ତିରସ୍କାର ନୁହେଁ ସହଯୋଗ ଲୋଡା
ତିରସ୍କାର ନୁହେଁ ସହଯୋଗ ଲୋଡା


ଦାମୋଦର ମିଶ୍ର - ଜଣେ ପୋଲିସ କର୍ମଚାରୀ । ବୟସ ୩୨ ହେଲାଣି । ଆଜି କା ଦିନ ରେ ସେ ଜଣେ ଆଗ ଧାଡ଼ି ର କରୋନା ଯୋଦ୍ଧା । ନିଜ ଜୀବନ କୁ ଉତ୍ସର୍ଗ କରିଛନ୍ତି ଦେଶ ପାଇଁ, ଜନ ସାଧାରଣ ଙ୍କ ପାଇଁ। ଘରେ ସ୍ତ୍ରୀ, ପିଲା ଛୁଆ ଙ୍କୁ ଛାଡ଼ି ବାହାରି ପଡ଼ନ୍ତି ନିଜର କର୍ତ୍ତବ୍ୟ କରିବାକୁ । ମନରେ ଅନେକ ଭୟ, ସଙ୍କୋଚ ଥିଲେ ମଧ୍ୟ ଦୃଢ ବିଶ୍ବାସ ର ସହ ଲଢେଇ କରୁଛନ୍ତି ଆଜି ବିଜୟ ପଥରେ । ପତ୍ନୀ ତାଙ୍କର ସୁନନ୍ଦା ପଟ୍ଟନାୟକ ।
ସେଦିନ ଘରକୁ ଫେରିଲା ବେଳକୁ ଝିଅ ତାଙ୍କର ଦଉଡ଼ି ଆସିଲା ବାପା ବାପା କହି ଦାମୋଦର ବାବୁ ଦୂରେଇ ଯାଇ କହିଲେ ରହ ମା ମୁଁ ବାହାରୁ ଆସିଲି ଆଗ ଭଲ ଭାବେ ଗାଧେଇ ,ଡ୍ରେସ ପଟା ଧୋଇ ସାରେ କଥା ହେବା ।
ଝିଅ - ବାପା ତମକୁ ମୋର ବଡ କଥା ଟିଏ କହିବାର ଅଛି ।
ଦାମୋଦର - ହଉ ହେଲା, ମୁଁ ଆସେ ।
ଏତକ କହି ଦେଇ ଦାମୋଦର ବାବୁ ସିଧା ପଶିଲେ ବାଥରୁମ୍ ଭିତରକୁ । ନିଜର ଡ୍ରେସ ପଟା ଧୋଇ, ଭଲ ଭାବେ ଗାଧେଇ ସାରି ବାହାରକୁ ଆସିଲେ । ସମୟ ପ୍ରାୟେ ରାତି ୮ ଟା ହେଇ ଗଲାଣି ସେତେବେଳକୁ ।
ସମସ୍ତେ ଏକାଠି ହେଲେ ଡାଇନିଂ ଟେବୁଲ ପାଖରେ । ଦାମୋଦର ବାବୁ ଝିଅ କୁ ପାଖକୁ ଡାକି କହିଲେ ମା ରେ କଣ କହୁ ଥିଲୁ କହ ।
ଝିଅ - ବାପା, ମୋ ସହ କେହି ଆମ କଲୋନୀ ରେ ଖେଳୁ ନାହାଁନ୍ତି । ମୋ ସହ, ମା ସହ କେହି କଥା ବି ହଉ ନାହାନ୍ତି ।
ଦାମୋଦର - ହେଲେ କଣ ପାଇଁ ମା! ସୁନନ୍ଦା କଣ ହେଇଛି ? ତମେ ତ ମତେ କଣ କିଛି କହିନ?
ଝିଅ - ବାପା ତମେ ଯୋଉ କରୋନା ଯୋଦ୍ଧା ହେଇଛ ସେଥି ପାଇଁ । ତମକୁ କୁଆଡ଼େ ଅଳ୍ପ ଦିନ ରେ କରୋନା ହେଇ ଯିବ ଆଉ ଆମକୁ ବି ସେଥି ପାଇଁ ସମସ୍ତେ ଆମ ସହ ମିଶୁ ନାହାଁନ୍ତି ।
ଦାମୋଦର - ନାଇ ମା ସେମିତି କଥା ନାଇ । ତୁ ଖାଇ ଦେଇ ଯା ଶୋଇ ପଡ଼ ।
ସମସ୍ତେ ଖାଇଲେ ମିଶି ତା ପରେ ଝିଅ ତାଙ୍କର ଗଲା ଶୋଇବାକୁ । ଝିଅ ଗଲା ପରେ ଦାମୋଦର ବାବୁ ଆଉ ସୁନନ୍ଦା ଦେବୀ ସୋଫା ରେ ବସି ଏ କଥା ଉପରେ ଆଲୋଚନା କଲେ । ସୁନନ୍ଦା ଦେବୀ ଟିଭି ଟାକୁ ଲଗେଇ ଦେଲେ ମୁଖ୍ୟ ଖବର ଆସିଲା - ରାଜ୍ୟ ରେ ୧୦ କରୋନା ଯୋଦ୍ଧା ଙ୍କୁ କବଳିତ କଲା କରୋନା ।
ଖବର ଦେଖି ଦାମୋଦର ବାବୁ ଆଉ ସୁନନ୍ଦା ଦେବୀ ଚକିତ ହେଇ ଗଲେ । ଆଉ ଟିଭି ଟାକୁ ବନ୍ଦ କରି ଦେଲେ ।
ଦାମୋଦର - କଣ ବା କରା ଯିବ ଆଉ ? ସବୁ ଜୀବ ଜୀବନ କୁ ଵ୍ୟତି ବ୍ୟସ୍ତ କରି ସାରିଲାଣି ଏ ମହାମାରୀ ।
ସୁନନ୍ଦା - ଝିଅ ଯାହା କହିଲା ସବୁ ସତ କଥା ।
ଦାମୋଦର - ନାଁ କୁ ସିନା ଆମେ କରୋନା ଯୋଦ୍ଧା ହେଲେ ଲୋକ ଙ୍କ ଆଗରେ ଆମେ ଏବେ ଅଛୁଆଁ ।ଆମ ପରିବାର ଅଛୁଆଁ ।
ସୁନନ୍ଦା - ତମେ ଆଉ କାଲି ଠୁ ଯା ଅ ନାହିଁ ।
ଦାମୋଦର - ନା ନା ସେଇଟା ଅସମ୍ଭବ । ଯଦି ଆମେ ବି ଏମିତି ଡରି ଘରେ ରହିବୁ ତାହେଲେ ଏ ସବୁ କରବା କିଏ ? ଯିଏ ଯାହା କହୁ ପଛେ ମୁଁ ଚାହେଁ ମୋ କାମ ପାଇଁ ମୋ ପରିବାର ମୋ ଉପରେ ଗର୍ବ କରୁ ।
ସୁନନ୍ଦା - ଦେଖୁଛ ନା ଏବେ ସବୁବେଳେ କେତେ ଜଣ ଯୋଦ୍ଧା ଆକ୍ରାନ୍ତ ହଉଛନ୍ତି ।
ଦାମୋଦର - ଦେଖ, ସୁନନ୍ଦା, ସବୁବେଳେ ସମାନ ନ ଥାଏ । ଜୀବନ ରେ ସୁଖ ଦୁଃଖ ର ଝଡ଼ ଲାଗି ରହି ଥାଏ । ଠିକ୍ ସେମିତି ଏ ମହାମାରୀ କରୋନା ସାରା ବିଶ୍ଵ ପାଇଁ ଝଡ଼ ସଦୃଶ ।
ସୁନନ୍ଦା - ଏ ଝଡ଼ କେବେ ବନ୍ଦ ହବ ତ!
ଦାମୋଦର - କରୋନା ରୁପି ଝଡ଼ ବନ୍ଦ ହବ ନିଶ୍ଚୟ ବନ୍ଦ ହବ । ହେଲେ ଏଥି ପାଇଁ ଏକତା ଦରକାର । ଶାରୀରିକ ଏକତା ନୁହଁ ମାନବିକତାର ଏକତା , ସହାନୁଭୂତି ର ଏକତା, ବୁଝାମଣା ର ଏକତା ।
ହେଲେ ଏଠି ତ ଆଉ କିଛି ଚାଲିଛି । ଯୋଦ୍ଧା କୁ ସମ୍ମାନ ନୁହେଁ ମିଳୁଛି ତିରସ୍କାର, ଘୃଣା ଭେଦ ଭାବ।
କରୋନା ରୁପି ଝଡ଼ ସହ ଆଜି ସବୁ ପୋଲିସ କର୍ମଚାରୀ, ଡାକ୍ତର କର୍ମୀ, ସ୍ବେଚ୍ଛାସେବୀ ସବୁ ଜଣେ ଜଣେ ଯୋଦ୍ଧା ପାଲଟିଛନ୍ତି । ଝଡ଼ କୁ ରୋକିବା ପାଇଁ ବୈଜ୍ଞାନିକ ମାନେ ଦିନ ରାତି ଏକ କରି ଟୀକା ତିଆରି କରିବାରେ ଲାଗିଛନ୍ତି । ଔଷଧ ମଧ୍ୟ ବାହାର କରି ସାରିଲେଣି । ଆଉ ମାତ୍ର କିଛି ଦିନର ସଂଘର୍ଷ ତା ପରେ ଏ ଝଡ଼ ବନ୍ଦ ହବ ଆଉ ପୁଣି ଥରେ ଆମେ ଏକାଠି ପୁନେଇ ପର୍ବ ପାଳିବା।
ସୁନନ୍ଦା - ପ୍ରଭୁ ଜଗନ୍ନାଥ ଙ୍କ ପାଖେ ଏହି ଗୁହାରି କରୋନା ରୁପି ଏ ଭୟଙ୍କର ଝଡ଼ ପ୍ରକୋପ ରୁ ସଭିଙ୍କୁ ରକ୍ଷା କର ପ୍ରଭୁ । ରକ୍ଷା କର ।
ଦାମୋଦର - ହଁ ଆଉ ଏଥି ପାଇଁ ଆମକୁ ତିରସ୍କାର ନୁହେଁ ବରଂ ସହଯୋଗ ର ହାତ ଦରକାର ସଭିଙ୍କ ପାଖ ରୁ ।
ସୁନନ୍ଦା - ଆମ କରୋନା ଯୋଦ୍ଧା ଙ୍କ ର ଉଦ୍ୟମ କେବେ ବି ବ୍ୟର୍ଥ ରେ ଯିବନି । ଝଡ଼ ବନ୍ଦ ହବ ଆଉ ସୂର୍ଯ୍ୟ ଙ୍କ ନୂତନ କିରଣ ଆଣି ଦବ ଖୁସି ର ମେଳଣ ।