STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ବଦକୁଳ ପାନ୍ଥ ନିବାସ ରେ ଦିନେ

ବଦକୁଳ ପାନ୍ଥ ନିବାସ ରେ ଦିନେ

2 mins
161


ନିଜ ବାସଭବନ ରଣପୁର ଠାରୁ ବଡକୁଳ ପାନ୍ଥ ନିବାସ ହେଉଛି ଅନ୍ତତଃ 60 କିଲୋମିଟର ଦୂର। ଏହାର ଅନତିଦୂରରେ ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ଏହି ହଦ୍ର ହେଉଛି ଏକ ଲବଣାକ୍ତ ହଦ୍ର ଏବଂ ଏସିଆ ମହାଦେଶର ସର୍ବବୃହତ ଲବଣାକ୍ତ ହ୍ରଦ। ପୁରୀ ଜିଲ୍ଲା ର ଅରଖକୁଦା ସମୁଦ୍ର ମୁହାଣ ଠାରୁ ଆରମ୍ଭ ହୋଇ ଗଞ୍ଜାମ ଜିଲ୍ଲାର ରମ୍ଭା ପର୍ଯ୍ୟନ୍ତ ଏହି ହଦ୍ରର ସୀମା ସରହଦ । ଚିଲିକାକୁ ନିର୍ଭର କରି କେତେ ନା କେତେ ମତ୍ସଜୀବୀ ଓ ଅଣ ମତ୍ସଜୀବୀ ଜନ ସମୂହ ବଞ୍ଚି ଥାନ୍ତି। ଚିଲିକା ହେଉଛି ସେମାନଙ୍କର ଭାତ ହାଣ୍ଡି। ଓଡ଼ିଶା ସରକାର ଙ୍କ ରାଜସ୍ବ ଆଦାୟର ଏକ ପ୍ରଧାନ ଉତ୍ସ। ଚିଲିକା ଭ୍ରମଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଏଠାରେ ରହିଛି। ଦୂର ଦୁରାନ୍ତରୁ ଯାତ୍ରୀ ମାନେ ଏହି ପାନ୍ଥ ନିବାସ ର ସୁଯୋଗ ନିଅନ୍ତି। ଜଣେ ସାଧାରଣ ଯାତ୍ରୀ ଭାବେ ମୁଁ ମଧ୍ୟ ଏହାର ସୁଯୋଗ ନେଇଛି।

    ମଟର ଲଞ୍ଚରେ ଚିଲିକା ଭ୍ରମଣ ସମୟରେ ମୋର ସେହି ମହାର୍ଘ୍ୟ ଅତୀତ କଥା ବେଶୀ ବେଶୀ ମନେପଡେ। ଚିଲିକା ରେ ଦୁଇ ଗୋଟି ଦ୍ଵୀପ ରହିଛି, ପାରିକୁଦ ଓ ମାଲୁଦ। ପାରିକୁଦ ଦ୍ଵୀପରେ ପାରିକୁଦ ରାଜାଙ୍କ ରାଜ ନବର ରହିଛି। ସେତେବେଳର ରାଜତନ୍ତ୍ର ଆଉ ନାହିଁ। ବର୍ତ୍ତମାନ ଏହା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଓ ପୁରୀ ଜିଲ୍ଲାର ଅଧିନସ୍ଥ। ବାଣପୁର ର ଝିଅ ଜାଇ ବୋହୂ ସାଜି ପାରିକୁଦ ଗଡକୁ ଯାଏ। ଯିବାର ଏକ ମାତ୍ର ମାଧ୍ୟମ ହେଉଛି ନାବ ଓ ନାବିକ। ଝିଅ ବାପଘରୁ ବିଦାୟ ନେଇ ନାବରେ ବସିଛି। ମନେ ମନେ ବାହୁନି ହେଉଛି, ତାର ଗାଆଁ, ଶାଳିଆ ନଈ, ଭଗବତୀ ଠାକୁରାଣୀ, ସାଙ୍ଗ ସାଥି ଏବଂ ସର୍ବୋପରି ନିଜର ବାପ ଓ ମାଆ। ମନେ ପଡେ/ ପାରିକୁଦ ବୋଲି ରାଇଜ ପୁଣି ସେ ଚିଲିକା ମଝିରେ କାହିଁ

କେମନ୍ତେ ମୂର୍ଚ୍ଛିଲ ଝିଅକୁ ବାପା ହେ

 ଏତେ ଦୂରେ ଦେବା ପାଇଁ। କିନ୍ତୁ ଜାଇ ତାଙ୍କ ଶାଶୁ ଘରେ ପହଞ୍ଚି ପାରିଲା ନାହିଁ। ଝଡ ଓ ତୋଫାନରେ ସେ ଚିଲିକା ମଝିରେ ଅନ୍ତର୍ଦ୍ଧାନ ହୋଇ କାଳିଜାଇ ଠାକୁରାଣୀ ରେ ରୁପାନ୍ତରିତ ହୋଇ ଥିବାର କିମ୍ବଦନ୍ତୀ ରହିଛି।

 .   ଯାତ୍ରୀ ମାନେ ଡଙ୍ଗା କିମ୍ବା ମଟର ଲଞ୍ଚରେ ବସିବା ବେଳେ ମାଆ କାଳିଜାଇ ଙ୍କୁ ସୁମରଣା କରନ୍ତି ଏବଂ ଯାତ୍ରାର ଶୁଭ ମନାସ ପାଇଁ ମାଆ ଙ୍କୁ ପ୍ରାର୍ଥନା କରନ୍ତି।

ବାସ୍ତବିକ୍ ମାଆ ହିଁ ପ୍ରତ୍ୟକ୍ଷ ଦେବୀ ଓ ବିପଦ ଭଞ୍ଜନି ମାଆ। କୁହାଯାଏ,

 କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବୀ ଲୋ

    ଚିଲିକା ମଝିରେ କାହିଁ।

    ଯେଉଁମାନେ ଚିଲିକା ଭ୍ରମଣ ରେ ଆସନ୍ତି, ନଳବଣ ଦେଖିବାକୁ କେବେ ଭୁଲିବେ ନାହିଁ। ଚିଲିକା ମଝିରେ ଏକ ସଂରକ୍ଷିତ ଅଞ୍ଚଳ ଯେଉଁଠି ପକ୍ଷୀ ମାନେ ନିର୍ଭୟରେ ବିଚରଣ କରନ୍ତି, ବସା କରନ୍ତି, ଅଣ୍ଡା ଉସୁମାନ୍ତି ଓ ଶାବକ ମାନଙ୍କୁ ଲାଳନପାଳନ କରନ୍ତି। ନଳବଣ ହେଉଛି ପକ୍ଷୀ ଅଭୟାରଣ୍ୟ। ଶୀତଦିନେ ବହୁ ବିଦେଶୀ ପକ୍ଷୀ ଚିଲିକାରେ ସ୍ଵଛନ୍ଦରେ ବାସ କରନ୍ତି। ନୀଳ ଜଳରାଶି, ଫେନିଳ ତରଙ୍ଗ, ପେନ୍ଥା ପେନ୍ଥା ହୋଇ ପକ୍ଷୀ ମାନଙ୍କର ଜଳ କ୍ରୀଡା , କିଚିରି ମିଚିରି ଶବ୍ଦ , ଶହ ଶହ ନାବର ଯାତାୟାତ, ଜଳରେ ମୀନ ମାନଙ୍କ ର ସନ୍ତରଣ, ଯିଏ ଦେଖିଛି ତାହାକୁ କେବେ ଭୂଲି ହୁଏନା।

     ଏବେ ସନ୍ଧ୍ୟା ରତ ରତ ହେଲାଣି। ସୁରୂଜ ଦେବତା ଭାଲେରି ପାହାଡ ସେପାଖେ ଅସ୍ତ ଯିବାକୁ ବସିଲେଣି। ବିଚାରା ନାବିକ ଫେରିବା ବାଟକୁ ମୁହାଇଁଲାଣି। ସାୟାନ୍ତନ୍ କାଳେ ମୁଁ ଦେଖିଛି ସମସ୍ତେ ନିଜ ନିଜ ଗୃହକୁ ଆନନ୍ଦରେ ଫେରୁଛନ୍ତି ନାବ ବି ଭାସି ଭାସି ଆସୁଛି କୂଳ ଆଡ଼କୁ। ନଜରରେ ଆସିଲା ଚଢ଼େଇ ହଗା ପାହାଡ, ବଡକୁଳ ଠାରୁ ଅଳ୍ପ ଦୂର। ବହୁ ସଂଖ୍ୟାରେ ପକ୍ଷୀ ମାନେ ସେହିଠାରେ ବି ରାତ୍ର କାଳରେ ଅବସ୍ଥାନ କରନ୍ତି। ପକ୍ଷୀ ମାନଙ୍କ ମଳରେ ସେହି ପାହାଡ ଦୂରରୁ ଧଳା ଦେଖାଯାଏ। ଆକାଶରେ ପକ୍ଷୀ ମାନଙ୍କ ଉଡ଼ାଣ, ଚିଲିକା ଜଳରେ ଆମ ମଟର ଲାଞ୍ଚର ଯାତ୍ରା, ନୀଳ ବୀଚିମାଳା, ନଳବଣର ଅଭୁଲା ଦୃଶ୍ୟ, କାଳିଜାଇ ମନ୍ଦିର, ଝାପସା ଦେଖାଯାଉଥିବା ପାରିକୁଦ ଦ୍ଵୀପ, ସମସ୍ତଙ୍କୁ ପଛରେ ଛାଡି ଆମ ଚିଲିକା ଭ୍ରମଣ ସାରି ନିଜର ବାସ ସ୍ଥଳ କୁ ଫେରି ଆସିଲୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action