Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ବିଶ୍ୱାସ ର ଭାଷା

ବିଶ୍ୱାସ ର ଭାଷା

4 mins
19



ନିକଟ ଅତୀତରେ ବାପା ଓ ମାଆ ନିଜ ପୁଅ ଓ ଝିଅ ଙ୍କର ପାତ୍ର ଚୟନ କରି ବୈବାହିକ କାର୍ଯ୍ୟ ସମ୍ପାଦନ କରୁଥିଲେ। ସେଥିରେ ପୁଅଝିଅ ଙ୍କର କୌଣସି ଆପତ୍ତି ଅଭିଯୋଗ ନ ଥିଲା। ସୁନ୍ଦର ବୁଝାମଣା ବି ଥିଲା ଦୁଇ ପରିବାର ମଧ୍ୟରେ। ବନ୍ଧୁତା ମଧ୍ୟ ଅତୁଟ ଥିଲା ଅନେକ ବର୍ଷ ପର୍ଯ୍ୟନ୍ତ। ନୂଆ ହୋଇ ଝିଅ ଟିଏ ଆସେ ବୋହୂ ହୋଇ। ଶାଶୁ ନିଜର ଝିଅ ଭଳି ଚଳାଇ ନିଏ। ସଂସାର ଆଗକୁ ବଢେ। ଟିକିଏ ଦୁଃଖ ହେଲେ ଅବା କଷ୍ଟ ହେଲେ ନୂଆ ବୋହୂ ନିଜର ଶାଶୁ ମାଆ ଙ୍କୁ ବିଶ୍ୱାସ ରେ ସବୁ କହେ ଓ ସବୁ କିଛି ଅତି ସହଜରେ ଲାଘବ ହୁଏ।ଯୌଥ ପରିବାର ତ୍ୟାଗ ଓ ବିଶ୍ୱାସ ଉପରେ ପ୍ରତିଷ୍ଠିତ ଥିଲା। ସମସ୍ତ ସଦସ୍ୟ ସଦସ୍ୟା ମଧ୍ୟରେ ଅତ୍ୟନ୍ତ ସୁନ୍ଦର ମତ ପୋଷଣ ଓ ମତ ବିନିମୟ ଥିଲା। କଷ୍ଟ ତଥା ଦୁଃଖ ବାଣ୍ଟି ହୋଇ ଯାଉ ଥିଲା। ହସଖୁସିରେ ପରିବାର ଆଗକୁ ବଢୁଥିଲା। ବିଶ୍ଵାସରେ ପରିବାର ର ମୂରବୀ ତ୍ୟାଗ ପୂତ ଜୀବନ ଅତିବାହିତ କରନ୍ତି ଅନ୍ୟ ମାନଙ୍କର ସୁଖ ଓ ଶାନ୍ତି ପାଇଁ। ଅଭାବ ଜଣା ପଡ଼େ ନାହିଁ କି ଆର୍ଥିକ ଅନଟନ ଆପେ ଆପେ ସୁଧାରି ଯାଏ ସାମୁହିକ ପ୍ରଚେଷ୍ଟା ତଥା ପରିଶ୍ରମ ବଳରେ। ଆଜି ସେ ବିଶ୍ୱାସ ଆଉ ନାହିଁ। ଯୌଥ ପରିବାର ର ବିଭାଜନ ଘଟି ଏକକ ପରିବାର ଗଠିତ ହୋଇଛି। ନିଜେ ଏକା ଭଲରେ ରହିବାର କେବଳ ଚିନ୍ତା ଓ ଅନ୍ୟ ମାନେ କେମିତି ବଂଚିବେ ସେ ଚିନ୍ତା ଆଦୌ ନାହିଁ। ବିଶ୍ୱାସ ଦୋହଲି ଯାଇ ଅବିଶ୍ୱାସ ର ବାତାବରଣ ସୃଷ୍ଟି ହୋଇଛି। କୁଆଡେ ଗଲା ସେ ଯୁଗ।

     ଶିଶୁ ଟିଏ ନୂଆ ନୂଆ ଚାଲି ଶିଖୁଛି, କଥାବି କହିବାକୁ ଚେଷ୍ଟା କରୁଛି ଏଇ ବିଶ୍ୱାସରେ ଯେ ତାର ପାଖେ ପାଖେ ତା ମାଆ ଅଛନ୍ତି। ଝୁଣ୍ଟି ପଡ଼ିଲେ ମାଆ ସୁରକ୍ଷା ଦେବେ, କହି ନ ଜାଣିଲେ ମାଆ ଶିଖାଇ ଦେବେ। ତାପରେ ଶିଶୁଟି ବଡ ହୁଏ। ସଂସାର କୁ ବୁଝିବାକୁ ଅସମର୍ଥ ହେବା ବେଳେ ମାଆ ବାପାଙ୍କ ପରାମର୍ଶ ନିଏ। ବିଶ୍ଵାସରେ ସମାଜ ରେ ଚଳପ୍ରଚଳ ହୁଏ। ପାରିବା ପଣିଆରେ ଦୃଢ଼ ହୁଏ। ନିଜ ପରିବାର ର ସଂସ୍କାର ତାହାକୁ ଭଲ ମଣିଷ ଭାବେ ଗଢିବାରେ ସାହାଯ୍ୟ କରେ। ଗୁରୁଜନ ଓ ବୟସ୍କ ଲୋକଙ୍କର ଆଶିଷ ନେଇ ସେ ବାଟ ଚାଲେ। କ୍ରମଶଃ ନିଜ ପ୍ରତି ବିଶ୍ଵାସ ଆସେ ଓ ତାହା ଗଭୀର ରୁ ଅତି ଗଭୀର ହୁଏ। କିନ୍ତୁ ଯେଉଁଠି ପୂଜ୍ୟ ପୂଜାର ପରମ୍ପରା କୁ ଖାତିର ନ ଥାଏ ସେଠାରେ ବିଶ୍ୱାସ ଦୋହଲି ଯାଇ ଖାଲି କ୍ଷତି ହୁଏ।

     ଥରେ ଜଣେ ବ୍ୟକ୍ତି ମହାତ୍ମା ବୁଦ୍ଧ ଙ୍କୁ ପ୍ରଶ୍ନ କଲେ, ଭଲ ପାଇବା ଓ ପ୍ରକୃତ ଭଲ ପାଇବା ର ଅର୍ଥ କଣ ଓ ଏଥିରେ କି ବିଶ୍ୱାସ ନିହିତ ଅଛି*ବୁଦ୍ଧଦେବ ଉତ୍ତରରେ କହିଲେ, ଜଣେ ଯେତେବେଳେ ଗୋଟିଏ ସୁନ୍ଦର ଫୁଲ ଫୁଟି ବାର ଦେଖେ, ତାହାକୁ ସେ ଭଲ ପାଏ। ଅର୍ଥାତ୍ ସେ ସେହି ଫୁଲଟିଏ ଛିଣ୍ଡାଇ ଆଣିବାକୁ ଚାହେଁ। ଏହାକୁ କହନ୍ତି ଭଲ ପାଇବା। ପ୍ରକୃତ ଭଲ ପାଇବା ହେଉଛି, ସେହି ବ୍ୟକ୍ତି ଫୁଲର ବାସ୍ନାରେ ଓ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ସେହି ଫୁଲ ଗଛରେ ପାଣି ଦିଏ ଓ ବୃନ୍ତରେ ଥାଉ ବୋଲି ଇଚ୍ଛା କରେ। ବରଂ ବୃନ୍ତଚ୍ୟୁତ ଫୁଲଟି ନେବାକୁ ସେ ପସନ୍ଦ କରେ। ପ୍ରକୃତି ଯେମିତି ବିଶ୍ୱାସରେ ଅନେକ କିଛି ଦାନ ଦିଏ ଆମେ ସେହି ବିଶ୍ଵାସରେ ପ୍ରକୃତିକୁ ଯତ୍ନ ନେବା ଦରକାର। ଭଲ ରେ ଭଲ ଆସେ ଓ ମନ୍ଦରେ ମନ୍ଦ ଆସେ। ଏଇ ବିଶ୍ୱାସରେ ସାରା ଜଗତ ଆତଯାତ ହେଉଛି। ବିଶ୍ଵାସ ର ବିକଳ୍ପ ହେଉଛି ବିଶ୍ଵାସ। ଅନ୍ୟଥା ଆଉ କିଛି ନୁହେଁ।

    ବିଚରା ନାଉରୀ ବାପୁଡ଼ା ଲୋକଙ୍କୁ ନଦୀ ପାର କରିଦେବା ପାଇଁ ଘାଟରେ ଧରମ ଡଙ୍ଗାଟି ଧରି ନିଜର ବୃତ୍ତି ପୋଷଣ କରେ। ଯାତ୍ରୀଙ୍କୁ ନଦୀ ପାର କରିବା ତାର ଧର୍ମ। ଲୋକେ ବିଶ୍ଵାସରେ ତାର ନାବରେ ବସନ୍ତି ଓ ସେ ପ୍ରଭୁଙ୍କ ପାଖରେ ଭରସା ରଖି କାର୍ଯ୍ୟ କରେ। ସେଇ ନଦୀରେ ସେ କେତେ ଘଟଣା ଓ ଦୁର୍ଘଟଣା ଦେଖିଛି। ବହୁ ଅନୁଭୁତିରେ ଶାଣିତ ହୋଇଛି। କେବେ ବିପଦ ବେଳେ ଧୈର୍ଯ୍ୟ ହରାଇ ନାହିଁ କି ସୁଖରେ ବାଟ ହୁଡ଼ି ନାହିଁ, ବରଂ ସୁରୁଖୁରୁରେ ଘାଟ ପାର କରିବା ତାର ଏକ ବିଶ୍ୱସନୀୟ କାର୍ଯ୍ୟ। ସଂସାର ଯାତ୍ରାରେ ଅନେକ ଝଡ଼ ତୋଫାନ ଆସେ, ବିପଦ ଓ ଦୁର୍ଦ୍ଦିନ ଆସେ, ଯିଏ ସାହସ ଓ ବିଶ୍ୱାସ ର ସହ ତାହାକୁ ସମ୍ମୁଖୀନ କରେ ସେ ଜିତାପଟ ନିଏ। ସେହି ବିଶ୍ଵ ବିହାରୀ ଙ୍କ ନାମ ନେଇ ଏ ସଂସାର ବାରିଧି ଅତିକ୍ରମ କରି ବାରେ ସକ୍ଷମ ହୁଏ ବିଶ୍ଵାସରେ ଡାକିଲେ ସେ ପଥ କଢାଇ ନିଅନ୍ତି ଓ ତାଙ୍କରି କରୁଣାରୁ ଜଟିଳ ସରଳ ହୁଏ ଓ ଜୀବନ ରେ ବହୁ ସୁଧାର ଆସେ।

     ସେତୁବନ୍ଧ ବନ୍ଧା ହେଲା ବେଳେ ସବୁ ପଥର କୁ ବିଶ୍ଵାସରେ ଜୟ ଶ୍ରୀରାମ କହି ନଳ ଛୁଇଁବା ପରେ ହିଁ ସମୁଦ୍ରରେ ପଡ଼ି ତାହା ଭାସୁଥିଲା। ଦୂରରୁ ଶ୍ରୀରାମ ଏହାକୁ ଲକ୍ଷ୍ୟ କରୁ ଥିଲେ। ସେ ଭାବିଲେ ତାଙ୍କ ନାଁ ରେ ସତରେ କଣ ଏ ପଥର ଭାସୁଛି*କାହାକୁ କିଛି ନ କହି ସମସ୍ତଙ୍କ ଅଲକ୍ଷ୍ୟରେ ପଥର ଟାଏ ଧରି ସମୁଦ୍ର ପାଣିକୁ ପକାଇ ଦେଲେ। ଟପକିନା ବୁଡିଗଲା। ବିସ୍ମିତ ଓ ଭୀତ ହୋଇଗଲେ ଶ୍ରୀରାମ। କିଛି ବି ବୁଝି ପାରୁ ନ ଥାନ୍ତି। ଦୂରରୁ ଏ କଥା ଶ୍ରୀ ହନୁମାନଜୀ ଲକ୍ଷ୍ୟ କରୁ ଥାନ୍ତି। ସେ ହସି ହସି ପ୍ରଭୁଙ୍କ ପାଖେ ପହଞ୍ଚି କହିଲେ, ଯାହାଙ୍କ ନାମ ଧରି ବିଶ୍ଵାସରେ ଏ ପଥର ଭାସୁଛି ସେ ନିଜେ ପଥର ଟାକୁ ପକେଇ ଦେଲେ ତାହା ଭାସିବ କେମିତି*ଅପ୍ରସ୍ତୁତ ଓ ଅପ୍ରତିଭ ହୋଇଗଲେ ଶ୍ରୀରାମ। ନାମର ମହିମା ସେ ନିଜେ ତାହାହେଲେ ବୁଝି ନାହାଁନ୍ତି। ରାମ ଏକ ରାଜାର, ଏକ ସମ୍ପ୍ରଦାୟର, ଏକ ଅର୍ଚ୍ଚନା ର ପ୍ରତୀକ ନୁହନ୍ତି। ସେ ମାନବ ବାଦର ପ୍ରତୀକ ଓ ବିଶ୍ୱାସ ର ପ୍ରତୀକ। ତାଙ୍କ ଜୀବନାଦର୍ଶ ସଂଗ୍ରାମ ଓ ଉତ୍ସର୍ଗ ର ଥିଲା। ମଣିଷ ପଣିଆ ର ଥିଲା। ଲୋକ ଶିକ୍ଷା ପାଇଁ ତାଙ୍କର କଠୋର ତ୍ୟାଗ ଥିଲା। ରାମ ନାମ ସର୍ବ ହୃଦୟ ଜୟର ଏକ ଅପୂର୍ବ ଗାଥା, କଥା ଓ ପ୍ରବଣତା। ତେଣୁ ବିଶ୍ୱାସ ରେ ସବୁ କଥା ହାଲୁଜା ହୁଏ।

   ବିଶ୍ୱାସରେ ପରିବାର ଗଢ଼ା ହୁଏ, ରାଜା ରାଜ୍ୟ ଶାସନ କରନ୍ତି, ଲୋକ ମାନଙ୍କ ମତ ପୋଷଣ ରେ ଗଣତନ୍ତ୍ର ପ୍ରତିଷ୍ଠା ହୁଏ, ସମାଜ ଶୃଙ୍ଖଳିତ ହୁଏ ଓ ସର୍ବୋପରି ମଣିଷ ଉତ୍ତମ ମଣିଷ ପଣିଆ କୁ ବଞ୍ଚାଇ ରଖେ। ସମ୍ପର୍କର ଡୋର ବଡ ମଜଭୁତ ହୁଏ। ପ୍ରକୃତି ହିଁ ବିଶ୍ୱାସ ର ଗନ୍ତା ଘର। ପ୍ରକୃତିର ଅନୁଗାମୀ ହୋଇ ଆସନ୍ତୁ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ବଞ୍ଚିବା ଓ କାମ କରି ଯିବା ବିନା ସ୍ୱାର୍ଥରେ ପର ହିତ ପାଇଁ।



Rate this content
Log in

Similar oriya story from Action