Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Dr Jharana Satapathy

Romance Tragedy

5.0  

Dr Jharana Satapathy

Romance Tragedy

ତଥାପି ସିଏ ମୋ ପତ୍ନୀ

ତଥାପି ସିଏ ମୋ ପତ୍ନୀ

3 mins
276


ଆଖିରୁ ଜଣାପଡୁଥାଏ ରାଜବଂଶି ବାବୁଙ୍କର ନିଜ ସ୍ତ୍ରୀ ପ୍ରତି ତାଙ୍କର ଅଗାଢ ପ୍ରେମ ଏବଂ ଭଲପାଇବା ।

ଭାରି ଭଦ୍ରବ୍ୟକ୍ତି ସେ ଜଣେ । ବୃତ୍ତିରେ ଜଣେ ଇଜ୍ଞିନିୟର । ଦେଖିବାକୁ ଶାନ୍ତ ସ୍ବଭାବର ବ୍ୟକ୍ତିଟିଏ । କେବେ ବି ତାଙ୍କ ସହ ଆମର ଦେଖା ସାକ୍ଷାତ ହୋଇ ନଥିଲା । ଆସାମ ଯିବା ସମୟରେ ଅନ୍ୟଜଣଙ୍କ ଠାରୁ ରାଜବଂଶୀ ସାରଙ୍କର ଫୋନ୍ ନମ୍ବର ଆଣି ତାଙ୍କୁ ଟିକେ ଫୋନ କରିଥିଲୁ ଏବଂ ତାଙ୍କର ସହଯୋଗ ଆଶା କରିଥିଲୁ । ଯେହେତୁ ମୋ ସ୍ବାମୀ ପେଶାରେ ଜଣେ ଇଞ୍ଜିନିୟର, ଓଡିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବା ସଂଘ ଭୁବନେଶ୍ୱର ଶାଖା, ସଭାପତି । ରାଜଵଂଶି ସାର୍ ବି ଜଣେ ଇଞ୍ଜିନିୟର । ସଂଘରେ ରହିବାପାଇଁ ରୁମର ଆବଶ୍ୟକତା ପଡିବାଲାଗି ରାଜବଂଶି ସାରଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲୁ ।

ଆମେ ଗୌହାଟିରେ ପହଞ୍ଚିବା କ୍ଷଣି ନିଜେ ସେ ଆସି ଆମ ସାମନାରେ ଉପସ୍ଥିତ ଥିଲେ । ଏମିତି ପରସ୍ପରର କଥାବାର୍ତ୍ତା ଭିତରେ ମୁଁ ପଚାରିଦେଲି ଭାବିଜୀ ୟାହାଁ ରହେତେ ହେ ଗୌହାଟିମେ । ସିଏ ଗୋଟେ କଥା କହିଥିଲେ ଭାବିଜୀ ହାମେ ଛୋଡକର ଚଲେଗୟେ । ମୁଁ କିଛି ସମୟ ବୁଝିପାରିନଥିଲି ମୁଁ ବାରମ୍ବାର ସେହି କଥା ପଚାରୁଥାଏ ସେ ଭଦ୍ର ବ୍ୟକ୍ତି ଆଖିରୁ ଧାର ଧାର ଲୁହକାଢି ମୋ ସ୍ତ୍ରୀ ମତେ ଅଠର ବର୍ଷ ହେଲାଣି ଛାଡି କୁଆଡେ ଚାଲିଯାଇଛନ୍ତି । ତୁଣ୍ଡରେ ତାଙ୍କର ଗୋଟିଏ କଥା ଥିଲା ମୁଁ ଏବେବି ମୋ ସ୍ତ୍ରୀକୁ ଭଲପାଏ । ମୁଁ ପଚାରିଲି ସାର ଆପଣ ଏତେ ଭଲ ଆପଣଙ୍କୁ ଛାଡି ଆପଣଙ୍କ ସ୍ତ୍ରୀ କାହିଁକି ଛାଡି ଚାଲିଗଲେ?

ସିଏ ଗୋଟିଏ କଥା କହୁଥାନ୍ତି ସ୍ତ୍ରୀ ହେଉଛି ସାକ୍ଷାତ ଦେବୀ ସ୍ବରୂପ ତାଙ୍କୁ ସର୍ବଦା ସମ୍ମାନ କରିବା ଆବଶ୍ୟକ । ସିଏ ସାକ୍ଷାତ ଲକ୍ଷ୍ମୀ । ସ୍ତ୍ରୀ ଇଶ୍ବରଙ୍କର ଏକ ଅବଦାନ । ସିଏ ମୋ ମିଷ୍ଟରଙ୍କୁ କହୁଥାନ୍ତି ଆପଣ ସାକ୍ଷାତ ଦେବୀଟିଏ ପାଇଛନ୍ତି ତାଙ୍କୁ ସବୁବେଳେ ସମ୍ମାନ ଦେବେ । ଏତିକି କହୁ କହୁ ରାଜବଂଶୀ ସାରଙ୍କର ଆଖିରେ ଲୁହ ଟଳଟଳ ହୋଇ ଦେଖାଯାଉଥାଏ । ଖାଲି ଗୋଟିଏ କଥା କହୁଥାନ୍ତି ତାଙ୍କ ସ୍ତ୍ରୀ ମଧ୍ୟ ବହୁତ ଭଲ । ସିଏ କାହିଁକି ଛାଡି ଚାଲିଗଲେ ଜଣାନାହିଁ । ମୁଁ ଏବେବି କହିପାରିବିନି ସିଏ ଭଲ ନୁହଁ ବୋଲି । ସିଏ ବହୁତ ଭଲ । ମୁଁ ଏବେବି ତାଙ୍କୁ ଭଲ ପାଉଛି । ସମସ୍ତେ ମତେ ସେହି କଥା ପଚାରନ୍ତି ଆପଣ ଏତେ ଭଲ ତଥାପି ଆପଣଙ୍କୁ ଛାଡି ଆପଣଙ୍କ ସ୍ତ୍ରୀ କାହିଁକି ଛାଡିଗଲେ?

ଏତିକି ବାର୍ତ୍ତାଆଳପରେ ପଚାରିଦେଲି ସାର୍ ଆପଣଙ୍କର ପିଲାପିଲି । ସେ ଖୁବ୍ ଶାନ୍ତ ସ୍ବରରେ ବିନମ୍ର ଭାବେ କହିଲେ ମୋର ଦୁଇଟି ଝିଅ । ବଡଝିଅ ଇଂଲଣ୍ଡ କେମ୍ବ୍ରିଜ୍ ୟୁନିଭରସିଟିରେ ପଢୁଛି ଏବଂ ସାନ ଝିଅ ଦିଲ୍ଲୀରେ ପଢୁଛି । ମୋର ଯେତିକି ଗୌହାଟିରେ ଥିବା ଜମି ମୁଁ ସଂଘକୁ ଦାନ କରିଦେଇଛି । ଆଉ ଦୁଇ ବର୍ଷ ଚାକିରି ଅଛି । ନିଜେ ରୋଷେଇ କରି ଖାଉଛି । ଦେହକୁ ସୁସ୍ଥ ରଖିବା ପାଇଁ ଜିମ୍ ଯାଉଛି । ବିନା ଏସି,ପଙ୍ଖାରେ ରହୁଛି । ଏବେବି ଅନ୍ୟ ସ୍ତ୍ରୀକୁ ବିବାହ କରିନାହିଁ । ତାଙ୍କ ସହ କଥାବାର୍ତ୍ତା କରିବା ପାଇଁ ଆମ ପାଖରେ ସମୟ ନଥାଏ ଯେହେତୁ ଆମ ଫ୍ଳାଇଟ ଟାଇମ ହୋଇଯାଇଥାଏ ।

ଭଗବାନଙ୍କ ଲୀଳା ବଡ ବିଚିତ୍ର l ଯେଉଁମାନେ ଖୁବ୍ ଦୁଃଖ କଷ୍ଟରେ ଥାଆନ୍ତି ଠିକ୍ ସେମିତିଆ ଲୋକ ଦେଖିକି ହିଁ ଦୁଃଖର ପାହଡ ତାଙ୍କ ଉପରେ ଲଦି ଦିଅନ୍ତି l ସତରେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ସଫଳତାର ପାହାଚ ପରେ ପାହାଚ ଚଢିବା ତାଙ୍କ ପକ୍ଷରେ ବହୁତ କଷ୍ଟକର ଥିଲା ।  

ବଣ୍ଡ ପେପରରେ ତାଙ୍କ ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତି ସେ ସଂଘ ନାଁରେ କରି ଦେଇଛନ୍ତି । ଅପର୍ଯ୍ୟାପ୍ତ ପଇସା ଅଛି ତାଙ୍କ ପାଖରେ କିନ୍ତୁ ଆଉ ସେ ମନ ନାହିଁ । ଯେଉଁ ଜମି ଉପରେ ଆସାମ ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ନିର୍ମାଣ ହୋଇଅଛି ସେହି ଜମିଟି ରାଜବଂଶୀ ସାରଙ୍କ ଦ୍ବାରା ଦାନସୂତ୍ରରେ ପ୍ରଦାନ କରାଯାଇଛି ।

କିନ୍ତୁ ଏସବୁ ଭିତରେ ମଧ୍ୟ ପିଲାମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ନିଜ ହୃଦୟରେ ସମସ୍ତ ଦୁ୍ଃଖ କଷ୍ଟକୁ ଚାପିରଖି ଲକ୍ଷ୍ୟ ପଥରେ ଆଗେଇଚାଲିଥିଲେ ରାଜବଂଶୀ ବାବୁ ।  

ମନରେ ଏବେବି ପ୍ରଶ୍ନବାଚୀ ରହୁଛି ଏଥିରେ ଭୁଲ ଅବା କାହାର? ରାଜବଂଶୀ ବାବୁ ଆଗରୁ କ୍ରୁର ସ୍ବଭାବର ଥିଲେ କି?ପରିସ୍ଥିତିରେ ପଡି ଏଭଳି ବଦଳି ଯାଇଛନ୍ତି କି ? ନା ତାଙ୍କ ସ୍ତ୍ରୀଙ୍କର ଏଥିରେ କିଛି ଭୁଲ ଅଛି । ଦୁଇ ହାତରେ ହିଁ ତାଳି ବାଜେ । ନିଶ୍ଚୟ ଦୁଇଜଣଙ୍କର କିଛି ଭୁଲରହିଥାଇ ପାରେ । କାହାର ଉନିଶ ଆଉ କାହାର ବିଶ୍ । ଖାଲି ରାଜବଂଶି ସାରଙ୍କ ପାଟିରୁ ବାହାରୁଥାଏ ତଥାପି ସେ ମୋର ସ୍ତ୍ରୀ ସିଏ ଯେଉଁଠିବି ଥାଉ ।  


Rate this content
Log in

More oriya story from Dr Jharana Satapathy

Similar oriya story from Romance