Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଟିକେ ଶୁଣିବା ହେବେ

ଟିକେ ଶୁଣିବା ହେବେ

2 mins
346



ଆଉ କିଛି ଘଣ୍ଟା ପରେ 2023 ମସିହା ଆମ ପାଖରୁ ଚିରଦିନ ପାଇଁ ବିଦାୟ ନେବ। ଏହି ବର୍ଷରେ କିଏ କେତେ ପାଇଛି ଓ କେତେ ହରାଇଛି ତାହା ଆପଣ ମାନେ ହିସାବରେ ଆଣୁଥିବେ ନିଶ୍ଚୟ। ଆଖିର ଲୁହରେ ଓ ମନର କୋହରେ ଆମେ ତେଇଶି କୁ ବିଦାୟ ଦେବାକୁ ସଜବାଜ ହେଉଛୁ। ପୁଣି ଫୁଲର ବାସ୍ନାରେ ତଥା କାକଳୀ ଗୁଞ୍ଜନରେ 2024କୁ ସ୍ଵାଗତ କରିବାକୁ ମଧ୍ୟ ପ୍ରସ୍ତୁତି ରେ ଅଛନ୍ତି। ଏହା ଏକ ନିରନ୍ତର ପ୍ରକ୍ରିୟା। ଯାହାର ଆଗମନ ଅଛି, ତାହାର ମଧ୍ୟ ପ୍ରସ୍ଥାନ ଅଛି।

    ଆଉ ଟିକେ ଶୁଣନ୍ତୁ। ଜଳର ଧର୍ମ ହେଉଛି ଉଚ୍ଚରୁ ନିଚକୁ ବୋହିଯିବା। ଶେଷରେ ସାଗର ରେ ମିଶିବା ପାଇଁ ନଦୀ ହେଉ କି ତଟନୀ ହେଉ ସଂଯୋଗରେ ବହି ଯାଇ ଲକ୍ଷ୍ୟ ପଥରେ ମାଡ଼ି ଚାଲେ ଏବଂ ପହଞ୍ଚି ଯାଏ। ମଣିଷ ପଣିଆ ହେଉଛି ମଣିଷର ଧର୍ମ। ଏହା ସବୁବର୍ଗର ଲୋକଙ୍କୁ ସମ୍ମାନ ରେ ଭୂଷିତ କରେ। ଏହି ନୁଆ ବର୍ଷ ମଣିଷ ପଣିଆ ର ଉଜ୍ଜଳ ବର୍ଷ ଟିଏ ହେଉ। ତେବେ ଆସନ୍ତୁ ଆମ ଭିତରେ ଥିବା ମୁଁ କୁ ପରିହାର କରି ମଣିଷ ପଣିଆ ଭାବନାକୁ ସାକାର କରିବା।

  ନିଜ ଧର୍ମ ଓ ସଂସ୍କୃତିରେ ବଞ୍ଚିବାର ସ୍ବାଦ ଟିକେ ନିଆରା। ପର ଧର୍ମ ଅନୁକରଣ କଲେ ବିପଦ ମାଡ଼ି ଆସେ। ପ୍ରକୃତି କୋଳରେ କେହି କାହା ସ୍ୱଭାବ ଓ ଧର୍ମ ଛାଡ଼ି ନ ଥାନ୍ତି। ପ୍ରତିଦିନ ଠିକ୍ ସମୟରେ ସୂର୍ଯ୍ୟ ଉଦୟ ହୋଇ ଅସ୍ତ ଯାଏ। ନିରବଚ୍ଛିନ୍ନ ଭାବେ ପବନ ତାର ଗତିରେ ଥାଏ। ପ୍ରତିଟି ମୁହୂର୍ତ୍ତ ପ୍ରକୃତି ସମଗ୍ର ବିଶ୍ବ ପାଇଁ ସମର୍ପିତ ହୋଇଥାଏ। ପ୍ରକୃତି ପାଖେ ପ୍ରତି ଦିନ ଗୋଟିଏ ନୂଆ ଦିନ ଓ ପ୍ରତିଟି ବର୍ଷ ଗୋଟିଏ ଗୋଟିଏ ନୂଆ ବର୍ଷ। ଅର୍ଥାତ୍ ଆମେ ସବୁଦିନ ସ୍ଵାଗତ ଗୀତିକା ଓ ବିଦାୟ ଗୀତିକା ଗାନ କରୁଛୁ। ତେବେ ନୂଆ ବର୍ଷ ପାଳନ ଅବସରରେ ଏତେ ଘାବରା ହେବାର ଆବଶ୍ୟକତା ନାହିଁ।

    ବଡ କଥା ହେଉଛି ପ୍ରତି ନୂଆ ବର୍ଷ ରେ କିଛି ଭଲ କାମ ହାତକୁ ନେବା ଉଚିତ। ଅବଶ୍ୟ ତାହା ନିଜ ନିଜ ପସନ୍ଦ ଓ ସାମର୍ଥ୍ୟ ଅନୁସାରେ। ଧୀରେ ଧୀରେ ଏହି ମଙ୍ଗଳ ଜନିତ କାର୍ଯ୍ୟରେ ସାମିଲ ହେଲେ ଜୀବନ ଯାତ୍ରାରେ ବଡ ଶାନ୍ତି ମିଳେ ଏବଂ ଏ ସଂସାର ତ୍ୟାଗ କରିବା ପୂର୍ବରୁ ଅନ୍ତତଃ ଭାବି ପାରିବା ଯେ ଆମେ ଅନ୍ୟ ପାଇଁ କିଛି କରୁଛୁ ଯାହା ମନକୁ ଛୁଇଁ ପାରିବ। ଅଳିକ ଜୀବନ ମୂଲ୍ୟବାନ ମନେହେଵ।

   ଏହି ନୂତନ ବର୍ଷ 2024 ସମସ୍ତ ପୌଶାଚିକ ପ୍ରବୃତ୍ତିର ବିନାଶ ଘଟାଇ ପୃଥିବୀରେ ଶାନ୍ତି ମୈତ୍ରୀ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରାଇ ଆଣୁ, ବୃକ୍ଷ ଲତା ଫଳ ପୁଷ୍ପରେ ଭରି ଯାଉ। ବୈଦିକ ବାଣୀ,

ଶୃଣନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରା ର ସ୍ଵର ଝଙ୍କାର ପୃଥିବୀର ବାତାବରଣ କୁ ଅମ୍ବୃତ ମୟ କରି ଦେଉ।

,


Rate this content
Log in

Similar oriya story from Action