Sonali Garnayak

Classics

4  

Sonali Garnayak

Classics

ଟଙ୍କ ତୋରାଣିରେ ମୋ ଲୋଭ

ଟଙ୍କ ତୋରାଣିରେ ମୋ ଲୋଭ

4 mins
374


କେଉଁଆଡୁ ମୁଁ ଧାଇଁ ଧାଇଁ ଆସିଛି, ଶୋଷରେ ମୋ ତଣ୍ଟି ଶୁଖିଯାଇଛି, ସେ ଟଙ୍କ ତୋରାଣି ଟିକିଏ ମିଳନ୍ତା କି ମୋ ଶୋଷ ମେଣ୍ଟିଯାଅନ୍ତା |ସବୁ ଭକତଙ୍କ ତୁଣ୍ଡରେ ଏହି କଥା ପଦକ ଥାଏ, ସତରେ ଜାଣି ହୁଅନା କି ସ୍ୱାଦଥାଏ ସେ ଟଙ୍କ ତୋରାଣିରେ ମୋ ମନ ଡାକେ |ଭକତଙ୍କ ଭିଡ ଲାଗିଥାଏ ସେ ଟଙ୍କ ତୋରାଣି ପାଖରେ କିଏ  ଗ୍ଲାସରେ ତ କିଏ ସବୁ କେଉଁଥିରେ ନେଇଯିବାକୁ ଧସ୍ତ|ଧସ୍ତି ହେଉଥାନ୍ତି |

    

    ଏମିତି ଦିନେ ମୁଁ ଯାଜପୁରରୁ ଫେରୁଥାଏ ପ୍ରବଳ ଶୋଷରେ ମୋ ତଣ୍ଟି ଶୁଖିଯାଉଥାଏ କାହିଁକି କେଜାଣି ସେଦିନ ଇଚ୍ଛା ହେଲା ଟଙ୍କ ତୋରାଣି ପିଇବା ପାଇଁ, ଆଉ ଅଚାନକ କେମିତି ଗାଡି ଅଟକିଯାଇଛି ଛତିଆ ଜଗନ୍ନାଥ ମନ୍ଦିରରେ |

     ପୂର୍ଵଦିନ ରାତିରୁ ବାପା ଆଉ ବଡ଼ ବାପା କଥା ହେଲେ ସକାଳୁ ଯାଜପୁରରେ ଅବସ୍ଥିତ ଥିବା ବିରଜା ମନ୍ଦିରରେ ଯାଇ ଜେଜେମା ଓ ଜେଜେବାପାଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଅର୍ପଣ କରି ଆସିବେ |ହଁ ଅବଶ୍ୟ ପୂର୍ବରୁ ତ୍ରିବେଣୀ ଘାଟରେ ସେମାନଙ୍କ ଅସ୍ଥିବିସର୍ଜନ ପର୍ବ ସରିଛି, ବିରଜା କ୍ଷେତ୍ରରେ ଚାଉଳପିଣ୍ଡ ପ୍ରଦାନ କରିବାର ମାହାତ୍ମ୍ୟ ଅଲଗା | ଯାଜପୁର ଯିବା ଖୁସିରେ ସେଦିନ ରାତିରେ ମୋତେ ନିଦ ହୋଇନଥାଏ, ଆଖି ଲାଖୁ ଲାଖୁ ବିଳମ୍ବ ହୋଇଗଲା, ତାପରଦିନ ସକାଳୁ ସକାଳୁ ଉଠୁ ଉଠୁ ଡେରି, ଦେଖିଲି ଉଠିକି ସବୁ ରେଡି ହୋଇସାରିଲେଣି |ମୋ ବାପା ଆଉ ମୁଁ ବାକି ଅଛୁ, ଆମେ ଦୁହେଁ ଜଲ୍ଦି ଆମେ ନିତ୍ୟକର୍ମ ସାରି ବାହାରୁଥାଉ ଆଉ ସେଥିରେ ଆମ ବଡ଼ମା ପାଟିକରୁଥାନ୍ତି, "ଅନୁଗୁଳ ରୁ ଯାଜପୁର କେତେ ବାଟ ସଅଳ ବାହାରିନଗଲେ ପହଂଚିବାକୁ ବିଳମ୍ବ, ସେଇଥିରେ ପୁଣି ସବୁ କର୍ମ ସାରି ସନ୍ଧ୍ୟା ସୁଧା ଫେରିବାକୁ ହେବ |ସେ ଯାହା ବି ହେଉ ଠିକ ସମୟରେ ଆମେ ପୁରା ପରିବାର ବାହାରିଗଲୁ ଯାଜପୁର ଅଭିମୁଖେ |ମୁଁ ତ ବହୁତ ଖୁସିଥାଏ, ଏତେ ଦିନ ବୋରିଂ ପରେ ମଣିଷ ଶେଷରେ କୁଆଡେ ତ ଟିକିଏ ବୁଲିବାକୁ ଆସିଲା |

     ରାସ୍ତାରେ ଯାଉ ଯାଉ ଡ୍ରାଇଭର ହୁଏତ ଟିକିଏ ବାଟ ଜାଣିପାରିଲାଣି ଗାଡି ଟିକିଏ ଆଗକୁ ନେଇଗଲା, ସେଇଥିରେ ପୁଣି ରାଗିକି ଆମ ବଡ଼ ମା ଆମକୁ ଶୁଣାଉଥାନ୍ତି ସେହି ପୂର୍ଵ କଥା |ତାପରେ ମା ବିରଜାଙ୍କ କୃପାରୁ ଠିକ ରାସ୍ତାରେ ଗାଡିନେଇ ଆମେ ଶେଷରେ ପହଂଚିଲୁ ବିରଜାକ୍ଷେତ୍ରରେ ଯାଜପୁରରେ |

   ସେଥି ଓଲ୍ଲାହଇ ପ୍ରଥମେ ବାହାରୁ କିଛି ପୂଜା ସାମଗ୍ରୀ କିଣି ମନ୍ଦିର ଭିତରକୁ ଚାଲିଗଲୁ, ସେଠାରେ ବଡବାପା ଆଗରୁ ଜଣେ ବ୍ରାହ୍ମଣଙ୍କୁ ଫୋନ କରି ସବୁ ବ୍ୟବସ୍ଥା କରିସାରିଥିଲେ |ବାପା ଏବଂ ବଡବାପା ତାଙ୍କ ପିନ୍ଧିଥିବା ଡ୍ରେସକୁ ଖୋଲି ଧୋତି ଓ ଗାମୁଛା ପିନ୍ଧିଲେ ଏବଂ ଯାଇ ବସିଥିଲେ ପିଣ୍ଡଦାନ କାର୍ଯ୍ୟରେ |ପୂଜା ସରୁ ସରୁ ପ୍ରାୟତଃ ୧ଟା ପାଖାପାଖି ହୋଇଗଲା, ସରିବା ପରେ ଆମେ ଯାଇକି ଦେବି ବିରଜାଙ୍କୁ ଦର୍ଶନ କଲୁ, ପେନ୍ଥୀ ମନ୍ଦାର, ନାଲି ଶାଢ଼ୀରେ, ନାଲିସିନ୍ଦୁର ଅର୍ପଣ କରିଥିଲୁ ମାକୁ |ସେଠାରୁ ଦର୍ଶନ ସାରି ବେଳା ଭୋଜନ ନିମନ୍ତେ ଅର୍ଣ୍ଣପ୍ରସାଦ ପାଇଁ ଅପେକ୍ଷା କରିଯାଉ |କିନ୍ତୁ ଜାଣିବାକୁ ପାଇଲୁ ଯେ ଅର୍ଣ୍ଣପ୍ରସାଦ ଆସିବାରେ ବିଳମ୍ବ ହେବ, ସକାଳୁ ସକାଳୁ କେହି ଖାଇନାହାନ୍ତି ଏପଟେ ସମସ୍ତଙ୍କ ପେଟରେ ଭୋକପାଇଁ ନିଆଁ ଲାଗିଯାଉଥାଏ |ସମସ୍ତେ ବିଚାର କଲେ ଏଠି ଆଉ ଅପେକ୍ଷା ନକରି ବାହାରେ ଗୋଟେ ଭଲ ହୋଟେଲେ ଦେଖି ଖାଇବା |ମନ୍ଦିର ବାହାରକୁ ଆସିବାପରେ ଜାଣିପାରିଲୁ ଖରା କେମିତି ହେଉଛି, ଚପଲ ସବୁ ଗାଡ଼ିରେ ରହିଯାଇଥିବାରୁ ସେ ଭୁଇଁରେ ଚାଲିଲା ବେଳକୁ ପାଦ ତାତିଯାଉଥାଏ, ତଥାପି ଏତେ ଶୋଷ ଲାଗୁଥାଏ ଯେ ସମସ୍ତେ ସେ ଖରାତାତିରେ ଛିଡା ହୋଇ ପଇଡ଼ ପାଣି ପିଇ ଗାଡ଼ିକୁ ଆସିଲୁ |କିଛି ଦୂର ଯାଇକି ଗୋଟେ ହୋଟେଲରେ ରହିକି ସମସ୍ତେ ଖାଇଲୁ ଏବଂ ସେହିଠାରୁ ଯୋଜନା କଲୁ ଆସିଛେ ଯଦି ଚଣ୍ଡୀଖୋଲର ମହାବିନାୟକ ମନ୍ଦିର ବୁଲିଦେଇ ଯିବା |ସେଇଠୂ ସିଧା ଗାଡିଚାଲିଗଲା ମହାବିନାୟକ ମନ୍ଦିର, ସେ ମନ୍ଦିର ଛାଇରେ କିଛି ସମୟ ଥକା ମାରିବସିଲୁ |ଏତେ ଖରାରେ ବୁଲିବୁଲି ମୋ ତଣ୍ଟି ଶୁଖିଯାଉଥାଏ, ମୁଁ ମୋ ପାଖରେ ପାଣି ବୋତଲ ରଖିଥାଏ, କିନ୍ତୁ ସେ ଗଛ ଛାଇ ତଳେ ବସିଥିବା ବେଳେ କେତେବେଳେ କେଜାଣି ମାଙ୍କଡ଼ ଆସି ମୋ ପାଣି ବୋତଲଟା ନେଇଯାଇଥାଏ |ବାପା କହିଥିଲେ ରାସ୍ତାରେ ଗଲାବେଳେ ଆଉ ଗୋଟେ କିଣିନେଇ ଯିବା |କିଛି ସମୟ ପରେ ବାହାରିଗଲୁ ଆମେ ସେ ମନ୍ଦିରରୁ ଘର ଅଭିମୁଖେ |ରାସ୍ତାରେ ଗାଡି ଯେତିକି ସ୍ପୀଡ଼ ଚାଲୁଥାଏ, ମୋ ଶୋଷ ସେତିକି ବଢୁଥାଏ |ବାପାଙ୍କୁ କହିବି ପାରୁନଥାଏ ପାଣି ପାଇଁ, କାହିଁକି କେଜାଣି ମୋର ହଟାତ ଇଚ୍ଛା ହେଲା ଟଙ୍କ ତୋରାଣି ଟିକିଏ କିଏ ଦିଅନ୍ତା କି ଢକ ଢକ କରି ଦୁଇ ତିନି ଗ୍ଲାସ ପିଇଯାନ୍ତି |ମୁଁ ଏତିକି ଭାବିଛି କି ନାହିଁ ହଠାତ ଡ୍ରାଇଭର ଗାଡିର ବ୍ରେକ ମାରିଦେଲା, ଆଉ ମୁଁ ବୁଲିପଡ଼ି ଦେଖିଲା ବେଳକୁ ଆମ ଗାଡି ଠିକ ଛତିଆ ମନ୍ଦିର ସାମ୍ନାରେ ଅଟକିଛି |ମୁଁ ବୁଝିପାରୁନଥାଏ, ଏହା ମୋ ଭାବନା ନା ସତ |ଡ୍ରାଇଭର ଆସିକି କହିଲା ଗାଡି ପ୍ୟାଚ ହୋଇଯାଇଛି, ଠିକ ହେବାକୁ ସମୟ ଲାଗିବ |ସେହିସମୟରେ ଆମେ ବାହାରିଗଲୁ ଛତିଆ ମନ୍ଦିର ଆଡେ, ମୁଁ ତ ମନେ ମନେ ବହୁତ ଖୁସି ହେଉଥାଏ ଯାହା ଭାବୁଥିଲି ତା ହିଁ ହେଲା ସବୁ ସେ ଲୀଳାମୟ ଙ୍କ ଇଚ୍ଛା| ଆମେ ଛତିଆ ମନ୍ଦିର ଦର୍ଶନକଲୁ କାହିଁକି କେଜାଣି ସେଠାରେ  ଅବସ୍ଥିତ ଜଗନ୍ନାଥଙ୍କ ଶେଷ ଅବତାର କଳକୀ ଅବତାରଙ୍କୁ ଦେଖି ଟିକିଏ ଭୟ ଲାଗିଲା |କୁଆଡେ ଦିନେ ଜଗନ୍ନାଥ ପୁରୀ ମନ୍ଦିର ଛାଡି ଏ ଛତିଆରେ ଆସି ରହିବେ ଏବଂ ଛତିଆରୁ ଜଗନ୍ନାଥ କଳକୀ ଅବତାର ନେଇ ଦୁଷ୍ଟ ସଂହାର କରି କଳି ଯୁଗ ଶେଷ କରିବେ |ସେହି ମନ୍ଦିରରେ ଆଜି ବି ମୋର ଅହେତୁକ ପ୍ରଶ୍ନ ସେଠି ଆଗ ଜଗନ୍ନାଥ, ତାପରେ ବଳଭଦ୍ର ଏବଂ ଶେଷରେ ସୁଭଦ୍ରା ଏମିତି ଅଛନ୍ତି କାହିଁକି? ତାପରେ ମୁଁ ବୋଉକୁ କହିଥିଲି ଟଙ୍କ ତୋରାଣି ପିଇବା ନିମନ୍ତେ,ଆମେ ଯାଇ ବୁଝିବା ପରେ ଜଣାପଡିଲା ଆଉ ଘଂଟାଏ ପରେ ଯାଇକି ଆସିବ ଏବେ ପ୍ରସ୍ତୁତ ହୋଇନାହିଁ |ମୋର ଭାରି ମନଦୁଃଖ ହେଲା ଯଦି ଟଙ୍କତୋରାଣି ଭାଗ୍ୟରେ ନାହିଁ ଏଇଠି କାହିଁକି ଗାଡି ଅଟକେଇଲେ |ଆମେ ସେ ମନ୍ଦିରରେ ଅପେକ୍ଷା କରିଥାଉ ଗାଡି ଠିକ ହେବା  ପର୍ଯ୍ୟନ୍ତ ମୁଁ କିନ୍ତୁ ଚାଁହୁଥାଏ ଯେତିକି ବିଳମ୍ବ ହେବ ସେତିକି ଭଲ କାହିଁକି ନା ଟଙ୍କ ତୋରାଣିରେ ମୋ ଲୋଭ |କିଛି ସମୟ ପରେ ଡ୍ରାଇଭର ଆସି କହିଲା ଗାଡି ଠିକ ହୋଇଗଲା ବୋଲି |ମନ ଦୁଃଖ କରି ମୁଁ ଫେରି ଯାଉଥାଏ ଜଗନ୍ନାଥଙ୍କୁ ନମସ୍କାର କରି |କିନ୍ତ ଭକ୍ତ ପାଇଁ ଭଗବାନ, ଲୀଳାମୟ ମୋ ଡାକରେ ଗାଡି ଅଟକେଇଛନ୍ତି ଏଇଠି ମାନେ ମୋ ଇଚ୍ଛା ନିଶ୍ଚୟ ପୂରଣ କରିବେ |ମନ୍ଦିର ବାହାରକୁ ବାହାରିଛୁ ହଠାତ ବଡ଼ମା ପାଟି କଲେ ତାଙ୍କ ହାତରୁ ସୁନା ମୁଦି କୁଆଡେ ପଡିଯାଇଛି |ସମସ୍ତେ ତରବର ହୋଇ ମନ୍ଦିର ସାରା ଖୋଜିବାରେ ଲାଗିପଡ଼ିଲେ ଆଉ ଶେଷରେ ପାଇଲେ ସେ ତ୍ରିମୂର୍ତ୍ତି ପାଖରେ ଥିବା ଜଣେ ନନାଙ୍କ ଠାରୁ ମୁଣ୍ଡିଆ ମାରୁ ମାରୁ ସେଠାରେ ତାଙ୍କ ମୁଦିଟା ପଡିଯାଇଥିଲା ବୋଲି ନନା କହିଥିଲେ |କିନ୍ତୁ ଟିକିଏ ପୂର୍ଵରୁ ଏଇଠି ତ ଏ ନନାଜଣଙ୍କ ନଥିଲେ, ହୋଇଥିବ ମୁଁ ସିଆଡେ ଧ୍ୟାନ ଦେଇନଥିଲି |ଆଉ ସେହି ସମୟ ଭିତରେ ଟଙ୍କ ତୋରାଣି ଆସିସାରିଥିଲା |ମୁଁ ଖୁସି ମନରେ ଦୁଇ ତିନି ଗ୍ଲାସ ପିଇଗଲି |ସବୁ ସେ ଇଚ୍ଛାମୟଙ୍କ ଇଚ୍ଛା, ଖାଲି ପରିଷ୍କାର ମନରେ ଥରେ ଡାକିବାର ଅଛି ନିଶ୍ଚୟ" ଓ "କରିବେ ସେ, ଏ ସବୁ ତାଙ୍କରି ଲୀଳା ସେ ଜାଣିଛନ୍ତି ତାଙ୍କ ଟଙ୍କ ତୋରାଣିରେ ମୋ ଲୋଭ |


Rate this content
Log in

Similar oriya story from Classics