STORYMIRROR

Anil Kumar

Romance

4  

Anil Kumar

Romance

ତ୍ୟାଗ

ତ୍ୟାଗ

13 mins
353

ମୋ ବିବାହ ଆଦିବାସୀ ଚଳଣି ଅନୁଯାୟୀ ସମ୍ପନ୍ନ ହୋଇଯାଇଛି। ଆମ ସମ୍ପ୍ରଦାୟରେ ବିବାହର ସପ୍ତାହେ ଧରି ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଦିବାସି ନୃତ୍ୟ ଗୀତ ଯଥା ଢେମସା, ସାଇଲଡ଼ିର ଆସର ଜମେ। ଆଜି ବାସର ରାତି । ମୁ ଟେରେସ୍ ଉପରେ ଠିଆ ହୋଇ ଗାଁ ପୁରୁଷମାନେ ପୁରୁଷ ମାନଙ୍କ ଏବଂ ମହିଳା ମାନେ ମହିଳା ମାନଙ୍କ କାନ୍ଧକୁ କାନ୍ଧ ମିଳାଇ ଢେମସା ନୃତ୍ୟ କରୁଥିବା ଚାହିଁ ରହିଥାଏ। ଏପଟେ ଝିଅ ବିଦାୟ ବା ମୋ ଶ୍ରିମତୀଙ୍କ ବିଦାୟ ସମୟର ହୃଦୟ ବିଦାରକ ଦୃଶ୍ୟ ମୋ ଆଖିକୁ ନାଚି ଯାଉଥାଏ। ତାଙ୍କ   ସମଗ୍ର ପରିବାର କ୍ରନ୍ଦନରତ । ବାପା ମାଁ ଭାଇ ଭଉଣି ସାଙ୍ଗ ସାଥି ସମସ୍ତେ ଅଶ୍ରୁ ଝରାଇ ଆଲିଙ୍ଗନ କରୁଥାନ୍ତି। ମୋ ଶ୍ରିମତୀ ଉଚ୍ଚସ୍ୱର ରେ ଚିତ୍କାର କରି କାନ୍ଦୁଥାନ୍ତି। ମୁ କୋହ ସମ୍ଭାଳି ପାରିଲି ନାହି ମୋ ଆଖିରୁ ମଧ୍ୟ ଝରିପଡ଼ିଲା ଲୋତକ । ମୋ ସାଙ୍ଗ ମାନେ କହିବାକୁ ଲାଗିଲେ 'ଆବେ ତୁ କାହିଁକି କାନ୍ଦୁଛୁ ବେ' । ମୋ ଭିଣେଈ ଆସି କହିଲେ ତୁ ଘର ଜୋଇଁ ରହିଯା । ମୁ ଟେରେସ୍ ଉପରେ ଠିଆ ହୋଇ ମୋ ୱାଇଫ ଆଖିରେ ଆଉ କେବେ ଲୁହ ଝରିବାକୁ ଦେବି ନାହି ବୋଲି ନିଜକୁ ନିଜେ କମିଟମେଣ୍ଟ୍ କରୁଥାଏ ଏବଂ ଆଗାମି ଜୀବନକୁ ନେଇ କିଛି ପ୍ଲାନିଂ ମଧ୍ୟ। ଠିକ୍ ଏତିକି ବେଳେ କିଛି ସାହି ଭାଉଜ ଉପରକୁ ଦଉଡ଼ି ଆସିଲେ ଏବଂ ଟାହି ଟାପରା କରି ତମ ସ୍ତ୍ରୀ ସେଠି ତମକୁ ରୁମ୍ ରେ ଅପେକ୍ଷା କରିଛି ଆଉ ମହାଶୟ ଏଠି କହି ମୋତେ ଟାଣି ଟାଣି ରୁମ ଭିତରକୁ ନେଇ ଗଲେ ଏବଂ ବାହାରପଟୁ କବାଟ ବନ୍ଦ କରି ଚାଲିଗଲେ। ମୁ କଥାବାର୍ତା କେଉଁଠୁ ଆରମ୍ଭ କରିବି କେମିତି ଆରମ୍ଭ କରିବି ଭାବିଲା ବେଳକୁ ସେ ଆରମ୍ଭ କରି କହିଲେ ସେ ଝିଅଟି କିଏ, ଯିଏ ସେଦିନ ବେଦିରେ ତମର ପିକ୍ ଇଚ୍ ଏଣ୍ଡ ଏଭ୍ରି ଡାଇମେନସନ୍ ରୁ କ୍ଲିକ୍ କରୁଥିଲା କେବଳ ତମର ପିକ୍ ୧୦୦ ଟି ଖଣ୍ଡେ କ୍ଲିକ କରିଥିବ, ମୋର ଗୋଟିଏ ହେଲେ ନାହିଁ । ତମ ଆଉ ତା ଭିତରେ କଣ ମିଷ୍ଟ୍ରି ଅଛି। ବାସର ରାତିରେ ଏଭଳି କିଛି ଅପ୍ରତ୍ୟାଶିତ ଶୁଣିବି ବୋଲି ଆଶା କରି ନ ଥିଲି। ସେମିତି କିଛି ନାହି, ସେ ମୋର ସହକର୍ମି, ତାର ବୟ ଫ୍ରେଣ୍ଡ ଅଛି, ଏବଂ ସେମାନଙ୍କ ବାହାଘର ଠିକ୍ ହୋଇଯାଇଛି। ତମ ପିକ ବି ଉଠେଇଥିବ ନିଶ୍ଚୟ ଏଭଳି କିଛି କହି କଥାଟିକୁ ଏଡଜଷ୍ଟ୍ କରିନେଲି।

women are jealous in nature. କିନ୍ତୁ ତାଙ୍କ ଅନୁମାନ ମଧ୍ୟ ଭୁଲ ନ ଥିଲା । ଆମ ଭିତରେ ଥିବା ମିଷ୍ଟ୍ରି କିଛି ଏଇଭଳିଆ। ମୁ ଯେଉଁ ଦିନ ଠାରୁ ଶିକ୍ଷକତା ଆରମ୍ଭ କଲି ମିଷ୍ଟ୍ରି ମଧ୍ୟ ସେହି ଦିନରୁ ହିଁ ଆରମ୍ଭ ହୋଇଥିଲା।

ମୁ ପିଲଟି ଦିନରୁ ମେଧାବି ଥିଲି । ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ହୁଏ। ଆର୍ଥିକ ଅବସ୍ଥା ଆଦୌ ସ୍ୱଚ୍ଛଳ ନ ଥିଲା। ମୋ ବାପା ଏବଂ ବଡ଼ ଭାଇ କୃଷିକର୍ମ କରନ୍ତି। ମୋ ବଡ ଭାଇ ସପ୍ତମ ପରେ ପରିବାର ର ଆର୍ଥିକ ବୋଝ ଯୋଗୁଁ ଆଗକୁ ଆଉ ପଢି଼ ପାରିଲା ନାହି। ମୁ ଭଲ ପଢୁଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଖାତା ବହି କିଣିବାକୁ ଆର୍ଥିକ ସାହାଯ୍ୟ ସହଯୋଗ କରିଥିବାରୁ ମୁ ୧୦ମରେ ପ୍ରଥମ ଶ୍ରେଣିରେ ଉତ୍ତୀର୍ଣ ହେଲି। ୨ ରେ ଅଧ୍ୟୟନ କରିବାକୁ ମୋ ପାଖରେ ବା ମୋ ପରିବାର ପାଖରେ ଆର୍ଥିକ ସମ୍ବଳ ନ ଥିଲା। ଆମ ଅଂଚଳ ବା ଆମ ଜିଲ୍ଲାରେ ଗୋଟିଏ ହେଲେ ସରକାରୀ ମହାବିଦ୍ୟାଳୟ ନାହି। ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ରେ ଡନେସନ ନାଅାରେ ବହୁତ ଟଙ୍କା ଆଦାୟ କରନ୍ତି। ୧୦ମ ପରେ ଗୋଟିଏ ବର୍ଷ ଘରେ ବସି ରହିଲି ଏବଂ ଛୋଟ ମୋଟ କାମ କରି ଆସନ୍ତା ବର୍ଷ ୨ରେ ଦାଖିଲ ହେବା ନିମନ୍ତେ ପଇସା ସଂଗ୍ରହ କଲି। ଆଗାମି ବର୍ଷ ୨ରେ ଦାଖିଲ ହୋଇ ୨ ବିଜ୍ଞାନରେ ମଧ୍ୟ ପ୍ରଥମ ଶ୍ରେଣିରେ ଉତ୍ତୀର୍ଣ ହେଲି ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟଳୟରେ ୩ ପଦାର୍ଥ ବିଜ୍ଞାନ ସମ୍ମାନରେ ଅଧ୍ୟୟନ କଲି । ମୁ ଟ୍ୟୁସନ୍ କରି ମୋ ନିଜ ଖର୍ଚ ନିଜେ ବାହାର କରୁଥିଲି। ମୁ ଯେତେବେଳେ ୩ ଶେଷ ବର୍ଷରେ ଅଧ୍ୟୟନ କରୁଥାଏ ସେତେବେଳେ ଶିକ୍ଷା ସହାୟକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶିତ ହେଲା । ଯଦିଓ ମୋର ଲକ୍ଷ ୟୁ.ପି.ଏସ୍.ସି. ତଥାପି ଘର ର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଶିକ୍ଷା ସହାୟକ ନିଯୁକ୍ତି ନିମନ୍ତେ ଆବେଦନ କରିବାକୁ ମନସ୍ତ କଲି । ମୁ ଭାବିଲି ନିଯୁକ୍ତି ପତ୍ର ପାଇଲା ବେଳକୁ ମୋର ୩ ସମାପ୍ତ ହୋଇଯାଇଥିବ । ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ୟୁ ପି ଏସ୍ ସି ମଧ୍ୟ ପ୍ରିପେର୍ କରିବି। କିନ୍ତୁ ବିଧିର ବିଧାନ କେ କରିବ ଆନ। ୩ ସମାପ୍ତ ହେବା ପୁର୍ବରୁ ହିଁ ଶିକ୍ଷା ସହାୟକ ଭାବରେ ନିଯୁକ୍ତି ପାଇଲି। ଆର୍ଥିକ ଅବସ୍ତା ଯୋଗୁଁ ବାଧ୍ୟ ହୋଇ ୩ ଅଧ୍ୟୟନ ଡ୍ରପ୍ କର ଶିକ୍ଷା ସହାୟକ ଭାବେ ଶିକ୍ଷକତା ଆରମ୍ଭ କଲି।

ସେ ଦିନ ମୁ ବହୁତ କାନ୍ଦିଥିଲି କିନ୍ତୁ ସେହି ଦିନ ଠାରୁ ମୋ ଜୀବନରେ ସେହି ମିଷ୍ଟ୍ରି ମଧ୍ୟ ଆରମ୍ଭ ହୋଇଥିଲା। ଯେଉଁ ଦିନ ଜିଲ୍ଲା ଶିକ୍ଷା ଅଫିସରେ ଶିକ୍ଷା ସହାୟକ ନିଯୁକ୍ତି ପତ୍ର ପ୍ରଦାନ କରାଯାଉ ଥିଲା। ଉପକୁଳ ଓଡ଼ିଶାର ଜଣେ ୨ ସି ଟି ଯୋଗ୍ୟତାଧାରି ମହିଳା ପ୍ରାର୍ଥିନି ସେ ଯେଉଁ ବିଦ୍ୟାଳୟରେ ପୋଷ୍ଟିଙ୍ଗ ହୋଇଛନ୍ତି ଆଉ କେହି ସେହି ବିଦ୍ୟାଳୟରେ ପୋଷ୍ଟିଙ୍ଗ ହୋଇଛନ୍ତି କି ବୋଲି ପଚାରି ବୁଝୁଥାନ୍ତି । ମୋର ମଧ୍ୟ ସେହି ବିଦ୍ୟାଳୟରେ ପୋଷ୍ଟିଙ୍ଗ ହୋଇଥାଏ। ମୋ ଘରଠାରୁ ବିଦ୍ୟାଳୟଟି ପ୍ରାୟ ୪/୫ କି ମି। ମୋର ସେହି ସ୍କୁଲରେ ପୋଷ୍ଟିଙ୍ଗ ହେଇଚି ବୋଲି ଜଣାଇଲି। ତାଙ୍କ ସହିତ ଆସିଥାନ୍ତି ତାଙ୍କ ମାଁ ଓ ତାଙ୍କ ବୟ ଫ୍ରେଣ୍ଡ । ସେତେବେଳ ମୁ ତାଙ୍କୁ ତାଙ୍କ ଭାଇ ବୋଲି ଭାବୁଥିଲି ପରବର୍ତ୍ତି ସମୟରେ ତାଙ୍କ ବୟ ଫ୍ରେଣ୍ଡ ବୋଲି ଜାଣିଲି।

ସେମାନେ ଉପକୂଳ ଓଡ଼ିଶାରୁ ଆସିଥିବାରୁ ଆମ ଜିଲ୍ଲା ବାବଦରେ ତାଙ୍କର ଆଦୌ ଧାରଣା ନ ଥିଲା। ସେମାନେ ବିଦ୍ୟାଳୟକୁ କେମିତି ଯିବେ କେଉଁଠି ରହିବେ , ଯୋଗାଯୋଗର କିଛି ବ୍ୟବସ୍ଥା ଅଛି କି ନହିଁ ଇତ୍ୟାଦି ଇତ୍ୟାଦି ତଦନ୍ତ କରିବାକୁ ଲାଗିଲେ। ମୁ ଉକ୍ତ ଅଂଚଳର ହୋଇଥିବାରୁ ତୁରନ୍ତ ସାହାଯ୍ୟର ହାତ ବଢ଼ାଇ ଥିଲି। ସେମାନେ ୩ ଜଣଙ୍କୁ ମୁ ଗୋଟିଏ ଯାତ୍ରୀବାହି ବସ୍ ରେ ଆମ ଗାଁକୁ ନେଇଗଲି । ଆମ ଘରେ ସେମାନେ ଅତିଥି ଭାବେ ରାତ୍ରିଯାପନ କଲେ ଏବଂ ତା ଆରଦିନ ମୁ ଭଡ଼ା ଘର ର ବ୍ୟବସ୍ଥା କରିଦେଇଥିଲି। ତା ପୂର୍ବରୁ ତାଙ୍କ ବୟ ଫ୍ରେଣ୍ଡ କୃତଜ୍ଞତାର ସହିତ ମୋତେ ଧନ୍ୟବାଦ ଜଣାଈ ନିଜର ବ୍ୟବସାୟ ଥିବାରୁ ଉଭୟଙ୍କ ଦାୟିତ୍ୱ ଦେଇ ଚାଲିଗଲେ।

ସେଦିନ ଠିକ ୯.୩୦ ବେଳକୁ ଉଭୟେ କାର୍ଯ୍ୟକ୍ଷେତ୍ରକୁ ଯିବାକୁ ବାହାରିଲୁ। ପ୍ରଥମ ଦିନ ସମୟପୁ୍ର୍ବରୁ ପହଂଚିବାକୁ ହେବ। ମୁ ମୋ ସାଇକଲ ପଛପଟ କେରିଅର ରେ ତାଙ୍କୁ ବସେଇ ସ୍କୁଲ ଅଭିମୁଖେ ଯାତ୍ରା ଆରମ୍ଭ କଲି । କିଛି ବାଟ ଗଲା ପରେ ସେ କହିଲେ 'ସାର ଆପଣଙ୍କ ନାମ ଏପର୍ଯ୍ୟନ୍ତ ଜାଣି ପାରିନଥିବାରୁ ଦୁଖିତ, ଆପଣଙ୍କ ନାମ ଜାଣିପାରେ କି? ମୁ -ଟିକେଶ୍ୱର ନାୟକ । ମୁ ମଧ୍ୟ ପଚାରିଲି ଦିଦି ଆପଣଙ୍କ ଶୁଭ ନାମ ଜାଣି ପାରେ କି, ଏଯାଏଁ ପଚାରି ନ ଥିବାରୁ ଦୁଖିତ। ସେ - ଅଙ୍କିତା ପ୍ରଧାନ। କାର୍ଯ୍ୟରେ ପ୍ରଥମ ଦିନ ବିଶେଷ ବାର୍ତାଳାପ ହୋଇନାହି ୧୦ ରୁ ୪ କେବଳ ଶିକ୍ଷାଦାନକୁ ହିଁ ଫୋକସ୍ କରିଥିଲୁ।

କାର୍ଯ୍ୟର ଦ୍ୱିତିୟ ଦିନ ୯.୩୦ ବେଳେ ମାଉସିଙ୍କଠୁ ଜାଣିବାକୁ ପାଇଲି ଯେ ଅଙ୍କିତା ଦିଦି ସ୍କୁଲ ଯିବାକୁ ୧୦ମିନିଟ ପୁର୍ବରୁ ଚାଲି ଚାଲି ବାହାରି ସାରିଲେଣି। କାହିଁକି କେଜାଣି ମୁ ଟିକିଏ ହର୍ଟ ହେଲି । ସାଇକଲରେ ତାଙ୍କୁ ପିଛା କରି ତାଙ୍କ ପାଖରେ ପହଂଚିଲି ଏବଂ କହିଲି ଦିଦି ଏତେ ବାଟ ଏମିତି ଚାଲିକି ଯିବେ ନା। ବସନ୍ତୁ ଯିବା। ସେ କହିଲେ ସାର ଆପଣ ମୋର ବହୁତ ଉପକାର କରିଛନ୍ତି। ମୁ ଆପଣଙ୍କ ଠାରେ ଚିର ୠଣି , ଆପଣଙ୍କ ଋଣ କେବେ ପରିଶୋଧ କରିପାରିବି ନାହି। ଆହୁରି ମୋତେ ୠଣି କରନ୍ତୁ ନାହି। ପୁଣି ଯଦି ଆପଣଙ୍କ ସହ ସାଇକଲ ରେ ପ୍ରତିଦିନ ଯାଏ ତା'ହେଲେ ଲୋକମାନେ ମିସଇଣ୍ଟରପ୍ରେଟ୍ କରିବେ। ମୁ ସାଇକଲକୁ ଗଡ଼ାଇ ଗଡ଼ାଇ ପାଦରେ ଚାଲୁଥାଏ। ସେ କଥା ଛଳରେ ତାଙ୍କ ଜୀବନ ବୃତାନ୍ତ କହିବାକୁ ଲାଗିଲେ, ମୋ ବୟ ଫ୍ରେଣ୍ଡ ଯୋଗୁଁ ଆଜି ମୋ ମାଁ ଓ ମୁ ଏପର୍ଯ୍ୟନ୍ତ ଆସିପାରିଛୁ। ମୁ ଆଶ୍ଚର୍ଯ୍ୟ ହୋଇ "ବୟ ଫ୍ରେଣ୍ଡ " । ସେ ପୁଣି କହିବା ଆରମ୍ଭ କରି କହିଲେ ହଁ ମୋ ବୟ ଫ୍ରେଣ୍ଡ ସେ ଦିନ ଯିଏ ଆମ ସହିତ ଆସିଥିଲେ " ବ୍ରହ୍ମାନନ୍ଦ ରାଉତ" ସେ ମୋ ବୟ ଫ୍ରେଣ୍ଡ୍ । ମୋ ମାଆ ଜଣେ ସ୍ୱାମୀ ପରିତ୍ୟକ୍ତା। ମୋ ବାପା ଦ୍ୱିତୀୟ ବିବାହ କରି ତାଙ୍କ ସ୍ତ୍ରୀ ପିଲାଙ୍କ ସହିତ ଖୁସିରେ ଅଛନ୍ତି । ଯଦିଓ ବାପା, ମୋର ଭଲ ମନ୍ଦ ବୁଝନ୍ତି କିନ୍ତୁ ମୁ ମୋ ସାବତ ମା'ଙ୍କ ଅତ୍ୟାଚାର ସହି ନ ପାରି ୧୦ମ ପରେ ମୋ ମା'ଙ୍କ ସହିତ ରହିବାକୁ ଚାଲି ଆସିଲି। ୨ ଅଧ୍ୟୟନ ସମୟରେ ବ୍ରହ୍ମାନନ୍ଦଙ୍କ ସହିତ ଦେଖା ହୋଇଥିଲା । ସେ ମୋ ମାଙ୍କ ସମ୍ପର୍କୀୟ । କିଛି ଦିନର ବନ୍ଧୁତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି଼ ଉଠିଲା । ସେ ମୋରାଲି /ଫାଇନାନ୍ସିଆଲି ଆମ ମାଁ ଝିଅଙ୍କୁ ବହୁତ ସାହାଯ୍ୟ କରନ୍ତି । ସେ ହିଁ ମୋତେ ଏତେ ବାଟ ଆସି ଚାକିରି କରିବାକୁ ଉତ୍ସାହିତ କଲେ। ସେ ହିଁ ମୋ ପ୍ରେରଣାର ଉତ୍ସ। ଆମେ ବିବାହ କରିଥାନ୍ତୁ କିନ୍ତୁ ଏ ପ୍ରସ୍ତାବରେ ମୋ ବାପା ରାଜି ନୁହନ୍ତି। ମୋ ମାଆ କୁହନ୍ତି ଯାହାହେଲେ ବି ସେ ତୋ ବାପା ତାଙ୍କ ସମ୍ମତି ବିନା ବିବାହ କରିବା ଅନୁଚିତ। ଅପେକ୍ଷା କର୍ ଦିନେ ନା ଦିନେ ତୋ ବାପା ସମ୍ମତି ପ୍ରକାଶ କରିବେ ଯେହେତୁ ବ୍ରହ୍ମା ଖରାପ ପିଲା ନୁହେ। ବ୍ରହ୍ମା ମଧ୍ୟ ଅପେକ୍ଷା କରିବାକୁ ସମ୍ମତି ଦେଲେ। କଥାରେ କଥାରେ କାର୍ଯ୍ୟକ୍ଷେତ୍ରକୁ ପହଂଚିଗଲୁ।

ମୁ ମନେ ମନେ ଭାବିଲି କାଁହିକି ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ଉ ଥିଲି। ମୁ ଜଣେ ଜନଜାତି ସଂପ୍ରଦାୟର ଗରିବ ଯୁବକ,ମୋ ରଙ୍ଗ କଳା ଏବଂ ମୋ ଗଠନ ଅସୁନ୍ଦର। ମୁ ଦୁରତା ବୃଦ୍ଧି କରିବାକୁ ଚେଷ୍ଟା କରେ। ତଥାପି ତାଙ୍କ ୪ କି ମି ପାଦରେ ଚାଲି ଚାଲି ଯିବା ମୋତେ ଆଦୌ ସହ୍ୟ ହୁଏ ନାହି। ତାଙ୍କ ଅନୁରୋଧ ପ୍ରକାରେ ଗୋଟିଏ ସପ୍ତାହ ମଧ୍ୟରେ ଗୋଟିଏ ୟୁଜଡ଼ ଲେଡି଼ସ୍ ସାଇକଲ ଯୋଗାଡ଼ କରିଦେଲି ଏବଂ ଦରମା ମିଳିଲେ ପଇସା ଦେବାକୁ ତାଙ୍କୁ କହିଲି , ସାଇକଲ ମାଲିକ ମଧ୍ୟ ଏହି ସର୍ତ୍ତରେ ରାଜି ହୋଇଗଲା।

ଉଭୟେ ସାଇକଲରେ ଯିବା ଆସିବା ଆରମ୍ଭ କଲୁ କିନ୍ତୁ ମୁ ସବୁବେଳେ ତାଙ୍କଠୁ ଦୁରେଇ ରହିବାକୁ ଚେଷ୍ଟା କରେ। ହୋଇପାରେ ଏହା ମୋ ତ୍ୟାଗ ଅବା ଅଭିମାନ ଅବା ଭଲପାଇବା। ମୁ ଯେତେ ଦୁରେଇବାକୁ ଚେଷ୍ଟା କରେ ହୁଏ କିନ୍ତୁ ଏହାର ସମ୍ପୁର୍ଣ ବିପରିତ। ବୋଧହୁଏ ମୋ ଦୁରତା ତାଙ୍କୁ ସହ୍ୟ ହୁଏ ନାହି ଅବା ସେ ଦିନର କଥାରେ ସେ ଗିଲ୍ଟ ଫୀଲ କରିବାକୁ ଲାଗିଲେ। ସେ ମୋର ଅଧିକରୁ ଅଧିକ ନିକଟତର ହେବାକୁ ଲାଗିଲେ। ଏକା ସାଥିରେ ୧୦ଟା ବେଳେ କାର୍ଯ୍ୟକୁ ଯିବା ପୁଣି ୪ଟା ବେଳେ ଫେରିବା, ଅବଶର ସମୟରେ କମନ ରୁମ୍ ରେ ବସି ଗପିବା ଇତ୍ୟାଦି,, ଇତ୍ୟାଦି,,। ତାଙ୍କ ବୟ ଫ୍ରେଣ୍ଡ୍ ମଝିରେ ମଝିରେ ଆସନ୍ତି ମୋ ସହିତ ବି ଦେଖା କରନ୍ତି। ସେ ଯଦି ବ୍ରହ୍ମାଙ୍କ ଫୋନ୍ ରିସିଭ୍ ନ କରନ୍ତି ତା'ହେଲେ ବ୍ରହ୍ମା ମୋତେ ଫୋନ୍ କରିନ୍ତି। ଉଭୟଙ୍କ ମଧ୍ୟରେ ଯଦି କେବେ ମନମାଳିନ୍ୟ ହୁଏ ତା'ହେଲେ ମୁ ମଧ୍ୟସ୍ତତା କରି ସମାଧାନ କରେ। ମୋତେ କିନ୍ତୁ ଲାଗେ ଅଙ୍କିତା ଦିଦି ତାଙ୍କ ବୟ ଫ୍ରେଣ୍ଡଙ୍କଠାରୁ ମୋତେ ଅଧିକ ଗୁରୁତ୍ୱ ଦିଅନ୍ତି। କାରଣ ମୁ ଯେତେବେଳେ ତାଙ୍କ ସହ ଥାଏ ସେ ଆଦୌ ତାଙ୍କ ବୟ ଫ୍ରେଣ୍ଡଙ୍କ ଫୋନ୍ ରିସିଭ୍ କରନ୍ତି ନାହି। ଯଦିବି ରିସିଭ୍ କରନ୍ତି ତାହେଲେ ବ୍ୟସ୍ତ ଅଛି, କ୍ଲାସରେ ଅଛି କହି କାଟିଦିଅନ୍ତି।

ସମୟ କ୍ରମେ ଆମ ବନ୍ଧୁତ୍ୱର ଗଭିରତା ସବୁ ସିମାକୁ ଟପି ଗଲା। ଗ୍ରୀଷ୍ମ, ବର୍ଷା, ଶୀତ, ବସନ୍ତ ସେଠାକାର ବୃକ୍ଷ ଲତା ମାଟି ପାଣି ପବନ ଆଦି ଅାମ ପ୍ରେମ/ବନ୍ଧୁତ୍ୱର ମୁକ ସାକ୍ଷୀ ପାଲଟିଗଲେ। ଏପ୍ରିଲ ମାସର ସକଳୁଆ ସ୍କୁଲ ହେଉ ଅବା ଜୁଲାଇ/ଅଗଷ୍ଟର ବର୍ଷା ଭିଜା କାଦୁଅ ପଚ ପଚ ରାସ୍ତା ଅବା ଡିସେମ୍ବର/ଜାନୁଆରି ରେ ଶନିବାର ଦିନର ଘନ କୁହୁଡ଼ି ପୁର୍ଣ ଶୀତ ସକାଳ ପ୍ରତ୍ୟେକ ପରିସ୍ଥିତିରେ ଉଭୟେ ଉଭୟଙ୍କ ସାଥିରେ। ଏତଦବ୍ୟତିତ ସ୍କୁଲ ସମୟ ପରେ ଫୋନ୍ ରେ ଘଣ୍ଟା ଘଣ୍ଟା ଧରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଗପିବା, ହ୍ୱାଟସ୍ ଏପ୍ ରେ ଚ୍ୟାଟ୍ କରିବା। ଦିନେ ଦିନେ ଚ୍ୟାଟ୍ କରୁ କରୁ ପାହାନ୍ତିଆ ୪ ମଧ୍ୟ ବାଜିଯାଏ।

ଉଭୟେ ଉଭୟଙ୍କୁ ଛାଡ଼ି ମୁହୁର୍ତ୍ତେ ମଧ୍ୟ ରହିବା ଆମ ପକ୍ଷରେ ଅସମ୍ଭବ ଥିଲା। ତଥାପି ସେ ତାଙ୍କ ବୟ ଫ୍ରେଣ୍ଡ କୁ କେବେ ଅନାଦର କିମ୍ବା ଅଶ୍ୱୀକାର କରନ୍ତି ନାହି। ଇତି ମଧ୍ୟରେ ମୁ ଅଣତାଲିମପ୍ରାପ୍ତ ଶିକ୍ଷକ ହୋଇଥିବାରୁ ମୁ ଡିପାର୍ଟମେନ୍ଟଲି ଡିଷ୍ଟାନସ୍ ସି.ଟି ଟ୍ରେନିଂ ରେ ନାମ ଲେଖାଇଲି । ଅଙ୍କିତା ଦିଦି ପୁର୍ବରୁ ତାଲିମ ପ୍ରାପ୍ତ ଏବଂ ଅଭିଜ୍ଞ ହୋଇଥିବାରୁ ସେ ମୋତେ ମୋର ପାଠ୍ୟକ୍ରମରେ ସାହାଯ୍ୟ କରନ୍ତି। ମୋର ଟ୍ରେନିଂ ସରିବା ପରେ ଉଭୟେ ଅଣଗ୍ରାଜୁଏଟ୍ ହୋଇଥିବାରୁ ଦୁରସ୍ଥ ଶିକ୍ଷା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବି.ଏ. ପାଠ୍ୟକ୍ରମରେ ଦାଖିଲ ହେଲୁ। ପରିକ୍ଷା ସମୟରେ ଏକ ସପ୍ତାହ ପ୍ରାୟ ବ୍ରହ୍ମପୁର ରେ ରହୁ। ମୁ ହଟେଲରେ ରୁହେ ସେ ତାଙ୍କ ସମ୍ପର୍କିୟ ଘରେ ରୁହନ୍ତି। ରହଣି ମଧ୍ୟରେ ବିଭିନ୍ନ ପାର୍କ, ସପିଙ୍ଗ ମଲ୍, ରେଷ୍ଟ୍ୟୁରାଣ୍ଟ ଭ୍ରମଣ କରୁ। ଗୋଟିଏ ରବିବାର ଦିନ ଗୋପାଳପୁର ବେଳାଭୁମି ଭ୍ରମଣ କରିବାକୁ ମନସ୍ତ କଲୁ । ସେଦିନର ଅନୁଭୁତି ଥିଲା ସମ୍ପୁର୍ଣ ନିଆରା । ସମୁଦ୍ର ସ୍ନାନ ହେଉ ବା ବାଲୁକା ଭୁମିରେ ଶିଶୁ ମାନଙ୍କ ପରି ନିଜ ପାଦକୁ ବାଲିରେ ପୋତି ବାଲି ଘର ନିର୍ମାଣ ଇତ୍ୟାଦି । ସେଦିନ ନିଜ ନିଜକୁ ଭୁଲି ଯାଇଥିଲୁ ଯେ ଆମେ କେବଳ ବନ୍ଧୁ ବୋଲି। କିଛି କ୍ଷଣ ପାଇଁ ଅତି ନିକଟତର ହୋଇଯାଇଥିଲୁ କିନ୍ତୁ ସମୟ ପୁର୍ବରୁ ନିଜ ନିଜକୁ ସଂଯତ କରିନେଲୁ।

ଆମ ମଧ୍ୟରେ ଏତେ ମିଳାମିଶା ଥିଲେ ମଧ୍ୟ ଅଙ୍କିତା ଦିଦି ଆମ ପ୍ରେମକୁ କେବେ ମଧ୍ୟ ସୀକୃତୀ ଦିଅନ୍ତି ନାହି। ଆମ ସମ୍ପର୍କ କୁ କେବଳ ବେଷ୍ଟ ଫ୍ରେଣ୍ଡର ହିଁ ଆକ୍ଷା ଦିଅନ୍ତି । ମୁ ବହୁତ ଥର ମୋ ମନର ଭାବନାକୁ ପ୍ରକାଶ କରିବାକୁ ଚେଷ୍ଟା କରିଛି ଏବଂ ବିଫଳ ହିଁ ହେଇଛି। ସେ କୁହନ୍ତି ଆମେ ବେଷ୍ଟ ଫ୍ରେଣ୍ଡ ହେଇକି ସବୁଦିନ ରହିବା। ମୁ ବ୍ରହ୍ମାଙ୍କୁ (ବୟ ଫ୍ରେଣ୍ଡ) ଯିଏକି ମୋତେ ଏତେ ଦିନ ଧରି ଅପେକ୍ଷା କରି ରହିଛନ୍ତି ତାଙ୍କ ପ୍ରତି ବିଶ୍ୱାସଘାତକତା କରି ପାରିବି ନାହି। ମୁ ନିରୁତ୍ତର ହୋଇ ନିଜକୁ ବେଷ୍ଟ ଫ୍ରେଣ୍ଡ ସ୍ଥାନରେ ହିଁ ରଖିଦିଏ।

ଇତି ମଧ୍ୟରେ ୬ ବର୍ଷ ପୁରଣ ହୋଇ ଆମେ ରେଗୁଲାର ବା ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ଭାବରେ ପରିଗଣିତ ହେଲୁ । ବର୍ତ୍ତମାନ ମୋଟା ଅଙ୍କର ଦରମା ମଧ୍ୟ ପାଇବାକୁ ଲାଗିଲୁ। ଉଭୟଙ୍କ ମଧ୍ୟରେ ଦାମି ଉପହାର ର ମଧ୍ୟ ଏକ୍ସଚେଂଜ୍ ହେବାକୁ ଲାଗିଲା । ଦାମି ଉପହାର ମାନଙ୍କ ମଧ୍ୟରୁ ସେ ମୋତେ ଗୋଟେ ସୁନା ମୁଦି ଦେଇଥିଲେ ଯାହାକି ଆଜିବି ମୋ ହାତରେ ସଭା ପାଉଛି। ମୁ ମଧ୍ୟ ତାଙ୍କୁ ଗୋଟିଏ ଡାଇମଣ୍ଡ ରିଙ୍ଗ ଉପହାର ଦେଇଥିଲି। ମୁ ସାଇକଲ ଛାଡି଼ ବର୍ତ୍ତମାନ ବାଇକ୍ ରେ ସ୍କୁଲକୁ ଯାଏ । ସେ ମଧ୍ୟ ସ୍କୁଟି ରେ ଆସନ୍ତି। ତଥାପି ଆମ ମଧ୍ୟରେ ଯେଉଁ ସମ୍ପର୍କ ଥିଲା ଆଜିବି ଠିକ ସେମିତି ହିଁ ଅଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନରେ ଗପିବା ଅବା ଚ୍ୟାଟ୍ କରିବା ଇତ୍ୟାଦି। କେବଳ ବଦଳି ଯାଇଛି ଆମ ସ୍ଟାଟସ୍ ।

ମୁ ରେଗୁଲାର ହୋଇଯାଇଥିବାରୁ ସମସ୍ତ ବାପା ମାଆଙ୍କ ଭଳି ମୋ ବାପା ମାଆ ବଡ଼ ଭାଇ ମଧ୍ୟ ମୋ ବିବାହ ପାଇଁ ଝିଅ ଦେଖିବା ଆରମ୍ଭ କଲେ। ଏହି ବିଷୟରେ ଯେତେବେଳେ ଜାଣିଲି ମୁ ପୁନଃର୍ବାର ଅଙ୍କିତାଙ୍କୁ ମୋ ଭଲପାଇବା ପ୍ରକଶ କଲି ଯେହେତୁ ମୁ ତାଙ୍କୁ ବହୁତ ଭଲପାଉଥିଲି ଏବଂ ତାଙ୍କୁ ହାତ ଛଡ଼ା କରିବାକୁ ଚାହୁଁ ନ ଥିଲି କିନ୍ତୁ ସେ ସେହି ଚିରାଚରିତ ଢଙ୍ଗରେ ବେଷ୍ଟ ଫ୍ରେଣ୍ଡ ଇତ୍ୟାଦି କହି କଥାଟିକୁ ଟାଳି ଦେଲେ। ମୁ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ମନକୁ ବୁଝାଇ ମୁ ମୋ ବାପା ମା ଓ ବଡ଼ ଭାଇ ସହିତ ଗୋଟିଏ ରବିବାର ଦିନ ଝିଅ ଦେଖିବାକୁ ଗଲି । ଝିଅ ଏଜୁକେଟେଡ୍ ଏବଂ ସଂସ୍କାରୀ ଥିଲା। ଉଭୟେ ଉଭୟଙ୍କୁ ପସନ୍ଦ କଲୁ ଏବଂ ଉଭୟଙ୍କ ପରିବାର ମଧ୍ୟ ସମ୍ମତି ପ୍ରକାଶ କଲେ । ମେରେଜ୍ ଡେଟ୍ ମଧ୍ୟ ଫିକ୍ସ୍ ହୋଇଗଲା। ତା ପର ଦିନ ବିଦ୍ୟାଳୟରେ ସମସ୍ତ ସହକର୍ମି ମାନେ ମୋତେ ଶୁଭେଚ୍ଛା ଜଣାଉଥାନ୍ତି। ମୋର ବିବାହ ଫିକ୍ସ ଘଟଣାଟି ଅଙ୍କିତା ଏପର୍ଯ୍ୟନ୍ତ ଜାଣି ନ ଥାନ୍ତି। ଯେତେବେଳେ ଏଇ ବିଷୟରେ ଜାଣିଲେ ତାଙ୍କ ମୁହ ମଳିନ ପଡିଗଲା। ମଧ୍ୟାନ ଭୋଜନ ମଧ୍ୟ କଲେ ନାହି। କମନରୁମ ରେ ବସି କାନ୍ଦିବା ଆରମ୍ଭ କଲେ। ସମସ୍ତ ସହକର୍ମି ମାନେ କଣ ହୋଇଛି ବୋଲି ପଚାରିଲେ କିନ୍ତୁ କାହାରିକୁ କିଛି ଉତ୍ତର ଦେଲେ ନାହିଁ। ପରିଶେଷରେ ମୋତେ ଡକାଗଲା। କାରଣ ସମସ୍ତେ ଜାଣନ୍ତି ଆମ ଦୁଇଜଣଙ୍କ ମଧ୍ୟରେ ଥିବା ମିଷ୍ଟ୍ରି । କେହି କେବେ ସିଧାସଳଖ କୁହନ୍ତି ନାହି କାରଣ ଏହା ମଧ୍ୟ ଜାଣନ୍ତି ଯେ ଅଙ୍କିତା ଦିଦିଙ୍କ ବୟ ଫ୍ରେଣ୍ଡ ଅଛି ଏବଂ ସେମାନେ ବିବାହ କରିବେ। ମୁ ଯେତେବେଳେ କମନରୁମକୁ ଗଲି ସମସ୍ତେ ବାହାରକୁ ଚାଲିଗଲେ। ମୁ ଯେତେବେଳେ କାନ୍ଦିବାର କାରଣ ପଚାରିଲି। ମୁ ତାଙ୍କ ଉଗ୍ର ରୁପ ଦେଖିଲି । ସେ କହିବାକୁ ଲାଗିଲେ ମୋ ସହିତ ଆପଣ ଏମିତି କାହିଁକି କରୁଛନ୍ତି, ମୋତେ ସମସ୍ତେ ଦୁଖଃ ହିଁ ଦେଇଛନ୍ତି। ଆପଣ ବା ବାଦ ପଡି଼ିଥାନ୍ତେ କାହିଁକି ଇତ୍ୟାଦି,, ଇତ୍ୟଦି,,। ଟେବୁଲ ଉପରେ ଥିବା ମୋର ଟିଚରସ୍ ନୋଟ କୁ ରାଗରେ ତମ ତମ ହୋଇ ଚିରି ଫପାଡି଼ ଦେଲେ ଏବଂ ମୋତେ ଠେଲି ଦେଇ ବାହାରକୁ ଚାଲି ଗଲେ ଏବଂ ନିଜ ସ୍କୁଟିରେ ଘରକୁ ଚାଲିଗଲେ। ପ୍ରଧାନ ଶିକ୍ଷକ ଏହି ସବୁ ଘଟଣା ଅବଗତ ହୋଇ ଏଇ ଦୁଇଜଣଙ୍କୁ ବାହା କରି ଦେବା ଉଚିତ ବୋଲି ମନ୍ତବ୍ୟ ଦେଲେ।

ଆମ ଦୁଇ ଜଣଙ୍କର ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ ରେ ବାର୍ତାଳାପ କରିବା ଅଭ୍ୟାସ ରେ ପରିଣତ ହୋଇଯାଇଛି। ସେଦିନ ମଧ୍ୟ ତାଙ୍କ ନମ୍ବରକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁତ ଥର ଚେଷ୍ଟା କଲି କିନ୍ତୁ ପ୍ରତ୍ୟେକ ଥର ସ୍ୱିଚ୍ ଅଫ୍ ହିଁ ପାଇଲି। ତା'ପର ଦିନ ସ୍କୁଲ ମଧ୍ୟ ଆସିଲେ ନାହିଁ ଫୋନ୍ ମଧ୍ୟ ସ୍ୱିଚ୍ ଅଫ୍ । ମୁ ବ୍ୟସ୍ତ ବିବ୍ରତ। ଏମିତି ତିନି ଦିନ ପର୍ଯ୍ୟନ୍ତ କାର୍ଯ୍ୟରେ ଅନୁପସ୍ଥିତ ରହିଲେ। ତୃତୀୟ ଦିନ ବାଧ୍ୟ ହୋଇ ତାଙ୍କ ଘରକୁ ଗଲି ଏବଂ ମାଉସିଙ୍କୁ ପଚାରିଲି ଅଙ୍କିତା ଦିଦି କାହିଁକି ସ୍କୁଲ ଆସୁ ନାହାନ୍ତି କ'ଣ ତାଙ୍କ ଦେହ ଭଲ ନାହି କି । ମାଉସି କହିଲେ କଣ ହେଲା କେଜାଣି ନା ଭଲରେ କଥା ହଉଚି ନା କିଛି ଖାଉଚି କହି ଅଙ୍କି ଅଙ୍କି ସାର ଆସିଛନ୍ତି କହି ଡାକିଲେ । ସେ ବାହାରକୁ ଠିକ ସେମିତି ଦୁଖଃପୁର୍ଣ ଚାହାଣିରେ ଆସିଲେ । ମୁ ଧିର ଗମ୍ଭୀର ସ୍ୱର ରେ କହିଲି ପ୍ଲିଜ୍ ଖିଆ ପିଆ କରନ୍ତୁ ଏମିତି ନିଜକୁ କଷ୍ଟ ଦିଅନ୍ତୁନି, ଫନ ସ୍ୱିଚ୍ ଅନ କରନ୍ତୁ , ଆପଣ ଯାହା ଚାହିଁବେ ସେଇଆ ହିଁ ହବ।

ରାତିରେ ସ୍ୱିଚ ଅନ କଲେ କିନ୍ତୁ ବାର୍ତାଳାପ କଲେ ନାହି କେବଳ ଚ୍ୟାଟ୍ କଲେ। କହିଲେ ମୁ ଆପଣଙ୍କ ବିନା ବଂଚି ପାରିବି ନାହି । ଆପଣ ଯଦି ଆଉ କାହାକୁ ବାହା ହେବେ ତା'ହେଲେ ମୁ ମରିଯିବି। ମୁ ତାଙ୍କ ସବୁ ପ୍ରସ୍ତାବରେ ରାଜି । ପୁଣି କହିଲେ ଯଦି ମୁ ଆପଣଙ୍କୁ ବାହା ହୁଏ ତ'ହେଲେ ସମସ୍ତେ ମୋତେ ବେଇମାନ ବେଇମାନ ବୋଲି କହିବେ। ତେଣୁ ଆମେ ଜହ୍ନ କୁ ଚାଲିଯିବା ସେଇଠି ଘର କରି ରହିବା ଯୋଉଠି କି କୌଣସି ମନୁଷ୍ୟର ପହଂଚ ନ ଥିବ କିମ୍ବା ଏମିତି ଗୋଟେ ସ୍ଥାନକୁ ଯାଇ ରହିବା ଯୋଉଠି କି ଆମକୁ କେହି ଜାଣିନ ଥିବେ। ମୁ ତାଙ୍କ ସବୁ କଥାରେ ସମ୍ମତି ଜଣାଇଲି । ତା ପର ଦିନଠୁ ସେ ସ୍କୁଲ ଆସିବା ଆରମ୍ଭ କଲେ । କିନ୍ତୁ ତାଙ୍କ ମୁଖରେ ନ ଥିଲା ସେହି ସତେଜତା। ବୋଧହୁଏ ହସିବା ସମ୍ପୁର୍ଣ ଭୁଲି ହିଁ ଗଲେ।

ମୁ ଯୋଜନା କଲି ତାଙ୍କ ଇଛା ପ୍ରକାରେ ତାଙ୍କୁ ନେଇ କେଉଁଠି ଚାଲିଯିବାକୁ ଯେଉଁଠି କି ଆମକୁ କେହି ଚିହ୍ନି ଜାଣି ନ ଥିବେ । ଗୋଟିଏ ମାସ ପାଇଁ ଉଭୟେ ମେଡିକାଲ ଲିଭ୍ ନେଇଯିବା ଏବଂ ସେହି ସମୟ ମଧ୍ୟରେ ଅନ୍ୟତ୍ର ବଦଳି ପାଇଁ ଚେଷ୍ଟା କରିବା। ମୋ ବଡ଼ ଭାଇ କୁ ମଧ୍ୟ ମୋ ଯୋଜନା ବିଷୟରେ ଜଣାଇଲି । ମୋ ଭାଇ ଏତିକି କହିଲା ତାର ତ ବ୍ରହ୍ମା ସହିତ ଚାଲିଛି, ତୋତେ ଯାହା ଠିକ ଲାଗୁଛି ସେଇଆ କର୍ । ମୁ ଯୋଜନା କଲି ଏବଂ ଅଙ୍କିତାଙ୍କୁ ମୋ ସହିତ ଯିବାକୁ କହିଲି ସେ କିନ୍ତୁ କୌଣସି ବଳିଷ୍ଟ ନିଷ୍ପତି କିମ୍ବା ପଦକ୍ଷେପ ନେଇପାରିଲେ ନାହି । ଗୋଟିଏ କଥା ହିଁ କହିଲେ ବ୍ରହ୍ମା ମୋ ପାଇଁ ଏତେ ଦିନ ଧରି ଅପେକ୍ଷା କରି ରହିଛନ୍ତି । ସମସ୍ତେ ମୋତେ ବେଇମାନ ବେଇମାନ କହିବେ। ମୋର ବିବାହର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ମୁ ଅପେକ୍ଷା କଲି କିନ୍ତୁ ସେ କୌଣସି ବଳିଷ୍ଟ ପଦକ୍ଷେପ ନେଲେ ନାହି । ପରିଶେଷରେ ଅଶ୍ରୁ ଝରାଈ, ମୋର ଶୁଭ ମନାସି, ମୋତେ ଆଲିଙ୍ଗନ କରି ନିଜ ଭଲ ପାଇବାକୁ ତ୍ୟାଗ କରିଦେଲେ।

ପାରମ୍ପରିକ ବିବାହରେ "ଟିକା" ସମୟ। ବର ବଧୁ ଙ୍କୁ ବେଦିରେ ଉପହାର ଦେବା ସହିତ ହଳଦି ଚାଉଳକୁ ବର ବଧୁଙ୍କ କପାଳରେ ଲଗେଇବା ପ୍ରଥାକୁ ଆଦିବାସି ଅଧ୍ୟୁସିତ ଅବିଭକ୍ତ କୋରାପୁଟ ଅଂଚଳରେ "ଟିକା" ବୋଲି କୁହାଯାଏ। ମୋର ସମସ୍ତ ସହକର୍ମି ମାନଙ୍କ ସହିତ ଅଙ୍କିତା ଦିଦି ମଧ୍ୟ ନିମନ୍ତ୍ରିତ ହୋଇଥାନ୍ତି। ଆଂଚଳିକ ବାଦ୍ୟସହିତ ନୃତ୍ୟ ଚାଲିଥାଏ। ଆମେ ବର ବଧୁ ବେଦିରେ ବସିଥାଉ। ଅତିଥିମାନେ ଉପହାର ଓ ଆଶୀର୍ବାଦ ଦେଇ ଯାଉଥାନ୍ତି । ଅଙ୍କିତା ଦିଦି ମଧ୍ୟ ଆସି ଟିକା ଦେଲେ ଏବଂ ପାଗେଳିଙ୍କ ଭଳି ମୋର ଫୋଟ ବିଭିନ୍ନ ଏଙ୍ଗେଲରୁ କ୍ଲିକ୍ କରି ଚାଲିଥିଲେ। ମହିଳା ସହକର୍ମି ମାନେ କନିଆର ଏବଂ ଅଙ୍କିତା ମ୍ୟାଡମଙ୍କର ଫେସ୍ ମିସୁଛି ବୋଲି ତାସ୍ସଲ୍ୟ କରୁଥାନ୍ତି। ମୋ ବିବାହ ପରେ ସେ ଲମ୍ବା ଛୁଟି ନେଇ କେଉଁ ଆଡେ଼ ଉଭାନ ହୋଇଗଲେ। ତାଙ୍କୁ ବହୁତ ଥର ଫୋନ କଲି, ସେ ଥରେ ମାତ୍ର ରିସିଭ୍ କରି 'ଆପଣ ବହୁତ ସେଲଫିସ୍ ସାର' ଏତିକି କହି ଫୋନ କାଟିଦେଲେ ଏବଂ ସ୍ୱିଚ୍ ଅଫ କରିଦେଲେ । ଏହା ପରେ ପୁଣି ବହୁତ ଥର ଫୋନରେ ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରିଛି କିନ୍ତୁ ବିଫଳ ହୋଇଛି । କିଛି ଦିନ ପରେ ମୁ ଶୁଣିବାକୁ ପାଇଲି ଯେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି ଏବଂ ସେ ବ୍ରହ୍ମା ବାବୁ ଅର୍ଥାତ ତାଙ୍କ ବୟ ଫ୍ରେଣ୍ଡଙ୍କୁ ବିବାହ କରିଛନ୍ତି। ଗୋଟିଏ ବର୍ଷପରେ ମୁ ଓଡ଼ିଶା ରେଭନ୍ୟୁ ସର୍ଭିସ ପରିକ୍ଷାରେ ଉତ୍ତୀର୍ଣ ହୋଇ ସୁଦୁର ସୁନ୍ଦରଗଡ଼ ଜିଲ୍ଲାରେ ଏଡି଼ସନାଲ ତହସିଲଦାର ଭାବରେ ଅବସ୍ଥାପିତ ହେଲି । ସମୟକ୍ରମେ ଅଙ୍କିତାକୁ ଭୁଲି ଉତ୍ତମ ସ୍ୱାମୀର ଭୁମିକା ନିଭାଇବାକୁ ଲାଗିଲି।

ଇତି ମଧ୍ୟରେ ମୋର ବିବାହର ୧୨ ବର୍ଷ ବିତିଯାଇଛି ମୋ ଝିଅ ମିଷ୍ଟି 6th standard ପାସ୍ କରି 7th କୁ ଯାଇଛି। ମିଷ୍ଟିକୁ ପ୍ରମିସ୍ କରିଥିଲି ଯେ ଯଦି ସେ କ୍ଲାସରେ ଫାଷ୍ଟ ହୁଏ ତା'ହେଲେ ଏହି ସମର ଭେକେସନରେ ତାକୁ ଓ ତା ମାମାକୁ ସିଙ୍ଗାପୁର ଟ୍ରିପରେ ନେଇଯିବି। ମିଷ୍ଟି ୯୯% ରଖି 6th କ୍ଲାସ୍ ରେ ପ୍ରଥମ ସ୍ଥାନ ଅଧିକାର କରିଛି। ମୋ ଅଜାଣତରେ ମାଆ ଝିଅ ସିଙ୍ଗାପୁର ଟୁର ପେକେଜ୍ ମଧ୍ୟ ବୁକ କରି ସାରିଥାନ୍ତି। ମୋ ପାଖରେ ଆଉ କୌଣସି ଏକ୍ସକ୍ୟୁଜ୍ ନାହି। ଯେମିତି ହେଲେ ସିଙ୍ଗାପୁର ଟ୍ରିପରେ ଯିବାକୁ ପଡିବ। ସିଙ୍ଗାପୁର ଯାତ୍ରା ମଧ୍ୟରେ କ୍ୱାଲାଲାମପୁର ଅନ୍ତଃର୍ଜାତୀୟ ବିମାନ ବନ୍ଦର ରେ ୪ ଘଣ୍ଟାର ଲେୟଓଭର୍ ଥାଏ। ସେଠାରେ ଅଙ୍କିତା ଏବଂ ତାଙ୍କ ପରିବାର ମାନେ ଅଙ୍କିତା, ବ୍ରହ୍ମା ବାବୁ ଏବଂ ମୋ ଝିଅ ବୟସର ଗୋଟିଏ ପୁଅ ଭୁବନେଶ୍ୱର ଫେରିବା ନିମନ୍ତେ ଫ୍ଲାଇଟ୍ ଅପେକ୍ଷାରେ ଥଆନ୍ତି । ସେମାନେ ବାଲି ଟ୍ରିପରେ ଯାଇଥିଲେ ଏବଂ ଫେରିବା ସମୟରେ ଏଠାରେ ତାଙ୍କର ଲେୟଓଭର ଥାଏ। ଅଙ୍କିତା ଓ ମୋ ମଧ୍ୟରେ ଦୀର୍ଘ ସମୟ ଧରି ବାର୍ତାଳାପ ହେଲା। ତାଙ୍କ ଆଙ୍ଗୁଠିରେ ମୁ ଉପହାର ଦେଇଥିବା ସେହି ରିଙ୍ଗ ଦେଖି ମୋତେ ବହୁତ ଖୁସି ଲାଗିଲା। ଆଜି ପାଗେଳି ଭଳି ମୋ ପିକ୍ ବିଭିନ୍ନ ଡାଇମନସେନ ରୁ ଆଉ ନେଲେ ନାହି କେବଳ ମୋ ଫାମିଲି ସହିତ ଗୋଟିଏ ସେଲ୍ଫି ଏବଂ ମୋ ସହିତ ଗୋଟିଏ। ମୁ ମଧ୍ୟ ତାଙ୍କ ଫ୍ୟାମିଲି ସହିତ ଗୋଟିଏ ସେଲ୍ଫି ନେଲି। ଆଜି ମୋ ଶ୍ରିମତି ମଧ୍ୟ ଇର୍ଶା କଲେ ନାହି। ଅଙ୍କିତାଙ୍କ ସହିତ କଥାବାର୍ତା କରି ଜାଣି ପାରିଲି ବ୍ରହ୍ମା ବାବୁ ବ୍ୟବସାୟରେ ବହୁତ ଉନ୍ନତି କରିଛନ୍ତ ଏବଂ ତାଙ୍କୁ ବହୁତ ଖୁସିରେ ରଖିଛନ୍ତି। କଥାବାର୍ତା କରୁ କରୁ ଆମ ବର୍ଡିଙ୍ଗ ଟାଇମ୍ ହେଇଗଲା । ଏମିତି ଖୁସିରେ ସବୁବେଳେ ରୁହନ୍ତୁ ବୋଲି ଶୁଭକାମନା ଜଣାଇ ଆମେ ବିଦାୟ ନେଲୁ। ଈତି ମଧ୍ୟରେ ମୋ ସ୍ତ୍ରୀ ଏବଂ ଅଙ୍କିତା ହ୍ୱାଟସଆପ୍ ନମ୍ବର ମଧ୍ୟ ଏକ୍ସଚେଂଜ୍ କରି ସାରିଥାନ୍ତି । ଉଭୟେ ଉଭୟଙ୍କ ଟ୍ରିପର ପିକ୍ , ଫେମିଲି ପିକ ସେୟାର କରନ୍ତି । ତାଙ୍କ ଖୁସି ଦେଖି ମୁ ମଧ୍ୟ ଖୁସି ହୁଏ।


Rate this content
Log in

Similar oriya story from Romance