STORYMIRROR

Disambar Meher

Children Others

2  

Disambar Meher

Children Others

ତହଁକ୍ ଥିଲେ ହେସି ଜିତ୍

ତହଁକ୍ ଥିଲେ ହେସି ଜିତ୍

4 mins
1.3K


ଆଲାରାମ୍ କିରିଙ୍ଗ୍ କିରିଙ୍ଗ୍ ବାଜ୍ଲା ରୋହନ୍ ଭୁସ୍ ଭାସ୍ ହେଇକରି ଉଠ୍ଲା ଆର୍ ଘଣ୍ଟା ଦେଖ୍ଲା ଜେ ୭ ବାଜିଥାଏ । ହରବରି ନେ ଗାଧାପାଧା କଲା ଆର୍ ନାସ୍ତା କରବାକେ ଆସ୍ଲା ।ତାର୍ ମାଆ ଭି ନାସ୍ତା ବନେକରି ପୋ କେ ଜୁଗିଥାଏ । ନାସ୍ତା ଖେଇକରି ତାର୍ ବହି ବସ୍ତା ଧର୍ଲା ଆର୍ ବସ୍ ଟେସନ୍ କେ ଗଲା । ବସ୍ ଟେସନ୍ ନୁ ଖବର୍ କାଗଜ୍ ଆନିକରି ଲୋକର୍ ଘର୍ ଘର୍ କେ ଦେଲା ଆର୍ ୧୦.୩୦ ନେ ସ୍କୁଲ୍ କେ ଖେଟ୍ଲା। ସ୍କୁଲ୍ କେ ଖୁବ୍ ବେଲ୍ ହେଲାକେ ଆସ୍ଲା ଜେ ଦିଦି ରିସ୍ମି ହେଇକରି ଗେଲ୍ ଦେଲେ ଆର୍ ପଡିଆନେ ୨ ଥର ଚିଏର୍ ବେରାତିକେ କିନ୍ଦ୍ରିକରି ଆସବାକେ କହେଲେ ।ରୋହନ୍ କାନ୍ଦିକାନ୍ଦି କହେଲା ସକାଲୁ ତ ଉଠିକରି କେତେ ନରଦି ନରଦି ଚାଲୁଛେ ଆର୍ କେତେ ନରଦମି ଆର୍ ନାଇଁ ପାରେନା ଗୋ ଦିଦି । ଫେର୍ ଦିଦି ରିସ୍ମିହେଇ ଗଲେ ଆର୍ ଜେନ୍ତାକରି ଭି ନରଦ କହେଲାକେ ରୋହନ ଚିଏର୍ ବେରାତିକେ ନରଦଲା ।କିଲାସ୍ କେ ଆସ୍ଲାକେ ଅଥା ହେଇ ଯାଇଥିଲାନା ଦିଦି ଜାହା ପଢୋଉ ଥାଅନ୍ ହେନ୍ ମନ୍ ନେଇଥାଇ ନିଦ୍ ଘୁଟି ଆନୁଥାଏ ।୮ ବଛର୍ ପିଲା ଦିହିନେ କେତେ ବଲ୍ ସକତ୍ ଥିବା ।ଫେର୍ ପଛ ଆଡ୍କେ ବସିଥିବାର୍ ସାଙ୍ଗମାନେ ମଜାକ୍ କରୁଥାଅନ୍ ଆରୁ ତାର୍ ମୁଡର୍ ବାଲ୍ କେ ଘିଚୁଥାଅନ୍ । ନିଦେ ବିଚ୍ରା ସୁଇପଡଲ୍ଲା ଆର୍ ଇସ୍କୁଲ୍ ଛୁଟି ଘଣ୍ଟି ବଜ୍ଲାକେ ଭୁସ୍ ଭାସ୍ ହେଇକରି ଉଠ୍ଲା।ମନ୍ ଦୁଖ୍ କରି କାନ୍ଦି କାନ୍ଦି ଇସ୍କୁଲ୍ ନୁ ବାହାରୁଥିବାର୍ ବେଲକେ ଅଫିସ୍ କାଁଥିନେ ଗୁଟେ ନୁଟିସ୍ ଝୁଲୁଥିଲା । ଜିଏ ୫୦୦ ମିଟର୍ ନରଦବାର୍ ନେ ଫାସ୍ ହେବା ହେତାକେ ୫୦୦ ଟଁକା ମିଲ୍ଲା । ରୋହନ୍ ଛୋଟ୍ ବୟସର୍ ପିଲା ଆଏ ମାତର୍ ତାର୍ ମନେ ଜିତବାର୍ ଆସା ଜହ ଥାଏ । ହେତିର୍ ଲାଗି ସବୁ ଦିନ୍ ଇସ୍କୁଲ୍ ଆସ୍ଲେ ନରଦବାର୍ ଅଭ୍ଯାସ୍ କରୁଥାଏ । ବଡ୍ ବଡ୍ କ୍ଲାସର୍ ପିଲାମନେ ଦେଖିକରି ଏ ଟିଅଁ ପିଲା ଟିହିଲି ମାରୁଛୁ ନରଦି ପାର୍ଲା ବାକିର୍ ବଲିକରି କେତେ ମଜାକ ନେ ରୋହନ କେ ଉଡେଇ ଦେଉଥିଲେନ୍ ।ମାତର୍ ସେ ଆସ୍ ରଖିକରି ସବୁବେଲେ ଅଭ୍ଯାସ କରିଥାଏ ।

ଦିନେକ୍ ରାଏତେ ସୁଇଥିବାର ସମିଆନେ ସେ ଭାବ୍ଲା ନର୍ଦରବାର୍ ପରତିଯୋଗିତାନେ ଭାଗ୍ ନେଲେ ତ ମକେ ବୁଟ୍ ଗୁଟେ ଦରକାର୍ ମୋର୍ ବୁଟ୍ ତ ଫାଟିଟୁଟି ଗଲାନା ।ଇସ୍କୁଲ୍ ଜିବାର୍ ସମିଆନେ ଗୁଟେ ବୁଟ୍ ଦୁକାନ୍ ପାସେ ଠିଆ ହେଲା ଦେଖ୍ଲା ବନେ ବନେ ବୁଟ୍ ଖୁବ୍ ଅଛେ । ଦୁକାନ୍ ବାଲାକେ କେତେ ଟଂକା ବୁଟ୍ ବଲି ପଚାରଲାକେ ୩୦୦ ଟଂକା ବଏଲା ,ସେ ଭାବ୍ଲା ଏତକି ଟଂକା କେନ୍ ନୁ ପାଏମି ।ମାଆର୍ ପାସେ ବି ତ ପାଏସା ନାଇଁ ନା ,ବୁଆକେ ତ ଜନମ୍ ଦିନନୁ ମୁଁ ନାଇଁ ଦେଖବାର୍ ,ଘର୍ ଖୁବ୍ ତକଲିଫ୍ ନେ ଚଲୁଛେ ବଲିକରି ସେ ତାର୍ ମାଆକେ କିଛି ନାଇଁ କହେଲା । ଜେତେ ପେପର୍ ବିକି ବିକି କରି ରଖିଥିବାର୍ ପଏସା କଣିକେ ଦେଖି ଦେଖ୍ଲା ଜେ ହେନ ୩୦୦ ଟଂକା ଥିଲା ।

ସକାଲ୍ ପାଏଲାକେ ଟଂକା କେ ଧରିକରି ବୁଟ୍ ଦୋକାନ୍ କେ ଗଲା ଆର୍ ସେ ବୁଟ୍ ମାଗ୍ଲା ହେଲେ ଦୁକାନ୍ ବାଲା ଆଏଜ୍ ସେ ବୁଟର୍ ଦାମ୍ ୩୫୦ ଟଂକା କହେଲା । ରୋହନ୍ କାନ୍ଦିକାନ୍ଦି କହେଲା ବୋବା କାଲି ତ ତମେ କହିଥିଲ ୩୦୦ ଟଂକା ଆଜି କାଏଁଜେ ନାଇଁ କହୁଛ ମୋର୍ ପାସେ ଆର୍ ପଏସା ନାଇଁ ନା କହେଲା । ଦୁକାନ୍ ବାଲା ପଛେ ସେ ବୁଟ୍ କେ ରୋହନ୍ କେ ଦେଇଦେଲା । ବୁଟ୍ କେ ଧର୍ଲା ଆର୍ ଉସତ୍ ନେ ଚାଲି ଚାଲି ଆସୁଥାଏ । ବାଟେ ତାର୍ ଇସ୍କୁଲ୍ ସାଙ୍ଗମାନେ ଭେଟ୍ ପଡ୍ଲେ । ସେ ପିଲାମାନେ ରୋହନ୍ କେ ସବୁବେଲେ ପରିସାନ୍ କରୁଥିଲେ ଆର୍ ମାରପିଟ୍ ଭି କରନ୍ । ସେ ଦିନ୍ ନୁଆ ବୁଟ୍ କେ ଦେଖ୍ଲାକେ ଜୁରି ଆନ୍ଲେ ଆର୍ ବନ୍ଧେ ଫିକିଦେଲେ ।ରୋହନ୍ ପାଏନ୍ ପହଁରି ନାଇଁ ଜାନେ । ଗୁଲ୍ ଗୁଲା ହେଇକରି ବନ୍ଧ ହିରେ ବସ୍ଲା ଆର୍ କାନ୍ଦୁଥାଏ । କିଛୁ ଉପେ ନାଇଁ ଦିସ୍ଲାକେ ବୁପ୍ରା କାନ୍ଦିକାନ୍ଦି ଘର୍ କେ ଆସ୍ଲା ଆର୍ ତାର୍ ମାଁକେ ରିସ୍ମି ହେଇକରି କହେଲା -ମକେ ବୁଟ୍ ଗୁଟେ ନାଇଁ ଘିନି ଦେଇପାରବାର୍ ମାଁ ଗୋ ,ସାଙ୍ଗ୍ ପିଲାମନେ କେତେ ହରିଏନ୍ କରସନ୍ ମକେ, ଆର୍ ସାଙ୍ଗ ପିଲାମାନେ କେଡେ ସୁନ୍ଦର ଟା ମାନେ ପିନ୍ଧୁଛନ୍ ମୁଇଁ ଇସ୍କୁଲ୍ ଗଲାଦିନୁ ଇ ଫଟା ବୁଟ୍ ପିନ୍ଧୁଛେ ଆର୍ ଆଗ୍କେ ପରତିଯୋଗିତା ଅଛେ ମୁଇଁ ଫଟା ବୁଟେ ନାଇଁ ଭାଗ୍ ନିଏ ବୋଲି କାନ୍ଦିକାନ୍ଦି ସୋଇ ପଡଲ୍ଲା ।

ସକାଲ୍ ପାଏଲାକେ ରୋହନ୍ ର ଖଟ୍ ପାସ୍କେ ତାର୍ ମାଆ ଆସ୍ଲେ ଆର୍ କହେଲେ ପୁତାରେ ମୋର୍ ନେ ପାଏସା ପତର୍ ନାଇଁନା କେନ୍ ନୁ ପଏସା ପାଏମିରେ ,ତୁଇ ପେଟେ ଥିବାର୍ ସମିଆନେ ତୋର୍ ବୁଆ ସରଗ୍ କେ ଗଲା ମୁଁଇ ବେମାରୀ ହେଇଗନି । ମାସକେ ରାଏଣୀ ଭତା ୪୦୦ ଟଂକାନେ କଷ୍ଟେ ମଷ୍ଟେ ଆମର୍ ଘରର୍ ତେଲ୍ ନୁନ୍ ହେଉଛେ । ମୋର୍ ସୁନା ଧନ ଦେଖ୍ ତୋର୍ ପୁରାନ୍ ବୁଟ୍ କେ କେତେ ସୁନ୍ଦର୍ କରିକରି ସିଲେଇ ଦେଇଛେ । ରୋହନ୍ ସେ ବୁଟ୍ କେ ହାତେ ଧର୍ଲା ଆର୍ ତାର୍ ମାଂକେ ଆବ୍ରିକରି ଦୁହି ମାଆ ପୋ ଖୁବ୍ କାନ୍ଦ୍ଲେ ।

ପ୍ରତିଯୋଗିତା ଦିନେ ରୋହନ୍ ଇସ୍କୁଲ୍ ଗଲା ତାର୍ ସନେ ତାର୍ ମାଆ ବୁଆ ଭି ଜାଇଥିଲେ । ରୋହନ୍ ଏକା ଛୋଟ୍ ବୟସର୍ ପିଲା ଥିଲା ତାର୍ ନୁ ଖୁବ୍ ବଡ୍ ବଡ୍ ବୟସର୍ ପିଲାମାନେ ଭାଗ୍ ନେଇଥିଲେନ୍ ।ହେଲେ ଭି ରୋହନ୍ ଜିତବାର୍ ଆସା କେବେ ନାଇଁ ଛାଡୁଥାଇଁ ତାର୍ ମାଆ ଭି ସବୁ ସମିଆନେ ରୋହନ୍ କେ ତହଁକ୍ ଦେଉଥିଲା ।

ପରତିଯୋଗିତା ସୁରୁହେଲା ସଭେଁ ନରଦଲେ । ରୋହନ କଲେକଲେ ନରଦୁ ଥିଲା ସଭେଁ ଆଗ୍କେ ହେଇ ଜାଇଥିଲେନା ।ରୋହନର୍ ମାଆ ଦେଖୁ ଥାଏ ଆର୍ ପିଲାକେ ତହଁକ୍ ଦେବାକେ ଜୋର୍ ସେ ତାଲି ମାରୁଥାଏ । ନରଦବାର୍ ସମିଆନେ ତାର୍ ସାଙ୍ଗ ପିଲାଗୁଟେ ରୋହନ୍ କେ ପେଙ୍କ୍ଲିଦେଲା ,ରୋହନ୍ ହିଟି ପରବାର୍ ଦେଖି ତାର୍ ମା ଭଁ ଭଁ କାନ୍ଦି ପକାଲା । ରୋହନ୍ ଛାତିନେ ଦମ୍ ରଖିକରି ଜେ ମାଁ ସମଲେଇ ବଏଲା ଆର୍ ଉଠ୍ଲା ଫେର୍ ଜି ଜାନ୍ ଦେଇକରି ନରଦଲା । ଜେନ୍ତା ନରଦଲା ଜେ ସମକର୍ ନୁ ଆଘେ ହେଇଗଲା ଆର୍ ପରତିଯୋଗିତାନେ ଏକ୍ ଲମର୍ ହେଲା । ପରତିଯୋଗିତାର୍ ୫୦୦ ଟଁକା ଆର୍ ପରାଇଜ୍ କେ ଧରିକରି ଆସ୍ଲା ଆର୍ ତାର୍ ମାଆର୍ ପାହାଁ ତଲେ ମଡେଇକରି ମୁଡିଆ ମାର୍ଲା ।

ଡିସମ୍ୱର ମେହେର

ଗଣ୍ତାବାହାଲି ନୂଆପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children