାଦ ତଥା ପଣତ ସନ୍ତାନ ପାଇଁ ଯେତିକି ରକ୍ଷାର କବଚ ପାଲଟି ଥାଏ , ମାଆର ଦାୟିତ୍ବବୋଧତା ତାହାଠୁ ଅଧିକ ଜୀବନ ଚଲାପଥର ପଥପ୍ରଦର୍ଶକ ହେଇ ସନ୍ତାନକୁ ଉତ୍ତମ ସନ୍ତାନରେ ଗଢି ତୋଳି ଊର୍ଦ୍ଧ୍ବଗାମୀ କରିଥାଏ ।


Rate this content
Log in

Similar oriya story from Abstract