ଠିକ୍ ନିଷ୍ପତି
ଠିକ୍ ନିଷ୍ପତି
ପ୍ରବଳ କ୍ରୋଧରେ ଘର ଭିତରକୁ ପଶିବା ପରେ, କାବେରୀ ସାନ ଭାଇର ସ୍ତ୍ରୀ ଅଞ୍ଜନାକୁ ଅଗଣାରେ କାମ କରୁଥିବାର ଦେଖି ପଚାରିଲା, ଅଞ୍ଜନା ମା କେଉଁଠି ? ନମସ୍କାର ଦିଦି। ତୁମେ ହଠାତ୍ ଆସିଗଲ କଣ ହେଲା ଦିଦି ? ନା ହାଏ, ନା ହେଲୋ କେବଳ ମାଆଙ୍କ ବିଷୟରେ ପଚାରୁଛ , ଆସ ଆସ ଭିତରକୁ ଆସ ।ଏହା କହି, କାମ ହାତରୁ ଛାଡି, ଅଞ୍ଜନା କାବେରୀଙ୍କ ପାଦ ଛୁଇଁ ବସିବା ଘର ଆଡକୁ ଆଣିଲା। କାବେରୀ ତା ଭୁଲ ବୁଝିପାରିଲା , ସେ ଅଞ୍ଜନାର ପଛେ ପଛେ ବସିବା ଘର ଆଡ଼କୁ ଗଲା ଆଉ କହିଲା, "କିଛି ନୁହେଁ ଅଞ୍ଜନା ମୁଁ ଖରା ରେ ଆସିଲି ତ, ସେଥିପାଇଁ ମୁଁ ଟିକେ ଚିଡିଗଲି। ଦିଦି ତୁମେ ଟିକେ ବସିଥାଅ ମୁଁ ଶୀଘ୍ର ଫେରି ଆସୁଚି ।ଏହା କହି ଅଞ୍ଜନା ରୋଷେଇ ଘରକୁ ଗଲା। ଡ୍ରଇଂ ରୁମରେ ବସି କାବେରୀ ଭାବିବାକୁ ଲାଗିଲା ଯେ ସବୁକିଛି କେତେ ବଦଳି ଯାଇଛି। ବିବାହ ହେବା ମାତ୍ରେ ତା ବାପାମାଆଙ୍କ ଘର ଏକ ଅପରିଚିତ ଘର ହୋଇଯାଏ। ଏବଂ ବାପାମାଆ ମଧ୍ୟ ବଦଳି ଯାଆନ୍ତି। ଯେତେବେଳେ କାବେରୀ ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀରୁ ନିଯୁକ୍ତି ପତ୍ର ଆସିଥିଲା, ତା ଶାଶୁ ତାକୁ ଚାକିରି କରିବାକୁ ମନା କରି ଦେଲେ । ତା ଶ୍ୱଶୁର ଏବଂ ସ୍ୱାମୀ ମଧ୍ୟ ମନା କରିଦେଲେ । କାବେରୀ ତାପରେ ବପାମାଆ ଘରକୁ ଆସି ଥିଲା ଏବଂ ତା ମାଆକୁ ସବୁକିଛି କହିଲା ଆଉ ମାଆର ମତାମତ ମାଗିଲା, କିନ୍ତୁ ସେ ସିଧାସଳଖ ମନା କରିଦେଲେ ଏବଂ ଘରର ଦାୟିତ୍ୱ ଏବଂ ସମସ୍ତଙ୍କ ଯତ୍ନ ନେବା ଉପରେ ଏକ ଲମ୍ବା ବକ୍ତୃତା ଦେଲେ। ଅସହାୟ ଭାବରେ, କାବେରୀ ତା ଶ୍ୱଶୁର ଘରକୁ ଫେରିଗଲା ଆଉ ଧୀରେ ଧୀରେ ତା ଚାକିରି ବିଷୟରେ ଭୁଲିଗଲା। ଭାଇ ଶ୍ରବଣ ଅଞ୍ଜନା ସହିତ ବିବାହ କରିବାର ଗୋଟିଏ ବର୍ଷ ବି ହୋଇନାହିଁ ଏବଂ ଗତକାଲି, ମାଆ ତାକୁ ଫୋନରେ କହିଥିଲେ ଯେ ଅଞ୍ଜନା ଚାକିରି ପାଇଛି ଏବଂ ସେ ଆସନ୍ତା ସପ୍ତାହରେ ଯୋଗ ଦେଉଛି। ଏହା ଶୁଣି ସେ ମାଆର ଦୋମୁହାଁ ମନୋଭାବରେ ରାଗିଗଲା। ସେ ଫୋନରେ କିଛି କହିଲା ନାହିଁ କିନ୍ତୁ ପରଦିନ ମାଆଙ୍କ ସହିତ ମୁହାଁମୁହିଁ କଥା ହେବାକୁ ଭାବିଲା କିନ୍ତୁ କାବେରୀ ଆସିଲା ବେଳକୁ ମାଆ ଘରେ ନଥିଲେ । ଅଞ୍ଜନା ସେହି ସମୟରେ ଦିଦି, ଗରମ ଗରମ ବରା ଆଉ ଗରମ୍ ଗରମ୍ ଚାହା ନିଅ , କେବଳ ଗରମ ହିଁ ଗରମକୁ ମାରିପାରିବ , ଅଞ୍ଜନା କହିଲା ତୁମେ ଖାଉ ଥାଅ ମୁଁ ମାଆ ଙ୍କୁ ଡାକି ଆଣୁଛି , ସେ ପଡ଼ୋଶୀରେ କୌଶଲ୍ୟା ମାଉସୀଙ୍କ ବୋହୂଙ୍କୁ ଭେଟିବାକୁ ଯାଇଛନ୍ତି।କାବେରୀ ପଚାରିଲା କୌଶଲ୍ୟା ମାଉସୀଙ୍କ ବୋହୂର କ'ଣ ହେଲା ? କିଛି ବିଶେଷ ନାହିଁ ଦିଦି, ସେ ଜଣେ କର୍ମଜୀବୀ ମହିଳା ଏବଂ ମୋତେ ଆସନ୍ତା ସୋମବାରରୁ ଯୋଗ ଦେବାକୁ ପଡିବ, ତେଣୁ ସେ ତାଙ୍କ ଏବଂ କୌଶଲ୍ୟା ମାଉସୀଙ୍କଠାରୁ ନିଜ ପାଇଁ ଏବଂ ମୋ ପାଇଁ କିଛି ଟିପ୍ସ ନେବାକୁ ଯାଇଛନ୍ତି। ଅଞ୍ଜନା ସେଠୁ ଚାଲି ଗଲେ । ଅଞ୍ଜନାର କଥା ଶୁଣି କାବେରୀର କାନରେ ଯେପରି ଗୋଟେ ଗରମ୍ ଅଙ୍ଗାର ପଡି ଯାଇଛି ଅଏପରି ଲାଗିଲା। ତା ମୁହଁରୁ ବରା ଆଉ କଫିର ଉଷ୍ମତା ସମ୍ପୂର୍ଣ୍ଣ ଉଭାନ ହୋଇଗଲା। ବାହ, ମାଆ ମୋ ସମୟରେ, ମୋ ସାଂସାରିକ ଜିନିଷଗୁଡ଼ିକୁ ମନେ ପକାଉଥିଲୁ ଆଉ ତୋ ବୋହୂ ସମୟରେ, ତୁ ଅନ୍ୟମାନଙ୍କଠାରୁ ଟିପ୍ସ ନେଉଛୁ...... ବସୁଧା ଦେବୀ ଆସିଲେ , ଆଲୋ ମା କାଲି ଆମେ ଫୋନ୍ ରେ କଥା ହେଇ ଥିଲେ ପରା ଆଉ ତୁ ଆଜି ଆସି ହାଜର , କଣ ହେଲା କାବେରୀ ? ଯଦି ମୁଁ ନ ଆସିଥାନ୍ତି, ତେବେ ମୁଁ ତୋର ଦ୍ୱନ୍ଦ୍ୱ ମାନର ଝଲକ ଦେଖିପାରି ନଥାନ୍ତି। ବାଃ, ମା, ବାଃ କାବେରୀ ତା ମାଆକୁ ଏକ ତୀକ୍ଷ୍ଣ ମୁହଁରେ ଉତ୍ତର ଦେଇଥିଲା ବସୁଧା ଦେବୀ କହିଲେ ତୁ କ'ଣ କହୁଛୁ କାବେରୀ ତୁ ଯାହା କହିବାକୁ ଚାହୁଁଛ, ସିଧା କୁହ, ମୋ ଆଗରେ ବୁଲେଇ ବଙ୍କେଇ କହନା । ମାଆ ତୁ ଏବେ କେଉଁଠାରୁ ଆସୁଛୁ ? ଠିକ୍ ସେତିକିବେଳେ ଅଞ୍ଜନା ଦୁଇଟି ଚାହା କପ୍ ନେଇ ଭିତରକୁ ଆସିଲା ଏବଂ ଗୋଟିଏ ମାଆଙ୍କୁ ଦେଲା ଏବଂ ଅନ୍ୟଟି ନିଜେ ପିଇଲା ଆଉ ସାମ୍ନା ସୋଫାରେ ବସିଗଲା। ମୁଁ କର୍ମଜୀବୀ ମହିଳା ଏବଂ ତାଙ୍କ ଶାଶୁମାନଙ୍କ ପାଇଁ କିଛି ଟିପ୍ସ ପାଇବା ପାଇଁ କୌଶଲ୍ୟା ଏବଂ ତା ବୋହୂଙ୍କ ପାଖକୁ ଯାଇଥିଲି ଆଉ ମାଆ, ମୋ ଚାକିରି ସମୟରେ, ତୁ ମୋତେ ଅନୁସୂୟାର ସମ୍ପୂର୍ଣ୍ଣ କାହାଣୀ କହିଥିଲୁ। ତା'ପରେ ତୋର କଣ ହେଲା ? ଓଃ ତାହା ହେଲେ କଥା ଏଇଟା । ଏହା କହି ବସୁଧା ଦେବୀ ହସିଲେ , ଆଉ କହିଲେ , କାବେରୀ, ଧ୍ୟାନ ଦେଇ ଶୁଣ। ଅଞ୍ଜନା ହେଉଛି ମୋ ବୋହୂ। ଯଦି ମୁଁ ଅଞ୍ଜନାର ଖୁସି ପ୍ରତି ଧ୍ୟାନ ଦେବି ନାହିଁ ତେବେ ସେ ମୋ ଖୁସି ପ୍ରତି କାହିଁକି ଧ୍ୟାନ ଦେବ। ଦ୍ୱିତୀୟତଃ ଅଞ୍ଜନାର ସ୍ୱାମୀକୁ ଯଦି ଅଞ୍ଜନାର ବାହାରକୁ ଯିବାରେ କୌଣସି ଆପତ୍ତି ନାହିଁ। ତୁ ଏହି ଘରର ଝିଅ। ତୁ ଯେଉଁ ଘରର ବୋହୂ, ସେହି ଘରର ବଡ଼ଲୋକ ଏବଂ ସ୍ୱାମୀର ପରାମର୍ଶ ପାଳନ କରିବା ତୋର କର୍ତ୍ତବ୍ୟ। ଯଦି ମୋର ପରାମର୍ଶ ତୋର ବୈବାହିକ ଜୀବନକୁ କଳହରେ ପୂର୍ଣ୍ଣ କରିବ, ତେବେ ମୁଁ ଏପରି କାହିଁକି କରିବି? ଯେତେବେଳେ ତୋର ସ୍ୱାମୀ ଆଉ ଶାଶୁ ଏହା ଚାହୁଁ ନଥିଲେ, ତେବେ ମୁଁ ଏପରି କାହିଁକି କରିବି? ମୁଁ ତତେ କାମ କରିବାକୁ କାହିଁକି ଉତ୍ସାହିତ କରିବି ? ତୋ ଘରେ କାହିଁକି ଦ୍ୱନ୍ଦ୍ୱ ସୃଷ୍ଟି କରିବି ? ଆଉ ଗୋଟିଏ କଥା ଶୁଣ ତୁମେ ଯିବା ପରେ, ମୁଁ ତୁମ ଶାଶୁଙ୍କ ସହ ଏ ବିଷୟରେ କଥା ହୋଇଥିଲି। ସେ ସିଧା ସିଧା ମନା କରି ଦେଲେ ମୁଁ ଆଉ କଣ କରି ପାରିବି ? ମୁଁ ମୋ ଘରର ନିଷ୍ପତି ସିନା ନେଇ ପାରିବି ହେଲେ ତୋ ଘରର ନିଷ୍ପତି ତୋ ଶାଶୁ ଶଶୁର ଆଉ ତୋ ସ୍ବାମୀ ନେବେ , ଆଉ ତତେ ତାଙ୍କ ନିଷ୍ପତିକୁ ମାନି ଚଳିବୁ । ମୁଁ ତୋ ଘର ନିଷ୍ପତି ନେଇ ତୋ ଘର ଭାଙ୍ଗିବାକୁ ଚାହେଁନି......
