STORYMIRROR

Lata Behera

Abstract

4  

Lata Behera

Abstract

ମୃତ୍ୟୁର ଆଶା

ମୃତ୍ୟୁର ଆଶା

4 mins
6


ଯନ୍ତ୍ରଣାର ନିଆଁରେ ଛଟପଟ ହେଇ 

ନିଃଶବ୍ଦ ରାତିରେ ପାହାଡର ଶୀର୍ଷ ଦେଶରେ ଦଣ୍ଡାୟମାନ ହେଲା ତନ୍ମୟ । ମୃତ୍ୟୁ ଯେମିତି ତାକୁ ହାତ ଠାରି ଡାକୁଥିଲା । ଆଖିରୁ ବହି ଯାଉଥିଲା ଅସରନ୍ତି ଲୁହର ଶ୍ରାବଣ । ଅତୀତର ସ୍ମୃତି ସବୁ ଗୋଟି ଗୋଟି ହେଇ ଭାସି ଆସୁଥିଲା ଆଖି ଆଗରେ । କଣ ଭୁଲ୍ ଥିଲା ତାର । ନିଜ କର୍ତ୍ତବ୍ୟରେ ସିଏ କଣ କେବେ ଅବହେଳା କରିଥିଲା ନା ସ୍ବାର୍ଥର ଦୁନିଆରେ ବଞ୍ଚିବାଟା ତାର ଭୁଲ୍ ଥିଲା । କାହିଁକି ତା ଜୀବନ ଏମିତି ଗୋଟିଏ ଅସଜଡା ହେଇଗଲା ? ଏମିତି ଅନେକ ପ୍ରଶ୍ନ ତା ମନରେ ଉଙ୍କି ମାରୁଥିଲା ।


   ହଠାତ୍ କାହାର କ୍ରନ୍ଦନର ସ୍ବରରେ ତାର ଭାବନାରେ ପୂର୍ଣ୍ଣଛେଦ ପଡି ଗଲା । କିଏ ସେ ? କାହାର ଏଇ କ୍ରନ୍ଦନ । ପୁଣି ଏତେ ରାତିରେ । କିଛି ଅଶରୀର ଶକ୍ତି ନୁହେଁ ତ ? କିଟିମିଟି ଅନ୍ଧକାର ରାତିରେ ପୁଣି ନାରୀର କଣ୍ଠସ୍ବର । ଧୀରେ ଧୀରେ ତନ୍ମୟର ପାଦ ତା ଆଡକୁ ଗତି କଲା । ଯାହା ଦେଖିଲା ଆଖିକୁ ବିଶ୍ୱାସ କରି ପାରିଲାନି । ଚମକି ପଡିଲା ତନ୍ମୟ । ଇଏତ ସେଇ ତନୁସ୍କା । ଯିଏ ତା ଜୀବନମୟରେ ତାକୁ ଭଲ ପାଉଥିଲା । ହେଲେ ପରିବାରର ଜଞ୍ଜାଳକୁ ମୁଣ୍ଡରେ ରଖି ତନ୍ମୟ ତାକୁ ମନା କରି ଥିଲା । ହେଲେ ଏତେ ରାତିରେ । ପୁଣି ଏଇ ଜାଗାରେ । ସିଏ କରୁଛି କଣ ? ତନୟ ଆଗକୁ ପାଦ ବଢେଇଲା । କ୍ଷୀଣ ସ୍ବରରେ ଆସିଲା । ସେଇଠି ଅଟକି ଯାଅ ତନ୍ମୟ । ଆଗରେ ଘାଇ ଅଛି । ପଡିଗଲେ ମରିଯିବ । ତନୟ ଖୁସି ହୋଇଗଲା । କହିଲା ଏଇଟା ତ ମୁଁ ଚାହୁଛି ତନୁସ୍କା । ମରିଗଲେ ମୁକ୍ତି ମିଳିଯିବ । ଶାନ୍ତି ପାଇଯିବି । ମୋର ବଞ୍ଚିବାକୁ ଆଉ ଇଚ୍ଛା ନାହିଁ । ତନୁସ୍କା କହିଲା , ସେଥିପାଇଁ ଆତ୍ମହତ୍ୟା କରିବା ପାଇଁ ତମେ ପାହାଡର ଶୀର୍ଷ ଦେଶରେ ପହଞ୍ଚି ଯାଇଥିଲ । ଭୁଲି ଯାଉଛ ଆତ୍ମହତ୍ୟା ମହାପାପ । ପ୍ରତି ମୁହୂର୍ତ୍ତ ନରକ ଯନ୍ତ୍ରଣାରେ ଛଟପଟ ହେଇ ମରି ମରି ବଞ୍ଚିବାକୁ ପଡେ । ସହଜରେ ମୁକ୍ତି ମିଳେନି । ଏମିତି ଭୁଲ୍ କେବେବି କରିବନି ତନ୍ମୟ । ନ ହେଲେ ମୋ ପରି ଏମିତି ଯନ୍ତ୍ରଣା ଭୋଗିବ । ତିନି କୁଳରେ କୋଊଠି ସ୍ଥାନ ମିଳିବନି । କେହି ପାଖରେ ପୂରେଇବେନି । ସବୁବେଳେ ପ୍ରେତ ହେଇ ଘୂରି ବୁଲିବ । ଅସହ୍ୟ ନର୍କ ଯନ୍ତ୍ରଣା ଭୋଗିବ । ଏମିତି ଏକ ଅଶରୀର ବହୁତ କଷ୍ଟ ଦାୟକ ତନ୍ମୟ । ତନ୍ମୟ ପଚାରିଲା , ଅଶରୀର ମାନେ । କହୁଛି ।ଆସ ମୋ ସାଥିରେ । 

   

    ଗୋଟିଏ ପଥର ଉପରେ ବସି ପଡିଲା ତନୁସ୍କା । ବସ ତନ୍ମୟ । ସତ କହିବାକୁ ଗଲେ । ମୁଁ ମଣିଷ ନୁହେଁ । ମୁଁ ଗୋଟିଏ ପ୍ରେତାତ୍ମା । ମୁଁ ଯେତେବେଳେ ଜାଣିଲି ତମେ ଆତ୍ମହତ୍ୟା କରିବାକୁ ଆସିଛ, ମୁଁ ତୁମକୁ ଅଟକାଇବାକୁ ନିଷ୍ପତ୍ତି ନେଲି । ଆଖି ଆଗରେ ତୁମେ ମୋର ଯନ୍ତ୍ରଣା ଦେଖ । ଏଥିରୁ ବୁଝି ପାରୁଥିବ ଆତ୍ମହତ୍ୟା ଆହୁରି ଯନ୍ତ୍ରଣାଦାୟକ । ମୁକ୍ତି ପଥର ଅବରୋଧ । ତନୟ କହିଲା , ତମେ ତ ବିବାହ କରିଥିଲ ଆତ୍ମହତ୍ୟା କାହିଁକି କଲ ? କରିବାକୁ ମୁଁ ବାଧ୍ୟ ହେଇ ଯାଇଥିଲି । ମୋତେ ଭୟ ଖାଇ ଯାଇଥିଲା । ଏ ସମାଜକୁ ବେଶୀ ଡର ଲାଗିଥିଲା । କଣ କରିବି ? ରାତି ପାହିଲେ ଚାରି ଆଡେ ଡେଙ୍ଗୁରା ପିଟି ହେଇଯିବ । ଏତେ ବଡ ମିଛ କଳଙ୍କ ଲାଗିବା ଆଗରୁ ସବୁଦିନ ପାଇଁ ଏଇ ଦୁନିଆରୁ ଚାଲି ଯିବାର ମୁଁ ନିଷ୍ପତ୍ତି ନେଇ ଗଲି । କିନ୍ତୁ କାହିଁକି ? ବିବାହ ତ ତମର ହେଇଥିଲା ସେ ଦିନ । ହଁ । ସାବତ ମାଆ ଭାବିଲା ମୁଁ ଯାହାକୁ ବିବାହ କରୁଛି ସିଏ ଗୋଟେ ମଦ୍ୟପ, ପାଗଳ । କିନ୍ତୁ ଯେତେବେଳେ ସତ କଥାଟି ସିଏ ଜାଣିଲା ପୁଅଟି ବଡ ଅଫିସର ଅଛି । ମୋତେ ଗୋଟେ ଘରେ ବନ୍ଦ କରି ରଖି ଦେଲା । ଆଉ ସେଇ ରୁମକୁ ତାର ସମ୍ପର୍କୀୟ ପିଲାଟାକୁ ପଠେଇ ଦେଇ ଏପଟୁ ତାଲା ପକେଇ ଦେଲା । ଆଉ ଏପଟେ ବଡ ପାଟିରେ କହିଲା ତନୁସ୍କା କବାଟ ଖୋଲୁନି । କାହା ସାଥିରେ ଘରେ ଅଛି । ପିଲାଟି କିନ୍ତୁ ବହୁତ ଭଲ ଥିଲା । ସ୍କାଇ ଲାଇଟ୍ ଦ୍ବାରା ସିଏ ମୋତେ ବାହାରକୁ ବାହାର କରି ଦେଲା । ଘର ପଛ ପଟ ଦେଇ ମୁଁ ଭିତରକୁ ଯିବା ବେଳେ ସେଇ ରୁମରେ ମୋତେ ନ ଦେଖି ମୁଁ କାହା ସହ ପଳେଇଛି ବୋଲି ସମସ୍ତଙ୍କୁ କହିଲା । କାହିଁକି ନା ସିଏ ଚାହୁଁ ଥିଲା ତାଙ୍କ ନିଜ ଝିଅ ସେଇ ପୁଅକୁ ବାହା ହେଉ । ତାଙ୍କର ଏଇ କଥାକୁ ଭୁଲ ପ୍ରମାଣିତ କରିବା ପାଇଁ ମୁଁ ପାଦ ବଢେଇଲି । ମୋତେ ସିଏ ଦେଖି ଦେଲେ । ଆଉ କହିଲେ ଯାହା ହେବାର ତ ହେଲାଣି । ଏବେ ମୋ ଝିଅକୁ ବାହା ହେଇ ଯାଆନ୍ତୁ । ମୁଁ ଜାଣିଥିଲି ସିଏ କାହାକୁ ଭଲ ପାଉଥିଲା । ହେଲେ ଏତେ ଭଲ ପ୍ରସ୍ତାବ ଯେତେବେଳ ଆସିଲା ମୁଁ ଭାବିଲି ମୋ ତନୁସ୍କା ବହୁତ ଖୁସିରେ ରହିବ । ହେଲେ ତା ଭାଗ୍ୟରେ ନାହିଁ । ଛାଡନ୍ତୁ ଭଗବାନ ତାକୁ ଭଲରେ ରଖନ୍ତୁ । ଆପଣ ମୋ ଏଇ ଝିଅକୁ ବୋହୂ କରି ନିଅନ୍ତୁ । ମୋ ଆଖି ଆଗରେ ମୋର ବାରମ୍ବାର ବଦଲାମୀ କରାଯାଉଥିଲା । ମୁଁ ଚାହୁଁ ନ ଥିଲି ମୋ ନାଆଁ ସହିତ ଆପଣଙ୍କର ନିଆଁ କିଏ ଉଠେଉ । ଏଇ ସମୟରେ ମାଆ କହିଲା ସେଇ ପୁଅ କିଏ ଜାଣିଛ । ଏତିକି ଯେମିତି ସିଏ କହିଛି ମୁଁ ଆଉ ସହି ପାରିଲିନି । ଏତେ ମିଛ କଳଙ୍କକୁ ନେଇ ବଞ୍ଚିବା ଅପେକ୍ଷା ମୃତ୍ୟୁ ଅତି ଶ୍ରେୟସ୍କର ଭାବିଲି । ଆଉ ସବୁଦିନ ପାଇଁ ଆଖି ବୁଜି ଦେବାର ନିଷ୍ପତ୍ତି ନେଲି । ଏଇ ସମୟରେ ମାଆ ତାର କେତେ ଜଣକୁ ପଠେଇ ମୋତେ ମାରି ଏଇ ପାହାଡର ତଳକୁ ପକେଇ ଦେଲା । ପରେ ମୁଁ  ଜାଣିଲି  ଯିଏ ବିବାହ କରିବାକୁ ଆସିଥିଲା ମା ତାର ସାନ ଭାଇକୁ ମୋ ରୁମକୁ ପଠେଇ ଥିଲା ମୋତେ ବଦଲାମୀ କରିବା ପାଇଁ । ସତ ଆସିଲା ବେଳକୁ ମୁଁ ଦୁନିଆରେ ନ ଥିଲି । ଏବେ ତୁମେ ଆଉ ସେଇ ଭୁଲ୍ କରନି ତନ୍ମୟ । ଯୋଉଥିରୁ କେବେବି ମୁକ୍ତି ମିଳିବନି । ମୋର ଗୋଟିଏ ଅନୁରୋଧ ରଖିବ ତନୟ । ଭାବୁଛି ସେଇଥିରେ ମୁଁ ମୁକ୍ତି ପାଇଯିବି । ଆଉ ତୁମ ଜୀବନ ଶାନ୍ତିରେ କଟିବ । ତନ୍ମୟ କହିଲା - କୁହ ତନୁସ୍କା । ମୁଁ କଣ କଲେ ତୁମ ଆତ୍ମା ଶାନ୍ତି ପାଇବ । ମୋ ମାଆ ମରିଗଲା ପରେ ବାପା ମୋତେ ରଖିଲେ । ଆଉ ମୋ ସାନ ଭଉଣୀକୁ ମୋ ମାଉସୀ ନେଇଗଲା । ମୋ ମାଉସୀର ଆଉ କେହି ନାହାଁନ୍ତି । ମଉସା ମରିଗଲା ପରେ ମାଉସୀ ଏକା । ତମେ ମୋ ସାନ ଭଉଣୀ ଅନୁସ୍କାକୁ ବିବାହ କର । ଆଉ ସେଇଠି ରୁହ । ଏଇଠି ତୁମ ସାବତ ମାଆ ତୁମକୁ ନିନ୍ଦା ଅପବାଦ ଦେଇ ବାହାର କରି ଦେଲେ କଣ ହେଲା ? ତୁମେ ଆଉ ଜଣଙ୍କର ସାହାରା ହୋଇ ପାରିବ । ତମେ କିଛି ଚିନ୍ତା କରିନି ତନ୍ମୟ । ଆସ ମୋ ସାଥିରେ । ତନୁସ୍କା ଓ ତନ୍ମୟ ସାଥି ହେଇ ଗଲେ । ମାଉସୀକୁ ସବୁ କଥା ତନୁସ୍କା ଅନୁସ୍କା ଦେହରେ ପଶି କହିଲା ପରେ ମାଉସୀ ସେମାନେଙ୍କର ବାହାଘର କରି ଦେଲେ । ତନୁସ୍କାର ମୃତ୍ୟୁର ଶେଷ ଆଶାଟି ସଫଳ ହେବାରୁ ତା ଆତ୍ମା ବହୁତ ଖୁସି ହେଲା ଓ ସିଏ ମୁକ୍ତି ପାଇଗଲା । ।


Rate this content
Log in

Similar oriya story from Abstract