ତୁଳସୀ ଦାସଙ୍କ ରାମ ଚରିତ ମାନସ
ତୁଳସୀ ଦାସଙ୍କ ରାମ ଚରିତ ମାନସ
ତୁଳସୀ ଦାସ ଯେତେବେଳ "ରାମ ଚରିତ ମାନସ" ଲେଖିଲେ,ସେତେବେଳେ ଜଣେ ଜିଜ୍ଞାସୁ ତୁଳସୀ ଦାସଙ୍କୁ ପଚାରିଲେ,ବାବା, ଆପଣ ଲେଖିଥିବା ପ୍ରସଙ୍ଗ ସମ୍ପୂର୍ଣ୍ଣରୁପେ ରାମଙ୍କର ବିଷୟବସ୍ତୁ ଉପରେ ଆଧାରିତ,ତଥାପି ଆପଣ ଏହାକୁ ରାମାୟଣ ନାମ ନ ରଖି ରାମ ଚରିତ ମାନସ କାହିଁକି ରଖିଲେ ? ପ୍ରକୃତରେ ରାମାୟଣ ଏବଂ ରାମ ଚରିତ ମାନସ ମଧ୍ୟରେ ତଫାତ କଅଣ?
ତୁଳସୀ ଦାସ ଉତ୍ତର ଦେଲେ, ଉଭୟଙ୍କର ବିଷୟବସ୍ତୁ ରାମ ହେଲେ ମଧ୍ଯ ରାମାୟଣ ଏବଂ ରାମ ଚରିତ ମାନସ ମଧ୍ୟରେ ଅନେକ ଫରକ ରହିଅଛି।ରାମାୟଣର ଅର୍ଥ ହେଉଛି, ରାମଙ୍କ ଘର,ଯେତେବେଳେ ଆମେ ମନ୍ଦିରକୁ ଯିବା ,ଆମକୁ ଏକ ନିର୍ଦ୍ଦିଷ୍ଟ ସମୟରେ ଯିବାକୁ ପଡିବ, ଜଣେ ମନ୍ଦିରକୁ ଯିବାକୁ ହେଲେ ଗାଧୋଇବାକୁ ପଡିବ, ମନକୁ ସଫା ରଖିବାକୁ ପଡିବ, ଖାଲି ହାତରେ ନ ଯାଇ ସାଙ୍ଗରେ କିଛି ଫୁଲ ଏବଂ ଫଳ ନେବାକୁ ପଡିବ | ମନ୍ଦିରକୁ ଯିବାବେଳେ ମନକୁ ଉଭୟ ମାନସିକ ଏଵଂ ଶାରୀରିକ ଦୃଷ୍ଟିରେ ପରିଷ୍କାର ହେବାକୁ ପଡ଼ିବ।
ମାନସର ଅର୍ଥ ସରୋବର, ସରୋବରରେ ସେପରି କୌଣସି ସର୍ତ୍ତ ନାହିଁ, ସମୟ ସୀମା ନାହିଁ, ଜାତିର କୌଣସି ବାଧକ ନାହିଁ, ଯେ କୌଣସି ବ୍ୟକ୍ତି ସରୋବରରେ ଗାଧୋଇ ପାରିବେ, ସେ କିଏ ହୁଅନ୍ତୁ ନା କାହିଁକି । ଯେତେବେଳେ ଜଣେ ବ୍ୟକ୍ତି ମଇଳା ହୁଏ, ସେ ହ୍ରଦ କିମ୍ବା ସରୋବରରେ ଗାଧୋଇବାକୁ ଯାଏ | ସିଏ ଯେ କୌଣସି ସମୟରେ ଗାଧୋଇବାକୁ ଯାଇପାରେ, ଏଥିରେ କୌଣସି ନିର୍ଦ୍ଦିଷ୍ଟ ସମୟ କିମ୍ବା ନିୟମ ନାହିଁ। ଯେପରି ଏକ ଛୋଟ ଛୁଆ ଯେତେ ଅସନା ହେଲେ ମଧ୍ଯ ଯେ କୌଣସି ସମୟରେ ସେ ନିଜର ମାଆର କୋଳରେ ବସିପାରେ |
ତେଣୁକରି ଯିଏ ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ହୋଇ ସାରିଛି, ଅର୍ଥାତ୍ ରାମମୟ ହୋଇ ସାରିଛି,ସେ ରାମାୟଣକୁ ଯିବାର ହକଦାର ଅଟେ,କିନ୍ତୁ ସେଠାକୁ ଯିବାକୁ ହେଲେ ପ୍ରଥମେ ରାମମୟଯୁକ୍ତ ସରୋବରରେ ସ୍ନାନ କରି ନିଜକୁ ରାମଭକ୍ତିରେ ଲୀନ ହେବାକୁ ପଡ଼ିବ।ଯେପରି ଘରର ରଙ୍ଗ କରିବାକୁ ହେଲେ ଆମେ ପ୍ରଥମେ କାନ୍ଥରେ ଏକ ସିଡି ପକାଇ ଥାଉ , ସିଡିର ପ୍ରଥମ ପାହାଚରୁ ଧୀରେ ଧୀରେ ଉପରକୁ ଯାଇଥାଉ,ଠିକ୍ ସେହିପରି ରାମ ଚରିତ ମାନସ ମଧ୍ଯ ରାମଙ୍କର କରୁଣାପ୍ରାପ୍ତିର ଏକ ସିଡି ସଦୃଶ। ରାମ ଦର୍ଶନ ଏଵଂ ରାମ ମିଳନର ଏକ ସିଡି "ରାମ ଚରିତ ମାନସ" ଯାହାର ପ୍ରଥମ ପାହାଚରେ ଗୋଡ଼ ଦେଲେ ରାମଙ୍କର ଦର୍ଶନପ୍ରାପ୍ତି ହୋଇଥାଏ । ଜଣେ ରାମ ଚରିତ ମାନସର ପ୍ରଥମ ବାଳକାଣ୍ଡରୁ ହିଁ ରାମଙ୍କର ଦର୍ଶନ ପାଇପାରିଥାଏ।
