Debabrata Barik Debunu

Romance Tragedy Inspirational

2  

Debabrata Barik Debunu

Romance Tragedy Inspirational

ତୁ ମୋ ପ୍ରଥମ ପ୍ରେମ

ତୁ ମୋ ପ୍ରଥମ ପ୍ରେମ

4 mins
573



ରାକେଶ ଆଉ ପିଙ୍କି ଉଭୟ ଥିଲେ ପ୍ରେମୀ ଯୁଗଳ । ଉଭୟ ପରସ୍ପରକୁ ବହୁତ ଭଲ ପାଉଥିଲେ । ରାକେଶ ବହୁତ ଗରିବ ପିଲା ଥିଲା ଆଉ ସେ ଥିଲା ଅନାଥ ମଧ୍ୟ । ଯାହା ଛୋଟଛୋଟ କାମ କରି ଯେତିକି ପାଉଥିଲା ସେଥିରେ ବହୁ କଷ୍ଟରେ ଚାଲୁଥିଲା । ଆଉ ପିଙ୍କି ଥିଲା ମଧ୍ୟବିତ୍ତ । ସେ ଜୀବନ ବାହୁତ ହସ ଖୁସି ଆଉ ସାଧରଣ ଜୀବନଯାପନ କରୁଥିଲା । ରାକେଶ ବହୁତ ଗରିବ ହୋଇଥିଲେ ମଧ୍ୟ ପିଙ୍କିକୁ ସେ କେବେ ବି ନିଜ ଗରିବ ବିଷୟରେ ଜଣାଉ ନଥିଲା । କାରଣ ସେ ଚାହୁଁ ନ ଥିଲା ପିଙ୍କି କେବେ ତାର ଗରିବୀ ବିଷୟରେ ଜାଣି ତାକୁ ଖରାପ ଭାବୁ । କାରଣ ରାକେଶ ଜଣେ ସରଳ ,ନିରୀହ ପିଲା ଥିଲା ହେଲେ ପିଙ୍କି ଥିଲା ବିଶୃଙ୍ଖଳିତ ଆଉ ଚଞ୍ଚଳ ପ୍ରକୃତିର ଝିଅ । କଲେଜର ପ୍ରଥମ ଦିନରୁ ରାକେଶ ପିଙ୍କିକୁ ଦେଖିଥିଲା । ପିଙ୍କିର କଥା କହିବାର ଶୈଳୀ ଥିଲା ଉଦ୍ଧତର ଚିହ୍ନ । କିନ୍ତ ରାକେଶ କଥା କହିବାରେ ଟିକେ ଟିକେ ଅଟଇ ଯାଏ । ଉଭୟ ଗୋଟେ ଟିପାର୍ଟମେଂଟର ଛାତ୍ର ଥିଲେ ତେଣୁ ମିତ୍ରତା କରିବାରେ ବେସି କିଛି ଅସୁବିଧା ହେଲା ନାହିଁ । ସମୟ ଗାଡି ଗଡିଚାଲିଲା । ତାଙ୍କର ଏହି ମିତ୍ରତା ପ୍ରେମରେ ବଦଳିଗଲା । କଲେଜ କ୍ୟାଁଟିଂ,ପାର୍କରେ ବୁଲିବା,ସିନେମା ଦେଖିଯିବା,ବାହାରେ ବୁଲିବା ଏହା ସବୁ କିଛି ସେମାନେ ଏକାଠି କଲେ । ପିଙ୍କି ସବୁବେଳେ ରାକେଶକୁ କିଛି ନା କିଛି gift ଦିଏ ରାକେଶ ପାଖରେ ତ ବେସି ପଇସା ନ ଥାଏ କିନ୍ତୁ ସେ ମାସ ମାସ ଧରି ସେ ଯେଉଁ ପଇସା ଆଖିଆ ଅପିୟା ହୋଇ ସଯୋଗ କରେ ତାହା ସେ ପିଙ୍କିକୁ gift ଦେବାରେ ହିଁ ସାରିଦିଏ । ସେ ନିଜର ଗରିବତାକୁ ଲୁଚେଇ ନିଜେ ଦୁଃଖ ପାଏ ସତ କିନ୍ତୁ ପିଙ୍କିକୁ କେବେବି ଦୁଃଖ ଦେଇ ନାହିଁ । ଏହି ପରି ସେମାନେ ବହୁତ ସମୟ ବିତେଇଥିଲେ । 

କିଛିଦିନ ପରେ ଥିଲା Christmas day । ତେଣୁ ପିଙ୍କି କହିଲା ଏହି ବଡ଼ ଦିନରେ ରାକେଶ ତାକୁ ଏପରି ଏକ gift ଦେଉ । ଯାହା ସେ ସବୁଦିନ ପାଇଁ ମନେ ରଖିବ । ଆଉ ସେ ପରସ୍ପରକୁ କେତେ ଭଲ ପାଆନ୍ତି ତାହାର ସୂଚନା ଦେଉଥିବ । ପିଙ୍କି ବହୁତ ଆଶା ନେଇ ରାକେଶକୁ ଏକଥା କହଲା । ରାକେଶ ପିଙ୍କିକୁ ବହୁତ ବହୁତ ଭଲ ପାଉଥିଲା । ତେଣୁ ସେ ତାର ଆଶାକୁ ଭାଙ୍ଗିବାକୁ ଚାହୁଁ ନ ଥିଲା । କିନ୍ତୁ ସେ ଭାବି ପାରୁ ନ ଥିଲା ପିଙ୍କିକୁ କଣ gift ଦେବ । ସେତେବେଳେ ରାକେଶ ପାଖରେ ବେସି ପଇସା ମଧ୍ୟ ନ ଥିଲା ଯେ ସେ ଏକ ଦାମିଜିନିଷ ଆଣି ପିଙ୍କିକୁ ଦେବ । ରାକେଶ ଦେଖିଲା ନିଜ ପାଖରେ ଯେତେ ଟଙ୍କା ଅଛି ସେତିରେ ସେ ଗୋଟେ ଗିଫ୍ଟ ତ ଗିଫ୍ଟ ତ ନେଇପାରିବ କିନ୍ତୁ ଦୁଇ ଦିନ ଯାଏ ତାକୁ ଭୋକିଲା ରହିବାକୁ ପଡିବ । କିନ୍ତୁ ନିଜର ଏ ସମସ୍ୟା ପାଇଁ ସେ ପିଙ୍କିର ଆଶାକୁ ଭାଂଗିବାକୁ ଚାହୁଁ ନ ଥିଲା । କାରଣ ସେ ପିଙ୍କିକୁ ବହୁତ ଭଲ ପାଏ ତେଣୁ ନିଜ ପାଖରେ ଯେତେ ଟଙ୍କା ଥିଲା ସେଥିରେ ସେ କମ ପଇସାରେ ଗୋଟେ ring ପିଙ୍କି ପାଇଁ ଆଣିଦେଲା । ଦୁଇଦିନ ଭୋକ ଉପବାସରେ ତ ବିତିଗଲା କିଂତୁ ନିଜ ପିଙ୍କିର ଆଶାକୁ ସେ ଯେ ପୂରଣ କରିପାରିଛି ତା ମୁଂହରେ ହସ ମଧ୍ୟ ଥିଲା । ସମୟ ବିତି ଚାଲିଲା । ଆଉ Christmas day ଆସିଗଲା । 

ରାକେଶ ପିଙ୍କିକୁ ସେହି Ring gift କଲା । କିନ୍ତୁ ପିଙ୍କି ringକୁ ଦେଖି ବହୁତ ରାଗି ଯାଇଥିଲା କାରଣ ତାହା ବହୁତ ଶସ୍ତା ଆଉ ସାଧାରଣ ring ଥିଲା । ସେ ରାକେଶକୁ ବହୁ ଅପମାନିତ କରି ସେ Ringକୁ ରାକେଶର ମୁଁହକୁ ଫୋପାଡ଼ି ଦେଲା । ରାକେଶ ସେହି ପରି କାନ୍ଦୁଥାଏ । ତା ଆଖିରୁ ଧର ଧର ଲୁହ ବୋହୁଥଏ । ଖୁସି ଆଉ ତାଙ୍କୁ ଭଲ ପାଇବ ନି କହି ସେଠାରୁ ଯାଉଥିଲା ହିଁ ରାସ୍ତାପ୍ରତି ଧ୍ୟାନ ନ ଦେବାରୁ ଗୋଟେ କାର ଆସି ପିଙ୍କିକୁ ଆକ୍ସିଡେଣ୍ଟ କରି ଚାଲିଗଲା । ଏହା ଦେଖି ରାକେଶ ବିକଳ ସହ ରାସ୍ତାକୁ ଦୌଡ଼ିଆସିଲା । ରାସ୍ତା ଯାକ ରକ୍ତର ଛିଟା । ପିଙ୍କି ରାସ୍ତାରେ ରକ୍ତାତ ଅବସ୍ଥାରେ ପଡିରହୁଥିଲା । ଆଉ ନିଶ୍ୱାସ ତାର ଧକ୍କା ଦେବାରେ ଲାଗିଥିଲା । ରାକେଶ ଖୁସିକୁ Hospital ନେଇଗଲା । କିଛି ସମୟ ଯାଇଛି ପିଙ୍କିର ହୋସ ଆସିଲା । କିନ୍ତୁ ସେ ଦେଖିଲା ରାକେଶ ତାର ପାଖ ବେଡ଼ ରେ ସୋଇଛି । ସେ ରାକେଶକୁ ବାରମ୍ବାର ଆବାଜ଼ ଦେଇ ଉଠାଇବାକୁ ଚେଷ୍ଟା କଲା କିନ୍ତୁ ରାକେଶର କିଛି ଶୁଣିଲା ନାହିଁ !! ସେ ସେହିପରି ବେଡ଼ ରେ ପଡି ରହିଥାଏ । କିଛି ସମୟ ପରେ ଡକ୍ଟର ଆସିକହିଲେ ଯେ ସେ ଆଉ ନାହିଁ । ସେ ମରିସାରିଛି । ପିଙ୍କି ଏହା ଶୁଣି ବହୁତ କାନ୍ଦିଲା ଆଉ ଏହା କେମିତି ହେଲା ସେ ଡକ୍ଟରଙ୍କୁ ପଚାରିଲା । ଡକ୍ଟର କହିଲେ ଯେ ତାଙ୍କ ଯେଉଁ ଆକ୍ସିଡେଣ୍ଟ ହୋଇଥିଲା ସେଥିରେ ତାର heart ପୁରା damage ହୋଇ ସାରିଥିଲା ତେଣୁ ଯଦି ଶୀଘ୍ର ଅନ୍ୟ ଏକ heart ନ ମିଳିଲେ ତାର ଜୀବନ ଚାଲିଯାଇଥାନ୍ତା । ସମୟ ବହୁତ କମ ଥିଲା ତେଣୁ ରାକେଶ କହିଲେ ନିଜ heart donate କରିବେ । ଏହା କରିବାରେ ହିଁ ତାଙ୍କର ଜୀବନ ଚାଲିଗଲା । ଏହା ପିଙ୍କି ଜାଣିବା ପରେ ସେ ରାକେଶ ହାତରେ ଥିବା ringକୁ ନେଲା ସେଥିରେ ଗୋଟେ ଚିଠି ଥିଲା ଯେଉଁଥିରେ ଲେଖା ହୋଇଥିଲା-

Dear..ପିଙ୍କି 

ମୁଁ ତୁମକୁ ବହୁତ ଭଲ ପାଏ । କିନ୍ତୁ ସତକଥା ଏହା ଯେ ମୁଁ ଗରିବ ଥିବାରୁ ଆଜି ମୁଁ ତୁମକୁ ତୁମ ମନ ପସନ୍ଦର gift ଦେଇପରିନଥିଲି । ତେଣୁ ତୁମେ ଆମ ଏତେ ଦିନର ଭଲ ପାଇବାକୁ ଭାଙ୍ଗିବାକୁ ଯାଉଥିଲ । ମୁଁ ଏହା କେବେ ବି ଚାହୁଁ ନ ଥିଲି ଯେ ତୁମେ ମୋ ଠାରୁ ଦୂରେଇ ଯାଅ । କିନ୍ତୁ ତୁମ ଆକ୍ସିଡେଣ୍ଟ ହେତୁ ତୁମ heart damage ହୋଇଯାଇଥିଲା ଆଉ ଅନ୍ୟ ଏକ heart ତୁରନ୍ତ ଦରକାର ଥିଲ । ମୁଁ ତୁମକୁ ନିଜ ଠାରୁ ବହୁତ ଭଲ ପାଏ। ତେଣୁ ମୋ ଆଖି ସାମ୍ନାରେ ମୁଁ ତୁମକୁ ନିଜ ଜୀବନ ହରାଇବାର ଦେଖିପାରିବିନି । ତେଣୁ ଆଜି ମୁ ମୋ ଜୀବନ ଦେଇ ତୁମକୁ ନୂଆ ଜୀବନ ଉପହାର ଦେଉଛି । ତୁମେ କହିଥିଲ ନା ଯେ ତୁମକୁ ଏପରି ଏକ gift ମିଳୁ ଯାହା ତୁମେ ସବୁଦିନ ପାଇଁ ମନେ ରଖିବ । ଆମ ଭଲପାଇବାକୁ ଅଭୁଲା ରଖିବ । ଆମ ଭଲ ପାଇବା ପାଇଁ ତୁମ ଜୀବନ ଠାରୁ ବଡ଼ ଗିଫ୍ଟ ଆଉ କିଛି ନୁହଁ । ତେଣୁ ମୁଁ ମୋ ଜୀବନ ଦେଇ ତୁମକୁ ଏକ ନୂଆ ଜୀବନ gift ଦେଉଛି । ତୁମେ ଯେତେବେଳେ ଏ ଚିତି ପଢୁଥିବ ମୁଁ ତୁମ ଜୀବନରୁ ସବୁଦିନ ପାଇଁ ଯାଇ ସାରିଥିବୀ ତେଣୁ plzz ମତେ କ୍ଷମା କରିଦେବ । ତୁ ହିଁ ମୋ ପ୍ରଥମ ପ୍ରେମ ଲୋ ପିଙ୍କି!!!!!!! !! 

ତୁମର 

ରାକେଶ,,,,, । 

ଏ ଚଠି ପଢିବାରେ ପିଙ୍କି ରାକେଶକୁ ଧରି ବହୁତ କାନ୍ଦିବାରେ ଲାଗିଲା । ଆଉ ନିଜକୁ ବହୁତ କୋଶିଲା ଯେ ସେ ଏମିତି କାହିଁକି କଲା । 

ଆଜି ମଧ୍ୟ ପିଙ୍କି ରାକେଶ ଦେଇ ଥିବା ତାର ନୂଆ ଜୀବନର ଉପହାରକୁ ନେଇ ବଂଚିରହିଛି । ଆଉ ଏହି ଆଶାକୁ ନେଇ ସେ ବଂଚିଛି ସେ ନିଶ୍ଚୟ ରାକେଶ ସହ ଦିନେ ନ ଦିନେ ହେଲେ ଦେଖା ହେବ ଏ ଜୀବନ ନୁଏ ତ ଆର ଜନ୍ମରେ ଆଉ ଏତିକି ସେ ବୁଝି ପାରିଛି ପ୍ରେମ ଧନକୁ ନାହିଁ ମନକୁ ଦେଖି କରାଯାଏ । ତାହାହେଲେ ଯାଇ ପ୍ରେମ ସଫଳ ହେବ ।  



Rate this content
Log in

Similar oriya story from Romance