ପିପ୍ଲାଦ ଋଷି ଏବଂ ଶନିଦେବ
ପିପ୍ଲାଦ ଋଷି ଏବଂ ଶନିଦେବ
ଯେତେବେଳେ ମହର୍ଷି ଦଧିଚିଙ୍କ ଶ୍ଵଶାନରେ ଚିତା ଜଳୁଥିଲା ,ସେତେବେଳେ ମହର୍ଷି ଦଧିଚିଙ୍କ ବିୟୋଗ ସହି ନ ପାରି ନିଜର ୩ମାସର ଶିଶୁ ପୁତ୍ରକୁ ପାଖରେ ଥିବା ଏକ ପିପ୍ପଳ ବୃକ୍ଷର କୋରଡରେ ରଖି ପତିର ଚିତାରେ ଝାସ ଦେଇ ସତୀ ହୋଇଗଲେ । ଏହି ପରି ଭାବରେ ଉଭୟ ଋଷି ପତିପତ୍ନୀ ଦେବତାମାନଙ୍କ କଲ୍ୟାଣ ପାଇଁ ବଳିଦାନ ଦେଇଗଲେ ।ଦଧିଚିଙ୍କ ହାଡ଼ରୁ ତିଆରି ବଜ୍ର ଦ୍ଵାରା ଅସୁର ନିଧନର ସ୍ବାର୍ଥ ନିହିତ ଥିଲା।
କିନ୍ତୁ କୋରଡ ମଧ୍ୟରେ ଥିବା ଶିଶୁ ସନ୍ତାନ ବେସାହାରା ହୋଇ ଭୋକରେ ଆର୍ତ୍ତନାଦ କରିବାକୁ ଲାଗିଲା। ତାର ଆର୍ତ୍ତ ଚିତ୍କାର ଶୁଣିବାକୁ କେହି ନାହିଁ, ଭୋକ ଉପାସରେ ସେଠାରେ ସେ କିଛି ଖାଇବାକୁ ନ ପାଇ ପିପ୍ପଳ ବୃକ୍ଷର ଫଳ ଏଵଂ ପତ୍ର ଖାଇ ଜୀବନ ବିତାଇବାକୁ ଲାଗିଲା।
ଦିନେ ମହର୍ଷି ନାରଦ ସେ ବାଟ ଦେଇ ଗଲାବେଳେ
ପିପ୍ପଳ ବୃକ୍ଷର କୋରଡରେ ବାଳକଟିକୁ ଦେଖି ତାକୁ ପଚାରିଲେ.....
ନାରଦ: ବାଳକ, ତୁମେ କିଏ?
ବାଳକ : ତାହା ତ ମୁଁ ଜାଣିବାକୁ ଚାହୁଁଛି ।
ନାରଦ: ତୁମର ପିତା ମାତା କିଏ?
ବାଳକ: ତାହା ତ ମୁଁ ଜାଣିବାକୁ ଚାହୁଁଛି ।
ତତ୍ପରେ ମହର୍ଷି ନାରଦ ଧ୍ୟାନରେ ଥାଇ ସବୁ କଥା ଜାଣି ପାରିଲେ । ସେ କହିଲେ , ହେ ପୁତ୍ର, ତୁମେ ମହାନ୍ ୠଷି ଦଧିଚିଙ୍କ ପୁତ୍ର ଅଟ । ତୁମର ପିତାଙ୍କ ହାଡ଼ରୁ ବଜ୍ର ତିଆରି କରି ଦେବତାମାନେ ଅସୁରଙ୍କ ଠାରୁ ବିଜୟପ୍ରାପ୍ତ କରିଥିଲେ । ନାରଦ କହିଲେ ତୁମର ପିତାଙ୍କର ମାତ୍ର ୩୧ବର୍ଷ ଆୟୁରେ ହିଁ ମୃତ୍ୟୁ
ହୋଇଥିଲା।
ବାଳକ: ହେ ଦେବର୍ଷି , ମୋ ପିତାଙ୍କର ଅକାଳ ମୃତ୍ୟୁ ପାଇଁ ଦାୟୀ କିଏ?
ନାରଦ: ତୁମର ପିତାଙ୍କର ସନିଦେବଙ୍କର ମାହଦଶା ଥିଲା।
ବାଳକ: ତାହାହେଲେ ମୋର ଏହି ଅବସ୍ଥା ପାଇଁ ଦାୟୀ କିଏ ?
ନାରଦ: ତାହା କେବଳ ଶନି ମହାଦଶା ଯୋଗୁଁ ହୋଇଛି ।
ଏହା କହି ଦେବର୍ଷି ନାରଦ ଶିଶୁର ନାମ ପିପ୍ଲାଦ ରଖିଲେ , ଯିଏ ପିପ୍ପଳ ଗଛର ଫଳ ଏବଂ ପତ୍ର ଖାଇ ରହୁଥିଲେ।
ନାରଦଙ୍କ ସେ ସ୍ଥାନରୁ ବିିିଦାୟ ପରେ ଶିଶୁ ପିପ୍ଲାଦ ନାରଦଙ୍କ ପରାମର୍ଶ ଅନୁଯାୟୀ କଠୋର ତପ କରି ବ୍ରହ୍ମାଙ୍କୁ ଖୁସି କରିଥିଲେ। ଯେତେବେଳେ ବ୍ରହ୍ମା ପିପ୍ଲାଦଙ୍କୁଙ୍କ ଏକ ବର ମାଗିବାକୁ କହିଥିଲେ, ସେତେବେଳେ ସେ କେବଳ ତାଙ୍କ ଦୃଷ୍ଟିରେ କିଛି ଜାଳିବାର ଶକ୍ତି ମାଗିଥିଲେ। ବ୍ରହ୍ମାଙ୍କଠାରୁ ପିପ୍ଲାଦ ବର ପାଇ ପ୍ରଥମେ ଶନି ଦେବଙ୍କ ଉପରେ ତାଙ୍କର ଦୃଷ୍ଟି ପଡ଼ିବାପରେ ଶନି ଦେବଙ୍କ ଶରୀର ଜଳିବା ଆରମ୍ଭ କଲା | ବ୍ରହ୍ମାଣ୍ଡରେ ଉତ୍ତେଜନା ଦେଖା ଦେଲା। ସମସ୍ତ ଦେବତା ସୂର୍ଯ୍ୟପୁତ୍ର ଶନିଙ୍କୁ ସୁରକ୍ଷା ଦେବାରେ ବିଫଳ ହେଲେ। ପୁଅର ଆଖି ସାମ୍ନାରେ ଜଳୁଥିବା ଦେଖି ସୂର୍ଯ୍ୟ ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ ବ୍ରହ୍ମାଙ୍କ ନିକଟରେ ନିବେଦନ କରିବାକୁ ଲାଗିଲେ। ଶେଷରେ ବ୍ରହ୍ମା ନିଜେ ପିପ୍ଲାଦ ସମ୍ମୁଖରେ ଉପସ୍ଥିତ ହୋଇ ତାଙ୍କୁ ଶନି ଦେବଙ୍କୁ ଛାଡିବାକୁ କହିଥିଲେ, କିନ୍ତୁ ପିପ୍ଲାଦ ପ୍ରସ୍ତୁତ ନଥିଲେ। ବ୍ରହ୍ମା ତାହା ବଦଳରେ ଦୁଇଟି ବର ଦେଇଥିଲେ। ତା’ପରେ ପିପ୍ଲାଦ ଖୁସି ହେଲେ ଏବଂ ବ୍ରହ୍ମାଙ୍କଠାରୁ ଏହି ବର
ମାଗିନେଲେ ଯେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ କୌଣସି ଶିଶୁର ରାଶିରେ ଶନିଙ୍କର ସ୍ଥାନ ରହିବ ନାହିଁ | ତେଣୁ ଅନ୍ୟ କୌଣସି ପିଲା ମୋ ପରି ଅନାଥ ହୋଇପାରିବେ ନାହିଁ |
ପିପ୍ପଳଗଛ ମୋତେ ଅନାଥକୁ ଆଶ୍ରୟ ଦେଇଛି | ତେଣୁ, ଯିଏ ସୂର୍ଯ୍ୟୋଦୟ ପୂର୍ବରୁ ପିପ୍ପଳଗଛକୁ ଜଳ ପ୍ରଦାନ କରିବ, ସେ ଶନିର ମହାଦଶା ଦ୍ୱାରା ପ୍ରଭାବିତ ହେବ ନାହିଁ |
ବ୍ରହ୍ମା ତଥାସ୍ତୁ କହି ବର ପ୍ରଦାନ କଲେ। ପିପ୍ଲାଦ ୠଷି ନିଜର ବ୍ରହ୍ମ ଦଣ୍ଡ ଦ୍ୱା୍ର। ଶନି ଦେବଙ୍କର ଗୋଡ଼ କୁ ଆଘାତ କରି ତାଙ୍କର ଗୋଟିଏ ଗୋଡ଼ କୁ ଅକାମୀ କରି ଦେଇଥିଲେ , ଯା ଯେଉଁଥିପାଇଁ ଶନି ଦେବଙ୍କ ଗୋଡ ନଷ୍ଟ ହୋଇଯାଇଥିଲା ଏବଂ ସେ ପୂର୍ବ ପରି ଦ୍ରୁତ ଗତିରେ ଚାଲିପାରି ନଥିଲେ। ତେଣୁ ସେହି ଦିନଠାରୁ ଶନି " ସୈନେ ଚରତି ୟଃ , " ଶୈନିଶ୍ଚର" କୁହାଯାଏ: ଅର୍ଥାତ୍ ଯିଏ ଧୀରେ ଧୀରେ ଗତି କରେ ସେ ହେଉଛି ଶୈନିଶ୍ଚର , ଏବଂ ଶନିଙ୍କର ନିଆଁରେ ଜଳିବା ହେତୁ ଶରୀର ଅଙ୍ଗଗୁଡ଼ିକ ବିକୃତ ତଥା କଳା ହୋଇଯାଇଥିଲା | ବର୍ତ୍ତମାନ ଶନି ଏବଂ ପିପ୍ପଳଗଛ କଳା ପ୍ରତିମାକୁ ପୂଜା କରିବାର ଏହା ହେଉଛି ଧାର୍ମିକ ଉଦ୍ଦେଶ୍ୟ। ପରବର୍ତ୍ତୀ ସମୟରେ, ପିପ୍ଲାଦ ଋଷ ପିପ୍ଲାଦ ଉପନିଷଦ ରଚନା କରିଥିଲେ, ଯାହାକି ଜ୍ଞାନର ଏକ ବିଶାଳ ଭଣ୍ଡାର ଅଟେ।
